Advertisment

ଶତକ ଠାରୁ ୯ ରନ ଦୂରରେ ରହିଗଲେ ସ୍ମୃତି ମନ୍ଧାନା, ସର୍ବକାଳୀନ ଅନଲକି ତାଲିକାରେ ସାମିଲ

ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି।

Smiriti Mandhana

Smiriti Mandhana

Advertisment

ଭାରତୀୟ ମହିଳା ଟିମର ଉପ ଅଧିନାୟକ ତଥା ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଆଜି ୱେଷ୍ଟଇଣ୍ତିଜ ବିପକ୍ଷ ପ୍ରଥମ ଦିନିକିଆରେ ଏକ ନିଶ୍ଚିତ ଶତକରୁ ବଞ୍ଚିତ ହୋଛନ୍ତି। ସେ ୯୧ ରନରେ ଆଉଟ ହୋଇ ସର୍ବକାଳୀନ ଅନଲକି ତାଲିକାରେ ସାମିଲ ହୋଇଛନ୍ତି।

Advertisment

ଆଜିକୁ ମିଶାଇ ମନ୍ଧାନା ୪ର୍ଥ ଥର ପାଇଁ ଦିନିକିଆରେ ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହେବାର ଦୁର୍ଭାଗ୍ୟ ମୁଣ୍ଡାଇଛନ୍ତି। ମନ୍ଧାନାଙ୍କ ଭଳି ଏହି ତାଲିକାରେ ସର୍ବାଧିକ ୪ଥର ନର୍ଭସ ୯୦ରୁ ୧୦୦ ମଧ୍ୟରେ ଆଉଟ ହୋଇଥିବା ଆଉ ଜଣେ ଖେଳାଳି ହେଲେ ୱେଷ୍ଟଇଣ୍ଡିଜର ଷ୍ଟାଫିନ ଟେଲର।

ଆଜି ମନ୍ଧାନାଙ୍କ ପାଖରେ ଏକ ବିରଳ ରେକର୍ଡ କରିବାର ସୁଯୋଗ ଥିଲା। ସେ ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଦିନିକିଆରେ କ୍ରମାଗତ ଶତକ ହାସଲ କରିବାର ସୁଯୋଗ ପାଇଥିଲେ। ଏପରି ରେକର୍ଡ କେବଳ ତାମୀ ବେମୋଣ୍ଟଙ୍କ ନାଁରେ ରହିଛି।

Advertisment

ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ଶତକ ହାସଲ କରିଥିଲେ। ଏହାପରେ ଆଜି ଇଣ୍ଡିଜ ବିପକ୍ଷ ଦିନିକିଆରେ ଶତକ ମାରିବାର ସୁଯୋଗ ପାଇଥିଲେ। କିନ୍ତୁ ସେ ଶତକ ଠାରୁ ୯ ରନ ଦୂରରେ ରହି ଯାଇଛନ୍ତି।

ଜାଇଦା ଜେମ୍ସ ୯୧ ରନ କରିଥିବା ମନ୍ଧାନାଙ୍କୁ ଆଜି LBW କରି ଦେଇଛନ୍ତି। ଆଉଟ ହେବା ପରେ ମନ୍ଧାନା ମଧ୍ୟ ଭଲ ସୁଯୋଗ ହାତ ଛଡ଼ା କରିଥିବା ଅନୁଭବ କରିଥିଲେ। ଏଥିପାଇଁ ସେ ମୁଣ୍ଡ ହଲାଇ ପଡ଼ିଆ ଛାଡ଼ିଥିଲେ।

ଜେମ୍ସ ଗୁଡ ଲେନ୍ଥରେ ବଲ ପକାଇଥିଲେ। ଆଉଟ ସାଇଡ ଅଫରେ ଥିବା ଏହି ବଲ ଆଶା ଠାରୁ ଅଧିକ ଦ୍ରୁତ ଗତିରେ ଆସିଥିଲା। ମନ୍ଧାନା ପାଡେଲ ଶଟ ମାରୁଥିବା ବେଳେ ବଲଟି ତାଙ୍କ ଆଣ୍ଠୁରେ ମାଡ଼ ହୋଇଥିଲା। ଅମ୍ପାୟାର ଆଉଟ ଦେଇଥିବା ବେଳେ ଏହାକୁ ମନ୍ଧାନା ରିଭ୍ୟୁ କରିଥିଲେ। ହେଲେ ହକା ଆଇରୁ ୩ଟି ରେଡ ଆସିବାରୁ ମନ୍ଧାନାକୁ ନିରାଶ ହୋଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।

ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଦମଦାର ଷ୍ଟାର୍ଟ ମିଳିଥିଲା। ଅଭିଜ୍ଞ ସ୍ମୃତି ମନ୍ଧାନାଙ୍କ ସହ ଡେବ୍ୟୁଟାଣ୍ଟ ପ୍ରତିକା ରାୱଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୧୦ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରତିକା ୪୪ ରନର ଇନିଂସ ଖେଳିଥିବା ବେଳେ ମନ୍ଧାତା ଶତକ ଠାରୁ ୯ ରନ ଦୂରରେ ରହିଯାଇଥିଲେ।

ସେ ୧୩ଟି ୪ ଚୌକା ବଳରେ ୯୧ ରନ କରି ଆଉଟ ହୋଇଥିଲେ। ୩ନଂରେ ବ୍ୟାଟିଂ କରୁଥିବା ହରଲୀନ ଦେୱଲ ୪୪, ଅଧିନାୟକ ହରମନପ୍ରୀତ କୌର ୩୪, ରିଚା ଘୋଷ ୧୩ ବଲରେ ୨୬, ଜେମିମା ରୋଡ୍ରିଗସ ୧୯ ବଲରେ ୩୧, ସାଇମା ଠାକୁର ୪, ତିତାସ ସାଦ୍ଧୁ ୪, ରେଣୁକା ସିଂହ ୦ ଓ ଦୀପ୍ତି ଶର୍ମା ଅପରାଜିତ ୧୨ ରନ କରିଥିଲେ। ଏଥିଯୋଗୁ ଭାରତ ୯ ୱିକେଟ ହରାଇ ୩୧୪ ରନ କରିଥିଲା।

ବ୍ୟାଟିଂ ପରେ ବଲରେ କମାଲ କରିଥିଲେ ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ତାଙ୍କର ଏହି ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ ମହିଳା ଦଳ ୨୬.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୩ ରନ କରିପାରିଥିଲା।

ଭାରତ ଏହି ମ୍ୟାଚକୁ ରେକର୍ଡ ୨୧୧ରେ ଜିତି ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି।

Women Cricketers Indian Women Cricket Team Smriti Mandhana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe