Advertisment

ବର୍ଷା ଧୋଇ ଦେଲା ଭାରତର ଶେଷ ମ୍ୟାଚ୍‌

ଭାରତର ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯାଇଛି।

author-image
Hemant Lenka
Rain

Rain

ଟି-୨୦ ବିଶ୍ୱକପରେ ବର୍ଷା ଯୋଗୁ ଧୋଇ ହୋଇଯାଇଛି ଟିମ ଇଣ୍ଡିଆର ଶେଷ ଗ୍ରୁପ ମ୍ୟାଚ୍‌। ପୂର୍ବରୁ ସୁପର ୮ରେ ପ୍ରବେଶ କରି ସାରିଥିବା ଭାରତ ଆଜି ଫ୍ଲରିଡାରେ କାନାଡାକୁ ଭେଟିବାର ଥିଲା।

Advertisment

କିନ୍ତୁ ବର୍ଷା ଓ ଓଦା ଅଉଟ ଫିଲ୍ଡ ଯୋଗୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି। ଏହାର ଅର୍ଥ ଭାରତର ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯାଇଛି। ଏବେ ସୁପର ୮ରେ ମ୍ୟାଚ୍‌ ଗୁଡ଼ିକ ଭାରତୀୟ ଟିମ ୱେଷ୍ଟଇଣ୍ଡିଜରେ ଖେଳିବ।

ଗ୍ରୁପ ଏରେ ଥିବା ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ନ୍ୟୁୟର୍କରେ ହରାଇଥିଲା। ସମାନ ସ୍ଥାନରେ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ମାତ ଦେଇଥିଲା। ତୃତୀୟ ମ୍ୟାଚ୍‌ରେ ବିଶ୍ୱକପର ସହ ଆୟୋଜକ ଆମେରିକାକୁ ହରାଇ ଭାରତୀୟ ଟିମ ସୁପର ୮ରେ ନିଜ ସ୍ଥାନ ପକ୍କା କରିଥିଲା।

Advertisment

ଆଜି ଶେଷ ମ୍ୟାଚ୍‌କୁ ଟିମ ଇଣ୍ଡିଆ କେବଳ ଔପଚାରିକ ପାଇଁ ଖେଳି ଥାଆନ୍ତା। କାରଣ କାନାଡା ସୁପର ୮ରୁ ରେସକୁ ବାଦ ପଡ଼ିଥିବା ବେଳେ ଭାରତୀୟ ଟିମ ପରବର୍ତ୍ତୀ ରାଉଣ୍ଡକୁ ଯାଇ ସାରିଥିଲା। ତଥାପି ସୁପର ୮ ପୂର୍ବରୁ ଭାରତୀୟ ଟିମ ନିଜ ବ୍ୟାଟିଂ ଲାଇନକୁ ଆଜିର ମ୍ୟାଚ୍‌ରେ ପରଖିବାକୁ ଲକ୍ଷ୍ୟ ରଖିଥିଲା। କିନ୍ତୁ ବର୍ଷା ଯୋଗୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି।

ଗତକାଲି ଆମେରିକା ଓ ଆୟର୍ଲ୍ୟାଣ୍ଡ ମ୍ୟାଚ୍‌ ମଧ୍ୟ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏଥିଯୋଗୁ ଆମେରିକା ଗ୍ରୁପ ଏରୁ ଭାରତ ସହ ସୁପର ୮କୁ ଯାଇଛି। ପାକିସ୍ତାନ ଚଳିତ ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରେ ଦଳ ଭାରତ ଓ ଆମେରିକା ଠାରୁ ହାରିବାରୁ ବାହାରର ରାସ୍ତା ଦେଖିଛି।

ସୁପର ୮ରେ ଭାରତର ମୁକାବିଲା ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଡି ଗ୍ରୁପରୁ ଯୋଗ୍ୟତା ଅର୍ଜନ କରିବାକୁ ଥିବା ବାଂଲାଦେଶ/ନେଦରଲ୍ୟାଣ୍ଡ୍ସ ସହ ହୋଇପାରେ। ସୁପର ୮ ମୁକାବିଲା ଗୁଡ଼ିକ ୧୯ ଜୁନରୁ ଆରମ୍ଭ ହୋଇ ଜୁନ ୨୪ ଯାଏ ଚାଲିବ।

ସୁପର ୮କୁ ଯୋଗ୍ୟତା ଅର୍ଜନ କରି ସାରିଥିବା ଅନ୍ୟ ଦଳଗୁଡ଼ିକ ହେଲେ-ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆମେରିକା ଓ ଇଂଲଣ୍ଡ/ସ୍କଟଲ୍ୟାଣ୍ଡ। 

Indian Cricket Team Rain T20 Match T20 World Cup T20 Cricket