SL
ଭାରତରେ ଚାଲିଥିବା ବିଶ୍ୱକପରେ ଏଯାଏ ଗୋଟିଏ ହେଲେ ମ୍ୟାଚ୍ ଜିତି ନଥିବା ଶ୍ରୀଲଙ୍କାକୁ ଏବେ ଆହତ ସମସ୍ୟା ଘାରିଛି। ଆହତ ସମସ୍ୟା ଯୋଗୁ ଅଧିନାୟକ ଦସୁନ ଶଣକା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଖେଳି ନଥିଲେ। ସେହିପରି ଯୁବ ଦ୍ରୁତ ବୋଲର ମଥିସା ପଥିରାଣା ମଧ୍ୟ ଆହତ ସମସ୍ୟା ଦେଇ ଗତି କରୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଶ୍ରୀଲକଙ୍କା କ୍ରିକେଟ ବୋର୍ଡ ଆଜି ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ ଓ ଦ୍ରୁତ ବୋଲର ଦଷ୍ମନ୍ତ ଚାମିରାଙ୍କୁ ସ୍କ୍ୱାଡରେ ସଂରକ୍ଷିତ ଖେଳାଳି ଭାବେ ସାମିଲ କରିଛି। ସେମାନେ ଆସନ୍ତାକାଲି ଭାରତରେ ପହଞ୍ଚିବେ ଓ ଶ୍ରୀଲଙ୍କା ସ୍କ୍ୱାଡରେ ସଂରକ୍ଷିତ ଖେଳାଳି ଭାବେ ସାମିଲ ହେବେ।
ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ହିଁ ଶ୍ରୀଲଙ୍କା ଆହତ ସମସ୍ୟାରେ ପଡ଼ିଥିଲା। ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା ଆହତ କାରଣରୁ ବିଶ୍ୱକପରୁ ବାଦ ପଡ଼ିଛନ୍ତି। ପାକିସ୍ତାନ ବିପକ୍ଷ ବିଶ୍ୱକପ ମ୍ୟାଚ୍ରେ ଅଧିନାୟକ ଶଣକା ଆହତ ହୋଇଥିଲେ। ଏଥିପାଇଁ ସଂରକ୍ଷିତ ଖେଳାଳି ଭାବେ ଦଳ ସହ ରହିଥିବା ଚାମିକା କରୁଣାରତ୍ନେଙ୍କୁ ଶ୍ରୀଲଙ୍କାର ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଥିଲା। ସେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିଥିଲେ।
ଅନ୍ୟପକ୍ଷରେ କାନ୍ଧ ଜନିତ ସମସ୍ୟା ଯୋଗୁ ଚାମିରାଙ୍କୁ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇ ନଥିଲା। କିନ୍ତୁ ଏବେ ତାଙ୍କୁ ସଂରକ୍ଷିତ ଖେଳାଳି ଭାବେ ଶ୍ରୀଲଙ୍କା ସ୍କ୍ୱାଡରେ ସାମିଲ କରାଯାଇଛି।
ସେହିପରି ମାଥ୍ୟୁସଙ୍କୁ ମଧ୍ୟ ଅଭିଜ୍ଞତା ଦୃଷ୍ଟିରୁ ସଂରକ୍ଷିତ ଖେଳାଳି ଭାବେ ଭାରତ ପଠାଇବାକୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ନିଷ୍ପତ୍ତି ନେଇଛି। ଶ୍ରୀଲଙ୍କା ଆସନ୍ତା ୨୧ ତାରିଖରେ ଡଚ୍ ଟିମ୍ ବିରୋଧରେ ତା’ର ପରବର୍ତ୍ତୀ ମ୍ୟାଚ୍ ଖେଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SL_1697714753.jpg)