Advertisment

ଦିନିକିଆ ଓ ଟି-୨୦ ରାଙ୍କିଙ୍ଗର ୨ନଂରେ ସ୍ମୃତି ମନ୍ଧାନା

ଚଳିତ ସପ୍ତାହରେ ମନ୍ଧାନା ଇଣ୍ଡିଜ ବିପକ୍ଷରେ ଖେଳିଥିବା ୨ଟି ଟି-୨୦ରେ ଯଥାକ୍ରମେ ୬୨ ଓ ୭୭ ରନ କରିଥିଲେ। ଏଥିପାଇଁ ସେ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚଛନ୍ତି। ୨୮ ବର୍ଷୀୟ ମନ୍ଧାନା ପ୍ରଥମ ଦିନିକିଆରେ ୯୧ ଓ ଦ୍ୱିତୀୟ ଦିନିକିଆରେ ୫୩ ରନର ଇନିଂସ ଖେଳିଥିଲେ।

smriti Mandhana

smriti Mandhana

Advertisment

ଭାରତୀୟ ମହିଲା କ୍ରିକେଟ ଟିମର ଉପ ଅଧିନାୟକ ତଥା ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା ଆଇସିସି ରାଙ୍କିଙ୍ଗରେ କମାଲ କରିଛନ୍ତି। ସେ ଉଭୟ ଟି-୨୦ ଓ ଦିନିକିଆ ରାଙ୍କିଙ୍ଗର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜରେ ନିଜର ଜଲୱା ଦେଖାଇଥିବା ସ୍ମୃତି ମନ୍ଧାନାଙ୍କୁ ଏବେ ଆଇସିସି ରାଙ୍କିଙ୍ଗରେ ଫାଇଦା ମିଳିଛି।

Advertisment

ବାମହାତୀ ମନ୍ଧାନା ଆଇସିସି ଦିନିକିଆ ରାଙ୍କିଙ୍ଗରେ ୭୩୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଉପରେ ୭୭୩ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଲାଉରା ୱଲଭାର୍ଡଟ ଅଛନ୍ତି। ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ମନ୍ଧାନା ୧ନଂ ସ୍ଥାନ ଦଖଲ କରିବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ସେ ୭୫୩ ପଏଣ୍ଟ ସହ ଦ୍ୱିତୀୟରେ ରହିଥିବା ବେଳେ ଅଷ୍ଟ୍ରେଲିଆର ବେଥ ମୁନୀ ୭୫୭ ପଏଣ୍ଟ ସହ ୧ନଂରେ ରହିଛନ୍ତି।

ଚଳିତ ସପ୍ତାହରେ ମନ୍ଧାନା ଇଣ୍ଡିଜ ବିପକ୍ଷରେ ଖେଳିଥିବା ୨ଟି ଟି-୨୦ରେ ଯଥାକ୍ରମେ ୬୨ ଓ ୭୭ ରନ କରିଥିଲେ। ଏଥିପାଇଁ ସେ ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚଛନ୍ତି। ୨୮ ବର୍ଷୀୟ ମନ୍ଧାନା ପ୍ରଥମ ଦିନିକିଆରେ ୯୧ ଓ ଦ୍ୱିତୀୟ ଦିନିକିଆରେ ୫୩ ରନର ଇନିଂସ ଖେଳିଥିଲେ।

Advertisment

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ଟିମର ଅଧିନାୟକ ହେଲୀ ମାଥ୍ୟୁସ ଟି-୨୦ ରାଙ୍କିଙ୍ଗରେ ୨ଟି ସ୍ଥାନ ଉପରକୁ ଉଠି ୩ନଂରେ ପହଞ୍ଚିଥିବା ବେଳେ ଅଷ୍ଟ୍ରେଲିଆର ତାହିଲା ମ୍ୟାଗ୍ରା ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥରେ ରହିଛନ୍ତି। ୫ମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଲାଉରା ଅଛନ୍ତି।

Women Cricket ICC Ranking Smriti Mandhana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe