Advertisment

ଦୁର୍ଘଟଣାରେ ମ୍ୟାକ୍ସୱେଲ ଗୁରୁତର ଆହତ, ଖେଳିବେନି ଇଂଲଣ୍ଡ ବିପକ୍ଷ ମୁକାବିଲା

ଦ୍ୱିତୀୟ ଥର ପାଇଁ ମ୍ୟାକ୍ସୱେଲ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ୨୦୨୦ ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା ହେବା ପରେ ମ୍ୟାକ୍ସୱେଲ ଦୁର୍ଘଟଣାର ସାମ୍ନା କରିଥିଲେ।

Maxwell

Maxwell

Advertisment

ଭାରତରେ ବିଶ୍ୱକପ ଚାଲିଥିବା ବେଳେ ଅଷ୍ଟ୍ରେଲିଆକୁ ଲାଗିଛି ଜୋରଦାର ଝଟକା। ଦଳର ଅଲରାଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଏଥିପାଇଁ ସେ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଛନ୍ତି। ସୋମବାର ସନ୍ଧ୍ୟାରେ ମ୍ୟାକ୍ସୱେଲ ଗୋଟିଏ ଗଲ୍ଫ ଗାଡ଼ିରେ ବସି ବୁଲୁଥିଲେ। କିନ୍ତୁ ହଠାତ ଏହା ଓଲଟି ପଡ଼ିଥିଲା। ତେଣୁ ମ୍ୟାକ୍ସୱେଲଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି।

Advertisment

ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ନଭେମ୍ବର ୪ରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ନଜର ଆସିବେ ନାହିଁ। ସେହିପରି ତାଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ, ତା’ର ସୂଚନା ମଧ୍ୟ କାହା ପାଖରେ ନାହିଁ।

ରିପୋର୍ଟ ଅନୁସାରେ, ସୋମବାର ସନ୍ଧ୍ୟାରେ ମ୍ୟାକ୍ସୱେଲ ଗୋଟିଏ ଗଲ୍ଫ ଗାଡ଼ିର ପଛରେ ବସି ସନ୍ଧ୍ୟା ସମୟରେ ରାଉଣ୍ତ ମାରୁଥିଲେ। ତେବେ ଗୋଟିଏ ଅନ୍ଧାରିଆ ସ୍ଥାନରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

Advertisment

ଗଲ୍ଫ ଖେଳି ସାରିବା ପରେ ମ୍ୟାକ୍ସୱେଲ ବୁଲୁଥିବା ବେଳେ ଏପରି ଘଟଣା ଘଟିଛି। ଏହି ଘଟଣାରେ ମ୍ୟାକ୍ସୱେଲଙ୍କୁ ଛାଡ଼ି ଦେଲେ ଆଉ କେହି ବି ଆହତ ହୋଇ ନାହାନ୍ତି।

ଦ୍ୱିତୀୟ ଥର ପାଇଁ ମ୍ୟାକ୍ସୱେଲ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ୨୦୨୦ ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା ହେବା ପରେ ମ୍ୟାକ୍ସୱେଲ ଦୁର୍ଘଟଣାର ସାମ୍ନା କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ତେବେ ସେ ବିଶ୍ୱକପ ବେଳକୁ ଠିକ ହେବା ସହ ଦଳକୁ ଫେରିଥିଲେ।

ବିଶ୍ୱକପରେ ମଧ୍ୟ ସେ ତାଙ୍କ ଜଲୱା ଦେଖାଇ ୪୦ ବଲରେ ଶତକ ମଧ୍ୟ ହାସଲ କରିଥିଲେ। କିନ୍ତୁ ଏବେ ସେ ଦୁର୍ଘଟଣାର ସମ୍ମୁଖୀନ ହେବା ଅଷ୍ଟ୍ରେଲିଆର ଚିନ୍ତାକୁ ବଢ଼ାଇ ଦେଇଛି।

ICC ICC Men’s Cricket World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe