Advertisment

ବିଶ୍ୱକପରେ କଣ୍ଟକିତ ହେଲା ଇଂଲଣ୍ଡର ସେମି ଫାଇନାଲ ରାସ୍ତା

ଶୀର୍ଷରେ ୫ ମ୍ୟାଚ୍‌ରୁ ୫ ବିଜୟ ସହ ଭାରତ, ୪ ବିଜୟ ସହ ଦକ୍ଷିଣ ଆଫ୍ରିକା, ସମାନ ୪ ବିଜୟ ସହ ତୃତୀୟରେ ନ୍ୟୁଜିଲ୍ୟାଣ୍ଡ ଓ ୪ର୍ଥରେ ୩ ବିଜୟ ସହ ଅଷ୍ଟ୍ରେଲିଆ ରହିଛି।

author-image
Hemant Lenka
ENG

ENG

କ୍ରିକେଟ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଖରାପ ସ୍ଥିତିରୁ ଯାଇ ବିପର୍ଯ୍ୟୟରେ ପଡ଼ିଛି। ଭାରତରେ ଖେଳାଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପର ସେମି ଫାଇନାଲ ରାସ୍ତା ଇଂଲଣ୍ଡ ପାଇଁ ଆହୁରି କଣ୍ଟକିତ ହୋଇଯାଇଛି। ୨୦୧୯ରେ ବିଶ୍ୱକପ ଜିତିଥିବା ଇଂଲଣ୍ଡ ଆଜି ଶ୍ରୀଲଙ୍କା ଠାରୁ ୮ ୱିକେଟରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଇଂଲିଶ ଟିମ ବିଶ୍ୱକପରୁ ବିଦା ସ୍ଥିତିରେ ପହଞ୍ଚି ଯାଇଛି। ପୂର୍ବରୁ ଦଳ ୪ଟି ମ୍ୟାଚ୍‌ରୁ ୩ଟିରେ ହାରିଥିଲା। ଆଜି ଏହି ସଂଖ୍ୟା ୪ରେ ପହଞ୍ଚି ଯାଇଛି।

Advertisment

ବିଶ୍ୱକପରେ ୫ ମ୍ୟାଚ୍‌ରୁ ୪ଟିରେ ପରାସ୍ତ ହୋଇ ଇଂଲଣ୍ଡ ପଏଣ୍ଟ ଟେବୁଲର ୯ନଂ ସ୍ଥାନକୁ ଖସି ଯାଇଛି। ଇଂଲଣ୍ଡ ପାଖରେ ଏବେ ମାତ୍ର ଦୁଇ ପଏଣ୍ଟ ଥିବା ବେଳେ ଦଳର ନେଟ ରନ ରେଟ ମାଇନ୍ସ ୧.୬୩୪ ରହିଛି। ବିଶ୍ୱକପରେ ଦଳ ଆଉ ୪ଟି ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ସାମ୍ନାରେ ଭାରତ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ୍ସ ଓ ପାକିସ୍ତାନ ରହିଛନ୍ତି।

ଆୟୋଜକ ଭାରତ ଓ ୫ଥରର ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ତେଣୁ ଇଂଲଣ୍ଡକୁ ସେମି ଫାଇନାଲ ଟିକେଟ ହାସଲ କରିବା ସହଜ ହେବନି। ଭାରତ ଓ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ପରାସ୍ତ କଲେ ଯାଇ ଇଂଲଣ୍ଡର ନେଟ ରନ ରେଟରେ ସୁଧାର ଆସିବ। କିନ୍ତୁ ଦୁଇ ଶକ୍ତିଶାଳୀ ଟିମ ବିରୋଧରେ ଜୋଶ ବଟଲର ଆଣ୍ଡ କୋ ଏପରି କରିବାର ଆଶା କ୍ଷୀଣ।

Advertisment

ଏବେ ଇଂଲଣ୍ଡକୁ କେବଳ କୌଣସି ଚମତ୍କାରିତା ହିଁ ସେମି ଫାଇନାଲ ଟିକେଟ ଦେଇପାରିବ। ବଳକା ଥିବା ୪ ମ୍ୟାଚ୍‌ରୁ ୪ ବଡ଼ ବିଜୟ ଓ ଅନ୍ୟ ଦଳଗୁଡ଼ିକର ରେଜଲ୍ଟ ଉପରେ ଇଂଲଣ୍ଡକୁ ଭରସା କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଆଜି ୮ ୱିକେଟରେ ଇଂଲଣ୍ଡକୁ ହରାଇ ଚଳିତ ବିଶ୍ୱକପରେ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ୫ ମ୍ୟାଚ୍‌ରୁ ୨ ବିଜୟ ଓ ମାଇନ୍ସ ୦.୨୦୫ ନେଟ ରନ ରେଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନକୁ ଉଠିଛି।

ଶୀର୍ଷରେ ୫ ମ୍ୟାଚ୍‌ରୁ ୫ ବିଜୟ ସହ ଭାରତ, ୪ ବିଜୟ ସହ ଦକ୍ଷିଣ ଆଫ୍ରିକା, ସମାନ ୪ ବିଜୟ ସହ ତୃତୀୟରେ ନ୍ୟୁଜିଲ୍ୟାଣ୍ଡ ଓ ୪ର୍ଥରେ ୩ ବିଜୟ ସହ ଅଷ୍ଟ୍ରେଲିଆ ରହିଛି।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ପ୍ରଥମ ବ୍ୟାଟିଂ କରି ଇଂଲଣ୍ଡ ୩୩.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୫୬ ରନ କରିଥିଲା। ଏହି ଛୋଟିଆ ଟାର୍ଗେଟକୁ ଇଂଲଣ୍ଡ ୨ ୱିକେଟ ହରାଇ ୨୫.୪ ଓଭର୍‌ରେ ହାସଲ କରି ନେଇଥିଲା।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup