Advertisment

ମ୍ୟାକ୍ସୱେଲଙ୍କ ରେକର୍ଡ ଶତକ: ଡଚ୍‌ ଟିମକୁ ୪୦୦ ରନର ଟାର୍ଗେଟ

ଶେଷ ଓଭର ଗୁଡ଼ିକରେ ମ୍ୟାକ୍ସୱେଲ କେବଳ ୬କା ଓ ଚୌକା ବର୍ଷା କରିଥିଲେ। ବିଶେଷ କରି ୪୯ତମ ଓଭର ବୋଲିଂ କରୁଥିବା ଡଚ୍‌ ଟିମର ବାସ ଡେ ଲିଡେଙ୍କୁ ସେ ୩ଟି ଛକା ଓ ୨ଟି ଚୌକା ମାରିଥିଲେ। ଏଥିସହ ସେ ବିଶ୍ୱକପରେ ରେକର୍ଡ ଶତକ ହାସଲ କରିଛନ୍ତି।

Maxwell

Maxwell

Advertisment

ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଗର୍ଜିଛି ଅଷ୍ଟ୍ରେଲୀୟ ବ୍ୟାଟରଙ୍କ ବ୍ୟାଟ୍। ଡାଭିଡ ୱାର୍ଣ୍ଣରକଙ୍କ ଚମତ୍କାର ଶତକ ପରେ ବିଶ୍ୱକପରେ ପ୍ରଥମଥର ଦେଖିବାକୁ ମିଳିଛି ଗ୍ଲେନ ମ୍ୟାକ୍ସୱେଲଙ୍କ ବିସ୍ଫୋରଣ। ତାଙ୍କୁ ବ୍ୟାଟରୁ ବାହାରିଛି ଗଦାଗଦା ଛକା। ରିଭର୍ସ ସୁଇପ୍‌ରେ ମ୍ୟାକ୍ସୱେଲଙ୍କ ଛକା ମାଡ଼ ଆଜି ଦିଲ୍ଲୀ ଷ୍ଟାଡିୟମରେ ଉପସ୍ଥିତ ଥିବା ଲୋକଙ୍କୁ ବେଶ ମଜା ଦେଇଛି।

Advertisment

ଶେଷ ଓଭର ଗୁଡ଼ିକରେ ମ୍ୟାକ୍ସୱେଲ କେବଳ ୬କା ଓ ଚୌକା ବର୍ଷା କରିଥିଲେ। ବିଶେଷ କରି ୪୯ତମ ଓଭର ବୋଲିଂ କରୁଥିବା ଡଚ୍‌ ଟିମର ବାସ ଡେ ଲିଡେଙ୍କୁ ସେ ୩ଟି ଛକା ଓ ୨ଟି ଚୌକା ମାରିଥିଲେ। ଏଥିସହ ସେ ବିଶ୍ୱକପରେ ରେକର୍ଡ ଶତକ ହାସଲ କରିଛନ୍ତି।

ମାତ୍ର ୪୦ ବଲରେ ସେ ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମଙ୍କ ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି। ମାର୍କରମ ୪୯ ବଲରେ ଶତକ ହାସଲ କରିଥିଲେ। ହେଲେ ମ୍ୟାକ୍ସୱେଲ ତାଙ୍କୁ ପଛରେ ପକାଇ ଦେଇଛନ୍ତି। 

Advertisment

ୱାର୍ଣ୍ଣର ୧୦୪ ରନର ଇନିଂସ ଖେଳିଥିବା ବେଳେ ମ୍ୟାକ୍ସୱେଲ ୪୩ ବଲରେ ୧୦୬ ରନର ଇନିଂସ ଖେଳିଛନ୍ତି। ଏହାକୁ ଆଧାର କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ରାଇ ୩୯୯ ରନ କରିଛି। ଏବେ ଡଚ ଟିମକୁ ବିଶ୍ୱକପରେ ଆଉ ଗୋଟିଏ ଅବିଶ୍ୱସନୀୟ ମ୍ୟାଚ୍‌ ଜିତିବାକୁ ୪୦୦ ରନର ଟାର୍ଗେଟ ମିଳିଛି। ୱାର୍ଣ୍ଣର ଓ ମ୍ୟାକ୍ସୱେଲଙ୍କ ବ୍ୟତୀତ କଙ୍ଗାରୁ ଟିମ ପାଇଁ ଷ୍ଟିଭ ସ୍ମିଥ ୭୧ ଓ ମାର୍ନସ ଲାବୁଶାନେ ୬୨ ରନର ଇନିଂସ ଖେଳିଛନ୍ତି।

