Advertisment

ଭାରତ-ଇଂଲଣ୍ଡ ବିଶ୍ୱକପ ସେମି ଫାଇନାଲ: ବର୍ଷା ପାଇଁ ପଡ଼ିନି ଟସ୍‌

ସୁପର ୮ରେ ୧ନଂରେ ରହି ସେମି ଫାଇନାଲକୁ ଆସିଥିବା ଦଳ ମ୍ୟାଚ୍‌ ବାତିଲ ହେଲେ ସିଧା ଫାଇନାଲରେ ପ୍ରବେଶ କରିବ।

Guyana

Guyana

Advertisment

ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିନ୍ତୁ ସେମି ଫାଇନାଲରେ ବର୍ଷା ସାଜିଛି ବାଧକ। ୱେଷ୍ଟଇଣ୍ଡିଜର ଗାୟାନାରେ ବର୍ଷା ଲାଗି ରହିଛି। ଏଥିପାଇଁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ି ପାରି ନାହିଁ।

Advertisment

ଆଜି ସକାଳୁ(ସ୍ଥାନୀୟ ସମୟ ଅନୁସାରେ) ଗାୟାନାରେ ବର୍ଷା ନଥିଲା। କିନ୍ତୁ ଠକ୍ ମ୍ୟାଚ୍‌ ପୂର୍ବରୁ ବର୍ଷା ଆରମ୍ଭ ହୋଇଯାଇଛି। ପିଚ୍‌ ଓ ପଡ଼ିଆ କଭର କରି ରଖାଯାଇଥିବା ବେଳେ କିଛି ସ୍ଥାନରେ ପାଣି ମଧ୍ୟ ଜମିବା ଆରମ୍ଭ କଲାଣି।

ତେଣୁ ଭାରତୀୟ ସମୟ ୭.୩୦ରେ ଟସ୍‌ ପଡ଼ିବାକୁ ଥିବା ବେଳେ ଏହା ସମ୍ଭବ ହୋଇନାହିଁ। ଉଭୟ ଟିମ ଏବେ ମ୍ୟାଚ୍‌କୁ ଡ୍ରେସିଂ ରୁମରେ ଅପେକ୍ଷା କରି ରହିଛନ୍ତି।

Advertisment

ଭାରତ-ଇଂଲଣ୍ଡ ସେମି ଫାଇନାଲ ପାଇଁ କୌଣସି ପ୍ରକାରର ସଂରକ୍ଷିତ ଦିବସ ନାହିଁ। କାରଣ ସେମି ଓ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ଗ୍ୟାପ ରହୁଛି। ଗୁରୁବାର ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଶନିବାର ଫାଇନାଲ ଅନୁଷ୍ଠିତ ହେବ।

ତେବେ ଭାରତ ଓ ଇଂଲଣ୍ଡ ମ୍ୟାଚ ପାଇଁ ମୋଟ ୨୫୦ ମିନିଟ ବା ୪ ଘଣ୍ଟା ୧୦ ମିନିଟର ସମୟ ରଖାଯାଇଛି। ଏହାର ଅର୍ଥ ବର୍ଷା ବାଧକ ହେଲେ ମଧ୍ୟ ମ୍ୟାଚ୍‌ ସେହି ଦିନ ସାରିବାକୁ ଯୋଜନା ରହିଛି।

ସେହିପରି ସେମି ଓ ଫାଇନାଲ ମ୍ୟାଚ୍‌ର ରେଜଲ୍ଟ ପାଇଁ ସର୍ବନିମ୍ନ ୧୦ ଓଭର ରଖାଯାଇଛି। ଏହାର ଅର୍ଥ ବର୍ଷା ହେଲେ ଆଉ ୫ ଓଭର ପରେ ଡିଏଲଏସ୍‌ ଲାଗୁ ହେବ ନାହିଁ। ୧୦ ଓଭର ପରେ ଏହି ନିୟମ ଲାଗୁ କରାଯିବ। ଲିଗ ଓ ସୁପର ୮ରେ ଏହା ସର୍ବନିମ୍ନ ୫ ଓଭର ରହିଥିଲା।

ଯଦି ବର୍ଷା ଯୋଗୁ ଭାରତ ଓ ଇଂଲଣ୍ଡ ମ୍ୟାଚ ବାତିଲ ହୋଇଯାଏ, ତା’ହେଲେ କେଉଁ ଦଳ ଫାଇନାଲକୁ ଯିବ? ଏହାର ଉତ୍ତର ହେଉଛି ଭାରତ। କାରଣ ଭାରତ ଏଯାଏ ଅପରାଜେୟ ରହିଛି। ସୁପର ୮ରେ ୧ନଂରେ ରହି ସେମି ଫାଇନାଲକୁ ଆସିଥିବା ଦଳ ମ୍ୟାଚ୍‌ ବାତିଲ ହେଲେ ସିଧା ଫାଇନାଲରେ ପ୍ରବେଶ କରିବ।

INDvsENG T20 Match T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe