Advertisment

AUS vs IND: ଶେଷ ମ୍ୟାଚ୍‌କୁ ଧୋଇଦେଲା ବର୍ଷା, ୨-୧ରେ ସିରିଜ ଜିତିଲା ଭାରତ

୨୦୧୧/୧୨ରୁ ଭାରତ କେବେ ହେଲେ ବି ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ହାରି ନାହିଁ। ଏହାକୁ ସୂର୍ଯ୍ୟ କୁମାର ଯାଦବଙ୍କ ଯୁବ ଟିମ ମଧ୍ୟ ଅତୁଟ ରଖିଛି। ୨୦୦୭/୦୮ରେ ଭାରତ ଶେଷଥର ପାଇଁ କୌଣସି ଟି-୨୦ ସିରିଜ ଅଷ୍ଟ୍ରେଲିଆ ମାଟିରେ ହାରିଥିଲା।

author-image
Hemant Lenka
sky

ଟ୍ର‍ଫି ସହ ସୂର୍ଯ୍ୟ କୁମାର ଯାଦବ

ଅଷ୍ଟ୍ରେଲିଆ ମାଟିରେ ପୁଣି ଗୋଟିଏ ଟି-୨୦ ସିରିଜ ଜିତିଛି ଭାରତୀୟ ଟିମ। ଆଜି ଶେଷ ଟି-୨୦ ବର୍ଷା ଯୋଗୁ ଧୋଇ ହୋଇ ଯାଇଛି। ଶେଷ ମ୍ୟାଚ୍‌କୁ ବର୍ଷା ଧୋଇ ଦେବାରୁ ଭାରତୀୟ ଟିମ ୨-୧ରେ ସିରଜୁ କବଜା କରି ନେଇଛି।

Advertisment

୨୦୧୧/୧୨ରୁ ଭାରତ କେବେ ହେଲେ ବି ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ହାରି ନାହିଁ। ଏହାକୁ ସୂର୍ଯ୍ୟ କୁମାର ଯାଦବଙ୍କ ଯୁବ ଟିମ ମଧ୍ୟ ଅତୁଟ ରଖିଛି। ୨୦୦୭/୦୮ରେ ଭାରତ ଶେଷଥର ପାଇଁ କୌଣସି ଟି-୨୦ ସିରିଜ ଅଷ୍ଟ୍ରେଲିଆ ମାଟିରେ ହାରିଥିଲା। 

ଏହି ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଧୋଇ ଦେଇଥିଲା। ଦ୍ୱିତୀୟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ଦମଦାର ଢଙ୍ଗରେ ୪ ୱିକେଟରେ ଜିତିଥିଲା। ୧-୦ରେ ପଛରେ ଥିବା ଭାରତୀୟ ଟିମ ତୃତୀୟ ଟି-୨୦ରେ କମବ୍ୟାକ କରିଥିଲା। ଦଳ ଏହି ମ୍ୟାଚ୍‌କୁ ୫ ୱିକେଟରେ ଜିତିଥିଲା। ୪ର୍ଥ ଟି-୨୦ ମଧ୍ୟ ଭାରତ ସପକ୍ଷରେ ଯାଇଥିଲା। ଏହି ମ୍ୟାଚ୍‌କୁ ଭାରତ ୪୮ ରନରେ ଜିତି ଟି-୨୦ ସିରିଜରେ ୨-୧ରେ ଆଗୁଆ ହୋଇ ଯାଇଥିଲା। 

Advertisment

ଆଜି ଗାବାରେ ଖେଳା ଯାଇଥିଲା ୫ମ ଟି-୨୦। ଭାରତ ଅପେକ୍ଷା ଘରୋଇ ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ମ୍ୟାଚ୍‌ ଜିତି ସିରିଜ ବରାବର ଲକ୍ଷ୍ୟରେ ଥିଲା କଙ୍ଗାରୁ ଟିମ। ମ୍ୟାଚ୍‌ରେ ଟସ୍‌ ଜିତି ଅଧିନାୟକ ମିଚେଲ ମାର୍ଶ ବୋଲିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚ୍ୟାଲେଞ୍ଜିଂ କଣ୍ଡିସନରେ ଭାରତର ଦୁଇ ଓପନର ଅଭିଷେକ ଶର୍ମା ଓ ଶୁବମନ ଗିଲ ଅଷ୍ଟ୍ରେଲିଆ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ।

୪.୫ ଓଭର ସୁଦ୍ଧା ଭାରତ ବିନା ୱିକେଟରେ ୫୨ ରନରେ ପହଞ୍ଚି ଯାଇଥିଲା। ଅଭିଷେକ ଶର୍ମା ୧୩ ବଲରେ ୨୩ ଓ ଗିଲ ୧୬ ବଲରେ ୨୯ ରନ କରିଥିଲେ। ଭାରତ ବଡ଼ ସ୍କୋର ଲକ୍ଷ୍ୟରେ ଆଗକୁ ବଢ଼ୁଥିଲା। 

କିନ୍ତୁ ଏହି ସମୟରେ ହଠାତ୍‌ ଅଷ୍ଟ୍ରେଲିଆ ଆକାଶରେ ମାରିଥିଲା ବିଜୁଳି। ଏହାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଖେଳାଳି ଓ ଦର୍ଶକଙ୍କୁ ତୁରନ୍ତ ଖୋଲା ସ୍ଥାନରୁ ଚାଲି ଯିବାକୁ କୁହାଯାଇଥିଲା। ଘନଘନ ବିଜୁଳି ମାଡ଼ ଯୋଗୁ ମ୍ୟାଚ୍‌କୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ବିଜୁଳି ମାଡ଼ ପରେ ଆରମ୍ଭ ହୋଇଥିଲା ବର୍ଷା। ଲାଗୁଥିଲା କିଛି ସମୟ ପରେ ବର୍ଷା ଛାଡ଼ି ଯିବ। ହେଲେ ସମୟ ଗଢ଼ିବା ସହ ବର୍ଷାର ପ୍ରକୋପ ବଢ଼ି ଚାଲିଥିଲା। ଶେଷରେ ଦୁଇ ଅମ୍ପାୟାର ମ୍ୟାଚକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। 

ମ୍ୟାଚ୍‌ ବାତିଲ ହେବା କ୍ଷଣି ଭାରତ ୨-୧ରେ ଟି-୨୦ ସିରିଜକୁ କବଜା କରିଛି। ସୂର୍ଯ୍ୟ କୁମାର ଯାଦବ ବିଜୟ ଟ୍ରଫି ଗ୍ରହଣ କରିଛନ୍ତି। ସେହିପରି ୧୬୩ ରନ କରିଥିବା ଭାରତର ଅଭିଷେକ ଶର୍ମାଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। 

ଏହାପୂର୍ବରୁ ଭାରତ(Team India) ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଖେଳା ଯାଇଥିଲା। ଏହାକୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଥିଲା। କିନ୍ତୁ ଏବେ ଭାରତ ଟି-୨୦ ସିରିଜ(T20 Cricket)କୁ ଜିତି ନେଇଛି। 

T20 Cricket Team India