Advertisment

ମୁମ୍ବାଇରେ ମୟଙ୍କ ମ୍ୟାଜିକ୍, ଭାରତ ୨୨୧/୪

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାକାର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିନରେ ମୟଙ୍କ ଅଗ୍ରୱାଲ୍ ଓ ଏଜାଜ ପଟେଲ ଦେଖାଇଲେ କମାଲ୍‌। ଗୋଟିଏ ପଟେ ଏଜାଜ ପଟେଲ ଭାରତର ଟପ୍ ଅର୍ଡର ବ୍ୟାଟିଂ ଲାଇନକୁ ଧ୍ୱଂସ କରିଥିବା ବେଳେ ଅନ୍ୟପଟେ ମୟଙ୍କଙ୍କ ଦମଦାର ଶତକ ବଳରେ ଭାରତ ସମ୍ମାନଜନକ ସ୍କୋର କରିଛି। ଏଥିସହ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ […]

author-image
Ranjit Kumar Jena
ମୁମ୍ବାଇରେ ମୟଙ୍କ ମ୍ୟାଜିକ୍, ଭାରତ ୨୨୧/୪

mayanka1

ମୁମ୍ବାଇ: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାକାର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିନରେ ମୟଙ୍କ ଅଗ୍ରୱାଲ୍ ଓ ଏଜାଜ ପଟେଲ ଦେଖାଇଲେ କମାଲ୍‌। ଗୋଟିଏ ପଟେ ଏଜାଜ ପଟେଲ ଭାରତର ଟପ୍ ଅର୍ଡର ବ୍ୟାଟିଂ ଲାଇନକୁ ଧ୍ୱଂସ କରିଥିବା ବେଳେ ଅନ୍ୟପଟେ ମୟଙ୍କଙ୍କ ଦମଦାର ଶତକ ବଳରେ ଭାରତ ସମ୍ମାନଜନକ ସ୍କୋର କରିଛି। ଏଥିସହ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୨୨୧ ରନ୍ କରିଛି। ଭାରତ ପକ୍ଷରୁ ଚେତେଶ୍ୱର ପୂଜାରା ଓ କ୍ୟାପଟେନ୍ ବିରାଟ୍ କୋହଲି ଖାତା ଖୋଲିପାରିନାହାନ୍ତି। ଷ୍ଟମ୍ପ ଅପସାରଣ ବେକଳୁ ମୟଙ୍କ ୧୨୦ (୨୪୬ ବଲ୍, ୧୪ ଚୌକା, ୪ ଛକା) ଓ ଋଦ୍ଧିମାନ ସାହା ୨୫ (୫୩ ବଲ୍, ୩ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଛନ୍ତି।

Advertisment

ଗତ ଦୁଇଦିନ ଧରି ମୁମ୍ବାଇରେ ଲଗାତର ବର୍ଷା କାରଣରୁ ଆଉଟ୍ ଫିଲ୍ଡ ଓଦା ରହିଥିଲା। ଯେଉଁ କାରଣରୁ ଟସ୍ ପଡ଼ିବାରେ ବିଳମ୍ବ ହୋଇଥିଲା। ସକାଳ ୧୧ଟା ବେଳେ ଟସ୍ ପଡ଼ିଥିଲା। କମବ୍ୟାକ୍ କରିଥିବା କ୍ୟାପଟେନ୍ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପ୍ନର ମୟଙ୍କ ଓ ଶୁବମନ୍ ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍‌ ପାଇଁ ୮୦ ରନର ମଜଭୁତ୍ ଭାଗିଦାରୀ କରିଥିଲେ। ତେବେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ କିୱି ଟିମର ସ୍ପିନର ଏଜାଜ ପଟେଲ୍। ଗିଲ୍ ପୁଣିଥରେ ନିଜ ଇନିଂସକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ।

https://twitter.com/BCCI/status/1466727761163145216?s=20

ଗିଲ୍ ବ୍ୟକ୍ତିଗତ ୪୪ ରନ୍ କରିଥିବା ବେଳେ ସ୍ଲିପରେ ରସ୍ ଟେଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏଜାଜ ନିଜର ପରବର୍ତ୍ତୀ ଓଭରରେ ଦୁଇ ବଡ଼ ଶିକାର କରିଥିଲେ। ପ୍ରଥମେ ଚେତେଶ୍ୱର ପୂଜାରା ଓ ପରେ କ୍ୟାପଟେନ୍ କୋହଲିଙ୍କୁ ଆଉଟ୍ କରିଥିଲେ ଏଜାଜ। ଖରାପ ଫର୍ମରେ ଥିବା ପୂଜାରା ମାତ୍ର ୫ ବଲ୍ ଖେଳି ବୋଲ୍ଡ ହୋଇଥିଲେ। କୋହଲି ମଧ୍ୟ ମାତ୍ର ୪ଟି ବଲ୍ ଖେଳିବାକୁ ସକ୍ଷମ ହୋଇଥିଲେ। ଉଭୟ କୋହଲି ଓ ପୂଜାରା ଖାତା ଖୋଲିପାରିନଥିଲେ। ଏଥିସହ ଏକ ସମୟରେ ୮୦ ରନରେ କୌଣସି ୱିକେଟ୍ ହରାଇ ନଥିବା ଭାରତ ଲଗାତର ୩ଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଚାଲିଥିଲା।

Advertisment

https://twitter.com/DasiVamsi9/status/1466727398477492230?s=20

https://twitter.com/BCCI/status/1466740771927642114?s=20

ଏହି ସମୟରେ କ୍ରିଜକୁ ଆସିଥିଲେ ଇନଫର୍ମ ଶ୍ରେୟସ ଆୟର୍। ମୟଙ୍କଙ୍କୁ ଭରପୂର ସହଯୋଗ କରିଥିଲେ ଆୟର୍। ଦୁହେଁ ଚତୁର୍ଥ ୱିକେଟ୍‌ ପାଇଁ ୮୦ ରନର ପାର୍ଟନରଶିପ୍ କରିଥିଲେ। ତେବେ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଶତକ (୧୦୫) ଓ ଅର୍ଦ୍ଧଶତକ (୬୫) ମାରିଥିବା ଆୟର୍ ମାତ୍ର ୧୮ ରନ୍ କରି ଏଜାଜଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ମୟଙ୍କ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ।

ଆୟରଙ୍କ ଆଉଟ୍ ପରେ ମୟଙ୍କଙ୍କୁ ସାଥ୍ ଦେଇଥିଲେ ଋଦ୍ଧିମାନ ସାହା। ଦୁହେଁ କିୱି ଆଟାକକୁ ସର୍ତକତାର ସହ ଖେଳିଥିଲେ ଏବଂ ଦଳର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଏହାରି ଭିତରେ ମୟଙ୍କ ୧୯୬ ବଲରେ ନିଜର ଚତୁର୍ଥ ଟେଷ୍ଟ ଶତକ ହାସଲ କରିଥିଲେ। ମୟଙ୍କ ଓ ସାହା ପଞ୍ଚମ ୱିକେଟ୍ ପାଇଁ ଅବିଭାଜିତ ୬୧ ରନ୍ ଯୋଡ଼ିଛନ୍ତି। ଆସନ୍ତାକାଲି ଦ୍ୱିତୀୟ ଦିବସରେ ଦୁହେଁ ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇବାକୁ ପ୍ରୟାସ କରିବେ।