Advertisment

ଇଂଲଣ୍ଡକୁ ଆଉ ଏକ ଝଟକା, ମାର୍କ ଉଡ୍ ତୃତୀୟ ଟେଷ୍ଟରୁ ଆଉଟ୍

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଟିମର ଷ୍ଟାର୍ ପେସ୍ ବୋଲର ମାର୍କ ଉଡ୍ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ଇଂଲଣ୍ଡ ବଦଳ ଖେଳାଳି ଏଯାଏ ଘୋଷଣା କରିନାହିଁ। ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ ହେଁ ମାର୍କ ଉଡ୍ ସିରିଜର ବାକି ମ୍ୟାଚ୍ ଗୁଡ଼ିକ ପାଇଁ ଉପଲବ୍ଧ ରହିବେ। ଏହା ପୂର୍ବରୁ ଇଂଲଣ୍ଡର ଅଭିଜ୍ଞ ପେସର […]

ଇଂଲଣ୍ଡକୁ ଆଉ ଏକ ଝଟକା, ମାର୍କ ଉଡ୍ ତୃତୀୟ ଟେଷ୍ଟରୁ ଆଉଟ୍

MARK-WOOD

Advertisment

ଲଣ୍ଡନ: ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆହତ କାରଣରୁ ଟିମର ଷ୍ଟାର୍ ପେସ୍ ବୋଲର ମାର୍କ ଉଡ୍ ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଛି। ତାଙ୍କ ସ୍ଥାନରେ ଇଂଲଣ୍ଡ ବଦଳ ଖେଳାଳି ଏଯାଏ ଘୋଷଣା କରିନାହିଁ। ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ ହେଁ ମାର୍କ ଉଡ୍ ସିରିଜର ବାକି ମ୍ୟାଚ୍ ଗୁଡ଼ିକ ପାଇଁ ଉପଲବ୍ଧ ରହିବେ। ଏହା ପୂର୍ବରୁ ଇଂଲଣ୍ଡର ଅଭିଜ୍ଞ ପେସର ଷ୍ଟୁଆର୍ଟ ବ୍ରଡ୍ ଆହତ କାରଣରୁ ପୂରା ସିରିଜରୁ ବାଦ୍ ପଡ଼ିଛନ୍ତି। ଏବେ ଉଡଙ୍କ ବାଦ୍ ପଡ଼ିବା ଇଂଲଣ୍ଡ ପାଇଁ ଚିନ୍ତା ବଢ଼ାଇ ଦେଇଛି।

Advertisment

ଉଡଙ୍କ ବାଦ୍ ପଡ଼ିବା ନେଇ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏକ ବିବୃତ୍ତି ଜାରି କରିଛି। ଏଥିରେ କୁହାଯାଇଛି, ଲର୍ଡ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିବସରେ ଉଡଙ୍କ କାନ୍ଧ ଆଘାତପ୍ରାପ୍ତ ହୋଇଥିଲା। ଯେଉଁକାରଣରୁ ସେ ତୃତୀୟ ଟେଷ୍ଟ ଖେଳିପାରିବେ ନାହିଁ। ହେଲେ ଉଡ୍ ସ୍କ୍ୱାଡ୍ ସହ ରହିବେ ବୋଲି ଇସିବି କହିଛି।

ଭାରତ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ଉଡ୍ ଆହତ ହୋଇଥିଲେ। ଭାରତୀୟ ଇନିଂସର ୭୪ତମ ଓଭରରେ ବାଉଣ୍ଡ୍ରୀରେ ଋଷଭ ପନ୍ତଙ୍କ ଶଟ୍ ରୋକିବାକୁ ପ୍ରୟାସ ବେଳେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା। ଯାହା ପରେ ଉଡ୍ ଚତୁର୍ଥ ଦିନ ମଇଦାନରୁ ବାହାରେ ରହିଥିଲେ। ହେଲେ ପଞ୍ଚମ ଦିବସରେ ସେ ଭାରତୀୟ ଲୋୟର୍ ଅର୍ଡରଙ୍କୁ ବୋଲିଂ କରିଥିଲେ। ଦ୍ୱିତୀୟ ଟେଷ୍ଟରେ ଉଡ୍ ମୋଟ ୫ଟି ୱିକେଟ୍ ନେଇଥିଲେ।

Advertisment

ଏହା ପୂର୍ବରୁ ଇଂଲଣ୍ଡ ଟିମର କିଛି ପ୍ରମୁଖ ଖେଳାଳି ଆହତ କାରଣରୁ ବାହାରେ ଅଛନ୍ତି। ବେନ୍ ଷ୍ଟୋକ୍ସ, ବ୍ରଡ୍ ଓ ଆର୍ଚରଙ୍କ ଭଳି ଷ୍ଟାର୍ ଖେଳାଳି ସିରିଜରେ ଖେଳୁନାହାନ୍ତି। ତୃତୀୟ ଟେଷ୍ଟ ପାଇଁ ସାକିବ୍ ମେହମୁଦଙ୍କୁ ଟିମରେ ସାମିଲ୍ କରାଯାଇଛି। ସିରିଜର ତୃତୀୟ ଟେଷ୍ଟ ଲିଡ୍ସରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe