Advertisment

ପୁଣି ହାରିଲା ୱେଷ୍ଟଇଣ୍ଡିଜ୍, ଖାତା ଖୋଲିଲା ଦକ୍ଷିଣ ଆଫ୍ରିକା

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପୁଣି ହାରିଛି ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍। ଆଜି ଖେଳାଯାଇଥିବା ସୁପର୍-୧୨ର ଗ୍ରୁପ୍-୧ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ପରାଜୟ ସହ ୱେଷ୍ଟଇଣ୍ଡିଜର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ ୱିକେଟ […]

ଅଦ୍ୟତନ ହୋଇଛି
ପୁଣି ହାରିଲା ୱେଷ୍ଟଇଣ୍ଡିଜ୍, ଖାତା ଖୋଲିଲା ଦକ୍ଷିଣ ଆଫ୍ରିକା

saf

Advertisment

ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପରେ ପୁଣି ହାରିଛି ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍। ଆଜି ଖେଳାଯାଇଥିବା ସୁପର୍-୧୨ର ଗ୍ରୁପ୍-୧ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ବିଜୟ ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ପରାଜୟ ସହ ୱେଷ୍ଟଇଣ୍ଡିଜର ସେମିଫାଇନାଲ୍ ଆଶା କ୍ଷୀଣ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୨ ୱିକେଟ ହରାଇ ୧୪୪ ରନ୍ କରି ବିଜୟୀ ହୋଇଛି। ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଲାଗି ଆନରିଚ୍ ନୋର୍ଜେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Advertisment

୧୪୪ ରନର ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ତେମ୍ବା ବାଭୁମା ମାତ୍ର ୨ ରନ୍ କରି ରନଆଉଟ୍ ହୋଇଥିଲେ। କ୍ୱିଣ୍ଟନ୍ ଡି’କକଙ୍କ ସ୍ଥାନରେ ଖେଳୁଥିବା ରୀଜା ହେଣ୍ଡ୍ରିକ୍ସ ୩୯ (୩୦ ବଲ୍, ୪ ଚୌକା, ୧ ଛକା) ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ରାସି ଭାନ୍ ଡର ଡୁସେନ୍ ଓ ଆଇଡେନ ମାର୍କରମ ତୃତୀୟ ୱିକେଟ୍ ପାଇଁ ୮୩ ରନର ଭାଗିଦାରୀ କରି ଦଳକୁ ଜିତାଇଥିଲେ। ଡୁସେନ୍ ୫୧ ବଲରେ ୩ ଚୌକା ସହ ୪୩ ଓ ମାର୍କରମ ମାତ୍ର ୨୬ ବଲରେ ୨ ଚୌକା ଓ ୪ ଛକା ସହ ୫୧ ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଭଲ ଆରମ୍ଭ କରିଥିଲା। ଦୁଇ ଓପ୍ନର ଲେଣ୍ଡଲ୍ ସିମନ୍ସ ଓ ଏଭିନ୍ ଲୁଇସ୍ ପ୍ରଥମ ୱିକେଟ୍ ପାଇଁ ୭୩ ରନର ପାର୍ଟନରଶିପ୍ କରିଥିଲେ। ଲୁଇସ୍ ଦ୍ରୁତ ରନ୍ କରିଥିବା ସିମନ୍ସ ଧିମା ବ୍ୟାଟିଂ କରିଥିଲେ, ଯାହା ଦଳର ରନ୍ ଗତି ହ୍ରାସ କରିଥିଲା। ଲୁଇସ୍ ୩୫ ବଲରେ ୩ ଚୌକା ଓ ୬ ଛକା ସହ ୫୬ ରନ୍ କରିଥିଲେ। ତେବେ ସିମନ୍ସ ୩୫ ବଲରେ ମାତ୍ର ୧୬ ରନ୍ କରିଥିଲେ।

Advertisment

ମିଡଲ୍ ଅର୍ଡରରେ ନିକୋଲାସ ପୁରନ୍ (୧୨), କ୍ରିସ୍ ଗେଲ୍ (୧୨), କ୍ୟାପଟେନ୍ କାଇରାନ୍ ପୋଲାର୍ଡ (୨୬), ଆନ୍ଦ୍ରେ ରସେଲ୍ (୫), ଶିମରନ୍ ହେଟମେୟର୍ (୧) ଓ ଡ୍ୱେନ୍ ବ୍ରାଭୋ (୮) ନିରାଶ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋର୍ଜେ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ସେହିପରି ଡ୍ୱେନ୍ ପ୍ରିଟୋରିୟସ ୩ଟି ଓ କେଶବ ମହାରାଜ ୨ଟି ୱିକେଟ୍ ହାସଲ କରିଥିଲେ।

ICCT20 World Cup 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe