Advertisment

IND vs SA: ୬ ୱିକେଟ ନେଇ ଇତିହାସ ରଚିଲେ ମାର୍କୋ ୟାନସେନ

୨୫ ବର୍ଷୀୟ ମାର୍କୋ ୟାନସେନ ୪୮ ରନ ଦେଇ ୬ ୱିକେଟ ଦଖଲ କରିବା ସହ ପ୍ରଥମ ଇନିଂସରେ ୯୩ ରନ କରିଥିଲେ। ୟାନସେନଙ୍କ ଘାତକ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ଗୁହାଟୀ ଟେଷ୍ଟକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି।

Marco

ମାର୍କୋ ୟାନସେନ

Advertisment

ଇତିହାସ ରଚିଛନ୍ତି ଦକ୍ଷିଣ ଆଫ୍ରିକାର ଯୁବ ଅଲରାଉଣ୍ଡର ମାର୍କୋ ୟାନସେନ। ସେ ଭାରତ ବିପକ୍ଷ ଗୁହାଟୀ ଟେଷ୍ଟ(Test Match)ରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ଭାରତ ବିପକ୍ଷ କୌଣସି ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବା ସହ ୬ ୱିକେଟ ଦଖଲ କରିବାରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଖେଳାଳି ବନିଯାଇଛନ୍ତି। 

Advertisment

୨୫ ବର୍ଷୀୟ ମାର୍କୋ ୟାନସେନ ୪୮ ରନ ଦେଇ ୬ ୱିକେଟ ଦଖଲ କରିବା ସହ ପ୍ରଥମ ଇନିଂସରେ ୯୩ ରନ କରିଥିଲେ। ୟାନସେନଙ୍କ ଘାତକ ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକା ଗୁହାଟୀ ଟେଷ୍ଟ(Test Cricket)କୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଛି। ଭାରତ ମ୍ୟାଚ୍‌ ବଞ୍ଚାଇବାକୁ ସଂଘର୍ଷ କରୁଛି। 

ମାର୍କୋ ୟାନସେନଙ୍କ ସ୍ପେଲ ଏବେ ଭାରତ ମାଟିରେ ଅତ୍ୟନମ ଶ୍ରେଷ୍ଠ ପ୍ରଦର୍ଶନ ବନି ଯାଇଛି। ଭାରତୀୟ ପରିବେଶ ଓ ପିଚ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। କିନ୍ତୁ ବାମହାତୀ ଦ୍ରୁତ ବୋଲର ଭାବେ ୟାନସେନ ନୂଆ ସଫଳତା ସାଉଁଟିଛନ୍ତି। ଗୁହାଟୀ ପିଚ୍‌ ବ୍ୟାଟରଙ୍କୁ ସୁହାଇଥାଏ। ହେଲେ ଏଠାରେ ୟାନସେନ ନିଜ ଦକ୍ଷତାର ଯାଦୁ ଦେଖାଇ ଭାରତୀୟ ବ୍ୟାଟରଙ୍କୁ ଘାଇଲା କରିଛନ୍ତି। 

Advertisment

ବିରଳ ତାଲିକାର ୧ନଂରେ ୟାନସେନ 

ଗୁହାଟୀ ପ୍ରଦର୍ଶନ ପରେ ୟାନସେନ ନିଜକୁ ବିରଳ ରେକର୍ଡ ତାଲିକାର ୧ନଂ ସ୍ଥାନରେ ରଖିବାକୁ ସକ୍ଷମ ହୋଇଛନ୍ତି। ଭାରତ ମାଟିରେ ୨୦୦୦ ମସିହା ପରଠାରୁ କୌଣସି ଭ୍ରମଣକାରୀ ଦଳର ଖେଳାଳି ଅର୍ଦ୍ଧଶତକ ହାସଲ କରିବା ଓ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେବା ତାଲିକାରେ ୟାନସେନ ୧ନଂ ସ୍ଥାନ ଦଖଲ କରିଛନ୍ତି।

ମାର୍କୋ ୟାନସେନ(ଦକ୍ଷିଣ ଆଫ୍ରିକା): ଗୁହାଟ- ୨୦୨୫- ୯୩ ରନ ଓ ୬/୪୮

ନିକି ବୋଜ(ଦକ୍ଷିଣ ଆଫ୍ରିକା), ବେଙ୍ଗାଲୁରୁ- ୨୦୦୦- ୮୫ ରନ ଓ ୫/୮୩

ଜାସନ ହୋଲ୍ଡର(ୱେଷ୍ଟଇଣ୍ଡିଜ), ହାଇଦ୍ରାବାଦ- ୨୦୦୮ – ୫୨ ରନ ଓ ୫ ୱିକେଟ୍‌ 

ନିକି ଓ ହୋଲ୍ଡର ୫ଟି ଲେଖାଏ ୱିକେଟ ନେଇଥିବା ବେଳେ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ୟାନସେନ ଗୋଟିଏ ପାଦ ଆଗକୁ ଯାଇ ୬ ୱିକେଟ ଦଖଲ କରିନେଇଛନ୍ତି। 

Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe