Advertisment

ବିଜୟ ରଥରେ ବିଶ୍ୱ ବିଜେତା: ବର୍ଷା ରୋକିପାରିଲାନି ଉତ୍ସାହ

୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜିର ବିଜୟ ଶୋଭାଯାତ୍ରା ଆହୁରି ଭବ୍ୟ ଓ ବିଶାଳ ହୋଇଛି।

ଅଦ୍ୟତନ ହୋଇଛି
Team India

Team India

Advertisment

ଜନସମୁଦ୍ର ପାଲଟିଲା ମୁମ୍ବାଇର ମେରାଇନ ଡ୍ରାଇଭ। ଯେଉଁଆଡ଼େ ଚାହିଁଲେ କେବଳ ଲୋକ ହିଁ ଲୋକ। ଗୋଟିଏ ପଟେ ସମୁଦ୍ର ଓ ଆଉ ଗୋଟିଏ ପଟେ ଜନସମୁଦ୍ର।

Advertisment

କେବଳ ଶୁଭୁଥିଲା ଟିମ ଇଣ୍ଡିଆ ଟିମ ଇଣ୍ଡିଆ ନାରା। ଖୁସିରେ ସମସ୍ତଙ୍କ ଆଖି ଜକେଇ ଆସିଥୁଲା। ପ୍ରବଳ ବର୍ଷ ହେଉଥିଲା ସତ କିନ୍ତୁ ଲୋକଙ୍କ ଉତ୍ସାହରେ ଏହା କୌଣସି ପ୍ରକାରର ଫରକ ପକାଇ ପାରି ନଥିଲା। ଏମିତି କିଛି ଦୃଶ୍ୟ ଆଜି ୧୩ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟର ବିଜୟ ଶୋଭାଯାତ୍ରା ବେଳେ ଦେଖିବାକୁ ମିଳିଥିଲା। 

ଏହାପୂର୍ବରୁ ଭାରତୀୟ ଟିମ ଭିସ୍ତାରା ବିମାନରେ ଦିଲ୍ଲୀରୁ ମୁମ୍ବାଇ ଆସିଥିଲେ। ବିମାନ ରନୱେରେ ପହଞ୍ଚିଲା ବେଳେ ୱାଟର ସାଲ୍ୟୁଟ ମାଧ୍ୟମରେ ଟିମର ସଦସ୍ୟମାନଙ୍କୁ ନେଇ ଆସୁଥିବା ବିମାନକୁ ସ୍ୱାଗତ କରାଯାଇଥିଲା। 

Advertisment

ଏହାପରେ ଟ୍ରଫି ସହ ଟିମ ଇଣ୍ଡିଆର ସଦସ୍ୟମାନେ ଖୋଲା ବସ୍‌ରେ ଶୋଭାଯାତ୍ରା ଆରମ୍ଭ କରିଥିଲା। ସେମାନେ ଶୋଭାଯାତ୍ରା କରି ଯାଉଥିବା ବେଳେ ଏହି ଐତିହାସିକ ମୁହୂର୍ତ୍ତର ମୁକସାଖୀ ବନିବା ପାଇ ମେରାଇନ ଡ୍ରାଇଭ ପାଲଟିଥିଲା ଜନସମୁଦ୍ର।

ଅଧିନାୟକ ରୋହିତ ଶର୍ମା ଟ୍ରଫି ଧରି ଶୋଭାଯାତ୍ରାର ଲିଡ କରୁଥିବା ବେଳେ ଅନ୍ୟମାନେ ମଧ୍ୟ ସାଧାରଣ କ୍ରିକେଟ ଫ୍ୟାନ୍ସଙ୍କ ଅଭିବାଦନ ଗ୍ରହଣ କରିଥିଲେ। ୱାଙ୍ଖଡେ ଷ୍ଟାଡିୟମକୁ ଯିବା ଯାଏ ଖେଳାଳିଙ୍କ ଉପରେ ସ୍ଥାନେସ୍ଥାନେ ଫୁଲବର୍ଷା ମଧ୍ୟ ହୋଇଥିଲା।

୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତି ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜିର ବିଜୟ ଶୋଭାଯାତ୍ରା ଆହୁରି ଭବ୍ୟ ଓ ବିଶାଳ ହୋଇଛି।

ଟିମ ଇଣ୍ଡିଆର ସଦସ୍ୟମାନେ ବିଜୟ ଶୋଭାଯାତ୍ରା କରୁଥିବା ବସ୍‌ରେ ବିଶ୍ୱକପ ଜିତିବା ବେଳେ ହୋଇଥିବା ସେଲିବ୍ରେସନର ଫଟୋ ରହିଥିଲା। ଏହି ବସରେ ଖେଳାଳିଙ୍କ ଶୋଭାଯାତ୍ରା ନରିମଣ ପଏଣ୍ଟରୁ ଆରମ୍ଭ ହୋଇ ଦେଢ଼ କିମି ଦୂରରେ ଥିବା ୱାଙ୍ଖଡେ ଯାଏ ଚାଲିଥିଲା। ଏହାକୁ ଦେଖିବାକୁ ମେରାଇନ ଡ୍ରାଇଭରୁ ୱାଙ୍ଖଡେ ଯାଏ ହଜାର ହଜାର ଲୋକ ଉପସ୍ଥିତ ରହିଥିଲେ।

ସେହିପରି ୱାଙ୍ଖଡେ ଷ୍ଟାଡିୟମ ଭିତରେ ହେବାକୁ ଥିବା ବିଜୟ ଉତ୍ସବ କାର୍ଯ୍ୟକ୍ରମକୁ ମଧ୍ୟ ଦେଖିବା ପାଇଁ ପ୍ରବଳ ଜନସମାଙ୍ଗମ ହୋଇଥିଲା। ବର୍ଷା ହେଉଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର ନ କରି ନିଜ ପ୍ରିୟ ଖେଳାଳି ଓ ବିଶ୍ୱକପ ଟ୍ରଫି ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱ ଓ ଷ୍ଟାଡିୟମରେ ଏକାଠି ହୋଇଥିଲେ।

T20 Match T20 World Cup T20 Cricket Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe