Advertisment

ଆଇପିଏଲ ୨୦୨୫କୁ ମ୍ୟାଚ୍‌ ଫିକ୍ସିଂ ଭୟ!

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବଡ଼ ବଳ ମିଳିଛି। ଆହତ ସମସ୍ୟା ଯୋଗୁ ଋଷଭ ପନ୍ତଙ୍କ ଲକ୍ଷ୍ନୌ ପାଇଁ ଉପଲବ୍ଧ ନଥିବା ଦ୍ରୁତ ବୋଲର ମୟଙ୍କ ଯାଦବ କମବ୍ୟାକ କରିଛନ୍ତି।

author-image
Hemant Lenka
IPL

IPL

ଆଇପିଏଲର ୨୦୨୫ ସଂସ୍କରଣ ଦମଦାର ଢଙ୍ଗରେ ଆଗେଇ ଚାଲିଛି। ଗୋଟିଏ ପରେ ଗୋଟିଏ ରୋମାଞ୍ଚକର ମୁକାବିଲାକୁ କ୍ରିକେଟ ପ୍ରେମୀ ଉପଭୋଗ କରୁଛନ୍ତି। ଆଇପିଏଲ ବେଶ ସଫଳତାର ସହ ଆଗେଇ ଚାଲିଥିବା ବେଳେ ଏବେ ଏହାକୁ ମ୍ୟାଚ୍‌ ଫିକ୍ସିଂର ଭୟ ଘାରିଛି। ଆଇପିଏଲ ୨୦୨୫ରେ ସମ୍ଭାବ୍ୟ ମ୍ୟାଚ୍‌ ଫିକ୍ସିଂକୁ ନେଇ ସୂଚନା ମିଳିବା ପରେ ବିସିସିଆଇକୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିଛି। ବିସିସିଆଇ ପକ୍ଷରୁ ସମ୍ଭାବ୍ୟ ମ୍ୟାଚ୍‌ ଫିକ୍ସିଂକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

Advertisment

ବିସିସିଆଇ ପକ୍ଷରୁ ଆଇପିଏଲର ସମସ୍ତ ଅଂଶୀଦାରମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ବିସିସିଆଇ ସତର୍କ କରାଇଛି ଯେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ବିଭିନ୍ନ ଉପାୟରେ ମ୍ୟାଚ୍‌ ଫିକ୍ସିଂ ପାଇଁ କିଛି ବ୍ୟକ୍ତିବିଶେଷଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ବିସିସିଆଇ ସମସ୍ତ କ୍ରିକେଟର, କୋଚ, ସପୋର୍ଟ ଷ୍ଟାଫ ଓ ଭାଷ୍ୟକାରମାନଙ୍କୁ ଉକ୍ତ ସନ୍ଦିଗ୍ଧ ବ୍ୟବସାୟୀଙ୍କ ପ୍ରତି ସତର୍କ ରହିବାକୁ କୁହାଯାଇଛି।

କ୍ରିକବଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦୁର୍ନୀତି ନିବାରଣ ସୁରକ୍ଷା ୟୁନିଟ ବା ଏସିଏସ୍‌ୟୁ ଜାଣିବାକୁ ପାଇଛି ଯେ ଉକ୍ତ ବ୍ୟବସାୟୀଙ୍କ ଲିଙ୍କ ବୁକିମାନଙ୍କ ସହ ରହିଛି। ଅତୀତରେ ସେହି ବ୍ୟକ୍ତି ଜଣଙ୍କ କିଛି ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ସେ ଆଇପିଏଲ ସହ ଜଡ଼ିତ ଥିବା ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ନିଜ ଉଦ୍ଦେଶ୍ୟକୁ ଏବେ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି। ବ୍ୟବସାୟୀ ଜଣଙ୍କ ଦାମୀ ଉପହାର ସବୁ ଦେଇ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରୁଛନ୍ତି। ଏହାପରେ ନିଜ ଉଦ୍ଦେଶ୍ୟକୁ ପୂରଣ କରିବାକୁ ଚାହୁଁଛନ୍ତି।

Advertisment

ଫ୍ରାଞ୍ଚାଇଜ ମାଲିକଙ୍କ ପରିବାର ଲୋକ, ଖେଳାଳି, କୋଚ, ସପୋର୍ଟ ଷ୍ଟାଫ ଓ ଏପରି କି ଭାଷ୍ୟକାରମାନଙ୍କୁ ମଧ୍ୟ ଏହି ଶୈଳୀରେ ନିଜ ଜାଲରେ ଫସାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଖବର ମିଳିବା ପରେ ବିସିସିଆଇ ପକ୍ଷରୁ ଆଇପିଏଲ ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ବଡ଼ ବଳ ମିଳିଛି। ଆହତ ସମସ୍ୟା ଯୋଗୁ ଋଷଭ ପନ୍ତଙ୍କ ଲକ୍ଷ୍ନୌ ପାଇଁ ଉପଲବ୍ଧ ନଥିବା ଦ୍ରୁତ ବୋଲର ମୟଙ୍କ ଯାଦବ କମବ୍ୟାକ କରିଛନ୍ତି। ଏବେ ଲକ୍ଷ୍ନୌର ୮ମ ମୁକାବିଲା ପୂର୍ବରୁ ସେ ଦଳକୁ ଫେରିଛନ୍ତି।

ଶନିବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ବେଳକୁ ସେ ଖେଳିବା ପାଇଁ ଉପଲବ୍ଧ ହେବେ। ବ୍ୟାକ ଇଞ୍ଜୁରୀରେ ପୀଡ଼ିତ ଥିବା ୨୨ ବର୍ଷୀୟ ମୟଙ୍କ ୨୦୨୪ ଅକ୍ଟୋବର ମାସରୁ କ୍ରିକେଟ ଠାରୁ ଦୂରେଇ ରହିଥିଲେ। ଭାରତ ପାଇଁ ଟି-୨୦ ଡେବ୍ୟୁ କରି ୩ ମ୍ୟାଚ୍‌ ଖେଳିବା ପରେ ସେ ଆହତ ହୋଇ କ୍ରିକେଟରୁ ଦୂରେଇ ଯାଇଥିଲେ। ହେଲେ ଏବେ ସେ ମୈଦାନକୁ ଫେରିବାକୁ ଯାଉଛନ୍ତି।

IPL KKR PBKS IPL 2025