ଦିଲ୍ଲୀରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୨୮ ରନରେ ପ୍ରଥମ ୱିକେଟ ହରାଇଥିଲା। ମିଚେଲ ମାର୍ଶ(୯)ଙ୍କୁ ଆଉଟ କରି ଭାନ ବୀକ ଡଚ ଟିମକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ସ୍ମିଥ ଓ ୱାର୍ଣ୍ଣର ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୬୦ ଥିବା ବେଳେ ବ୍ୟକ୍ତିଗତ ୭୧ ରନ କରି ସ୍ମିଥ ଆଉଟ ହୋଇଥିଲେ। ତାଙ୍କ ୱିକେଟ ଆର୍ଯ୍ୟନ ଦତ୍ତ ନେଇଛନ୍ତି।

ଆଜି ଲାବୁଶାନେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୭ ବଲରେ ୬୨ କରି ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କୁ ବାସ୍‌ ଡେ ଲିଡେ ଆଉଟ କରିଥିଲେ। ଲାବୁଶାନେଙ୍କ ପରେ ଆସିଥିବା ଜୋଶ ଇଙ୍ଗଲିସ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ଲିଡେ ତାଙ୍କୁ ୧୪ ରନରେ ଆଉଟ କରିଦେଥିଲେ।

ଦଳୀୟ ସ୍କୋର ୨୬୭ ହୋଇଥିବା ବେଳେ ୱାର୍ଣ୍ଣର ୧୦୪ ରନ କରି ଆଉଟ ହୋଇଥିଲେ। ଆଉ ୧୭ ରନ ପରେ କାମେରନ ଗ୍ରୀନ ମଧ୍ୟ ରନଆଉଟ ହୋଇଯାଇଥିଲେ। ଗ୍ରୀନ ଆଉଟ ହେବା ସମୟରେ ଅଷ୍ଟ୍ରେଲିଆର ସ୍କୋର ୪୨.୨ ଓଭର୍‌ରେ ୨୯୦/୬ ଥିଲା।

ବାସ୍‌ ଏହି ଠାରୁ ଆରମ୍ଭ ହୋଇଥିଲା ମ୍ୟାକ୍ସୱେଲଙ୍କ ଜଲୱା। ସେ କେବଳ ଛକା ଓ ଚୌକାରେ ଡଚ୍‌ ଟିମର ବୋଲରଙ୍କୁ ମୁକାବିଲା କରିଥିଲେ। ବିଶେଷ କରି ଲିଡେଙ୍କୁ ସେ ବଡ଼ବଡ଼ ଶଟ ମାରିଥିଲେ। ପ୍ରଥମେ ୨୭ ବଲରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ମ୍ୟାକ୍ସୱେଲଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ସେ ଆଉ ୧୩ଟି ବଲରେ ୫୦ ରନ ହାସଲ କରି ନିଜର ଶତକ ପୂରଣ କରିଥିଲେ।

ଏହାପରେ ବିଶ୍ୱକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି। ୭ମ ୱିକେଟ ପାଇଁ ସେ ଅଧିନାୟକ ପାଟ କମିନ୍ସଙ୍କ ସହ ମିଶି ୧୦୩ ରନ ଯୋଡ଼ିଥିଲେ। ତେବେ ଶେଷ ଓଭର୍‌ର ତୃତୀୟ ବଲରେ ମ୍ୟାକ୍ସୱେଲ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ୪୪ ବଲରେ ୧୦୬ ରନର ଇନିଂସ ଖେଳିଛନ୍ତି। ଏଥିରେ ୮ଟି ବିଶାଳ ଛକା ଓ ୯ଟି ଚୌକା ରହିଛି।

ମ୍ୟାକ୍ସୱେଲଙ୍କ ପରେ ମିଚେଲ ଷ୍ଟାର୍କ(୦) ଆଉଟ ହୋଇଥିଲେ। କିନ୍ତୁ ଇନିଂସର ଶେଷ ବଲରେ କମିନ୍ସ ଚୌକା ମାରିବାରୁ ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୩୯୯ ରନରେ ପହଞ୍ଚି ଯାଇଥିଲା।

ଡଚ୍‌ ଟିମ ପକ୍ଷରୁ ବୀକ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଲିଡେ ୨ଟି ଓ ଆର୍ଯ୍ୟନ ଦତ୍ତ ଗୋଟିଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe