Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ପୁଣି ବର୍ଷା ସାଜିଲା ବାଧକ

ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। କାରଣ ଠିକଣା ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇନାହିଁ।

ଅଦ୍ୟତନ ହୋଇଛି
Rain

Rain

Advertisment

ଭାରତ-ପାକିସ୍ତାନ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଏବେ ବି ପ୍ରବଳ ବର୍ଷା ଜାରି ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଚାନକ ପବନ ସହ ବର୍ଷା ମାଡ଼ି ଆସିବାରୁ ଷ୍ଟାଡିୟମ କର୍ମଚାରୀମାନେ ପାଲ ଘୋଡ଼ାଇବାକୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Advertisment

ଏଥିଯଥଗୁ ଆଉଟ ଫିଲ୍ଡ ପ୍ରଭାବିତ ହୋଇଛି। ଆଉଟ ଫିଲ୍ଡ ସଂପୂର୍ଣ୍ଣ ଭାବେ ଓଦା ହୋଇଯାଇଛି। କାରଣ ଠିକଣା ସମୟରେ ଏହାକୁ ଘୋଡ଼ାଇବା ସମ୍ଭବ ହୋଇନାହିଁ। ତେଣୁ ବର୍ଷା ଛାଡ଼ିବା ପରେ ମଧ୍ୟ ମ୍ୟାଚ୍‌ କେତେବେଳେ ଆରମ୍ଭ ହେବ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ।

ଯଦି ଆଜି ମ୍ୟାଚ୍‌ର ରେଜଲ୍ଟ ନ ବାହାରିଲା, ତା’ହେଲେ ଆସନ୍ତାକାଲି ସଂରକ୍ଷିତ ଦିବସରେ ଏହା ଅନୁଷ୍ଠିତ ହେବ। ଆଜି ଯେଉଁଠି ମ୍ୟାଚ୍‌ ବନ୍ଦ ହୋଇଥିବ, ସେହିଠାରୁ ହିଁ କାଲି ଆରମ୍ଭ ହେବ। ତଥାପି ଅମ୍ପାୟାର ଆଜି ମ୍ୟାଚ୍‌ ଯେକୌଣସି ପରିସ୍ଥିତିରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସବୁଠାରୁ କମ ୨୦ ଓଭର ବିଶିଷ୍ଟ ମଧ୍ୟ ମ୍ୟାଚ୍‌ ହୋଇପାରେ।

Advertisment

ବର୍ଷା ଯୋଗୁ ମ୍ୟାଚ୍‌ ସ୍ଥଗିତ ରହିବା ବେଳକୁ ୨୪.୧ ଓଭରରେ ଭାରତ ୨ ୱିକେଟ ହରାଇ ୧୪୭ ରନ କରିଥିଲା। କେଏଲ ରାହୁଲ ୨୮ ବଲରେ ୧୭ ଓ ବିରାଟ କୋହଲି ୧୬ ବଲରେ ୮ ରନ କରି ଅପରାଜିତ ରହିଛନ୍ତି। ରୋହିତ ଶର୍ମା ଓ ଶୁବମନ ଗିଲ୍‌ ବିସ୍ଫୋରକ ଆରମ୍ଭ କରି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ୫୬ ଓ ଗିଲ୍‌ ୫୮ ରନ କରି ଆଉଟ ହୋଇଛନ୍ତି।

India Vs Pakistan Asia Cup Cricket Asia Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe