Advertisment

ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଲେ ଗାଭାସ୍କର

ନୂଆଦିଲ୍ଲୀ: ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଭାରତ ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ୱିତୀୟଥର କୌଣସି ଟିମକୁ ଦୁଇ ଦିନ ଭିତରେ ହରାଇବାର ରେକର୍ଡ କରିଛି। ମ୍ୟାଚ୍ ପରେ ମୋଟେରାର ଏହି ପିଚକୁ ନେଇ ଖୁବ୍ ସମାଲୋଚନା କରାଯାଇଥିଲା। କିଛି ବିଦେଶୀ ଓ ଭାରତୀୟ ଖେଳାଳି ମଧ୍ୟ ପିଚକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏସବୁ ସମାଲୋଚକଙ୍କୁ ଭାରତର କିମ୍ବଦନ୍ତୀ […]

author-image
Ranjit Kumar Jena
ସମାଲୋଚକଙ୍କୁ ମୁହଁତୋଡ଼ ଜବାବ ଦେଲେ ଗାଭାସ୍କର

gavaskar

ନୂଆଦିଲ୍ଲୀ: ଅହମ୍ମଦାବାଦର ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ୧୦ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଭାରତ ଟେଷ୍ଟ କ୍ରିକେଟ୍ ଇତିହାସରେ ଦ୍ୱିତୀୟଥର କୌଣସି ଟିମକୁ ଦୁଇ ଦିନ ଭିତରେ ହରାଇବାର ରେକର୍ଡ କରିଛି। ମ୍ୟାଚ୍ ପରେ ମୋଟେରାର ଏହି ପିଚକୁ ନେଇ ଖୁବ୍ ସମାଲୋଚନା କରାଯାଇଥିଲା। କିଛି ବିଦେଶୀ ଓ ଭାରତୀୟ ଖେଳାଳି ମଧ୍ୟ ପିଚକୁ ନେଇ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏସବୁ ସମାଲୋଚକଙ୍କୁ ଭାରତର କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର କଡ଼ା ଜବାବ ଦେଇଛନ୍ତି।

Advertisment

ଯେଉଁଠି ପିଚକୁ ନେଇ ଅନେକ ପ୍ରଶ୍ନ ଉଠିଲା, ସେହିଠାରେ ଗାଭାସ୍କର କହିଛନ୍ତି ଯେ ବ୍ୟାଟ୍ସମ୍ୟାନ୍ ଡିଫେନ୍ସିଭ୍ କ୍ରିକେଟ୍ ଖେଳିବାରୁ ନିଜ ନିଜର ୱିକେଟ୍‌ ହରାଇଥିଲେ। ଅଧିକାଂଶ ବ୍ୟାଟ୍ସମ୍ୟାନ୍ ସିଧା ଆସୁଥିବା ବଲରେ ଆଉଟ୍ ହୋଇଛନ୍ତି। ଏହି ପିଚରେ ରୋହିତ୍ ଓ ଇଂଲିଶ ଟିମର ଓପ୍ନର କ୍ରାଉଲୀ ଅର୍ଦ୍ଧଶତକ ମାରିଛନ୍ତି। ଇଂଲଣ୍ଡ ଟିମ୍ ରନ୍ କରିବା ବଦଳରେ ୱିକେଟ୍ ବଞ୍ଚାଇବା କଥା ଚିନ୍ତା କରୁଥିଲେ।

କେବଳ ଭାରତ ନୁହେଁ, ଏମିତି ଅନେକ ଭେନ୍ୟୁ ଅଛି, ଯେଉଁଠାରେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ଖେଳିବା ଅତି କଷ୍ଟକର ହୋଇଥାଏ। କିନ୍ତୁ ସେତେବେଳେ କେହି ପିଚକୁ ନେଇ କିଛି କୁହନ୍ତି ନାହିଁ। ସବୁବେଳେ ଭାରତୀୟ ପିଚକୁ ନେଇ କାହିଁକି ସମାଲୋଚନା କରାଯାଉଛି। ଭାରତରେ ଯେତେବେଳେ ବଲ୍ ଟର୍ଣ୍ଣ କରିବା ଆରମ୍ଭ ହୁଏ, ଅନେକେଙ୍କୁ ବହୁ ସସମ୍ୟା ହୋଇଥାଏ। ମୋ ମତରେ ତୃତୀୟ ଟେଷ୍ଟ ପିଚରେ ସେଭଳି କୌଣସି ଖରାପ ନଥିଲା ବୋଲି ଗାଭାସ୍କର କହିଛନ୍ତି।

Advertisment

ଅହମ୍ମଦାବାଦ ଟେଷ୍ଟରେ ଚମତ୍କାର ବୋଲିଂ କରିଥିବା ଭାରତୀୟ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଖବ୍ ପ୍ରଶଂସା କରିଛନ୍ତି। ଅକ୍ଷର ଯେଉଁଭଳି ଭାବେ ବଲର ଉପଯୋଗ କରିଛନ୍ତି, ସେଥିପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ ବି କମ୍ ହେବ। ଅଶ୍ୱିନ୍ ମଧ୍ୟ ନିଜ ଅଭିଜ୍ଞତାର ଫାଇଦା ଉଠାଇ ସଫଳତା ଅର୍ଜନ କରିଛନ୍ତି। ତେଣୁ ପିଚକୁ ନେଇ କୌଣସି ପ୍ରଶ୍ନ କରାନଯିବା ଉଚିତ୍ ବୋଲି ଗାଭାସ୍କର କହିଛନ୍ତି।

ସୂଚନାଯୋଗ୍ୟ, ପିଚକୁ ନେଇ ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ, ହରଭଜନ ସିଂହ, ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନ୍, ଆଣ୍ଡ୍ର୍ୟୁ ଷ୍ଟ୍ରସ୍, ଗ୍ରେମ୍ ସ୍ୱାନ୍ ଓ କେଭିନ୍ ପିଟରସନ୍ ସମାଲୋଚନା କରିଥିଲେ।