Advertisment

ଚୌକା ମାରି ଶତକ ପୂରଣ କଲେ ମୟଙ୍କ

ମୁମ୍ବାଇ: ପ୍ରଥମ ଟେଷ୍ଟରେ ନିରାଶ କରିଥିବା ଓପ୍ନର ମୟଙ୍କ ଅଗ୍ରୱାଲ୍ ମୁମ୍ବାଇରେ ଧମାକେଦାର ବ୍ୟାଟିଂ କରିଛନ୍ତି। ଲୋକେଶ ରାହୁଲଙ୍କ ସ୍ଥାନରେ ଖେଳୁଥିବା ମୟଙ୍କ ଅଗ୍ରୱାଲ୍ ଶତକ ହାସଲ କରିଛନ୍ତି। ସେ ୧୯୬ ବଲରେ ନିଜର ଶତକ ପୂରଣ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଚତୁର୍ଥ ଶତକ। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ମୟଙ୍କ (୧୩ ଓ ୧୭) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। କିନ୍ତୁ ୱାଙ୍ଖଡେ ଷ୍ଟାଡିୟମରେ ମୟଙ୍କ ଜବରଦସ୍ତ ଢଙ୍ଗରେ ବ୍ୟାଟିଂ କରିଛନ୍ତି। ଏଥିସହିତ ଘରୋଇ ମାଟିରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଚୌକା ମାରି ଶତକ ପୂରଣ କଲେ ମୟଙ୍କ

mayanka

ମୁମ୍ବାଇ: ପ୍ରଥମ ଟେଷ୍ଟରେ ନିରାଶ କରିଥିବା ଓପ୍ନର ମୟଙ୍କ ଅଗ୍ରୱାଲ୍ ମୁମ୍ବାଇରେ ଧମାକେଦାର ବ୍ୟାଟିଂ କରିଛନ୍ତି। ଲୋକେଶ ରାହୁଲଙ୍କ ସ୍ଥାନରେ ଖେଳୁଥିବା ମୟଙ୍କ ଅଗ୍ରୱାଲ୍ ଶତକ ହାସଲ କରିଛନ୍ତି। ସେ ୧୯୬ ବଲରେ ନିଜର ଶତକ ପୂରଣ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଚତୁର୍ଥ ଶତକ। ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ମୟଙ୍କ (୧୩ ଓ ୧୭) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। କିନ୍ତୁ ୱାଙ୍ଖଡେ ଷ୍ଟାଡିୟମରେ ମୟଙ୍କ ଜବରଦସ୍ତ ଢଙ୍ଗରେ ବ୍ୟାଟିଂ କରିଛନ୍ତି। ଏଥିସହିତ ଘରୋଇ ମାଟିରେ ମୟଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି।

Advertisment

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ମୟଙ୍କ ଓ ତାଙ୍କ ଓପନିଂ ପାର୍ଟନର୍ ଶୁବମନ୍ ଗିଲ ପ୍ରଥମ ୱିକେଟ୍ ପାଇଁ ୮୦ ରନ୍ ଯୋଡ଼ିଥିଲେ। ଏହା ପରେ ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ ବିରାଟ୍ କୋହଲି ଖାତା ଖୋଲିପାରିନଥିଲେ। କିନ୍ତୁ ମୟଙ୍କ କ୍ରିଜରେ ଜମି ରହିଥିଲେ ଏବଂ ୧୧୯ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

https://twitter.com/BCCI/status/1466727761163145216?s=20

https://twitter.com/BCCI/status/1466726638062739458?s=20

ଏହା ପରେ ମୟଙ୍କ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ମୟଙ୍କ ନିଜର ପରବର୍ତ୍ତୀ ୫୦ ରନ୍ ପାଇଁ ୭୭ ବଲର ସହାୟତା ନେଇଥିଲେ। ସେ ନିଜ ଇନିଂସ୍ ଭିତରେ ୧୩ ଚୌକା ଓ ୩ ଛକା ମାରିଛନ୍ତି। ଘରୋଇ ମାଟିରେ ମୟଙ୍କ ରେକର୍ଡ ବେଶ୍ ଉତ୍କୃଷ୍ଟ ରହିଛି। ସେ ତାଙ୍କର ୪ଟି ଯାକ ଶତକ ଭାରତରେ ହିଁ ମାରିଛନ୍ତି। ମୟଙ୍କ ଶେଷଥର ଲାଗି ୨୦୧୯ରେ ଇନ୍ଦୋରରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ଶତକ ମାରିଥିଲେ। ଏହି ମ୍ୟାଚରେ ସେ ୨୪୩ ରନ୍‌ର ମାରାଥନ୍ ଇନିଂସ୍ ଖେଳିଥିଲେ।

Advertisment