Advertisment

କ୍ରିକେଟ୍ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି) କ୍ରିକେଟ୍ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ କ୍ରିକେଟରେ ଆଉ ବ୍ୟବହୃତ ହେବନି ‘ବ୍ୟାଟ୍ସମ୍ୟାନ୍’ ଶବ୍ଦ। ଅର୍ଥାତ୍ ପୁରୁଷ ଓ ମହିଳାଙ୍କ ପାଇଁ ‘ବ୍ୟାଟ୍ସମ୍ୟାନ୍’ ବଦଳରେ ଜେଣ୍ଡର ନ୍ୟୁଟ୍ରାଲ୍ ‘ବ୍ୟାଟର’ ଶବ୍ଦର ବ୍ୟବହାର କରାଯିବ। ଏମସିସି କମିଟି ଦ୍ୱାରା ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି। ଏହି ପରିବର୍ତ୍ତନ ଶୀଘ୍ର ଲାଗୁ କରାଯିବ ବୋଲି ଏମସିସି କହିଛି। ଏମସିସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଜେଣ୍ଡର ନ୍ୟୁଟ୍ରାଲ୍ (ଯେଉଁଥିରେ କୌଣସି ପୁରୁଷ […]

author-image
Ranjit Kumar Jena
ଓଡ଼ିଶାର ବିଜୟଧାରା ଭାଙ୍ଗିଲା

batter

ନୂଆଦିଲ୍ଲୀ: ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମସିସି) କ୍ରିକେଟ୍ ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏବେ କ୍ରିକେଟରେ ଆଉ ବ୍ୟବହୃତ ହେବନି ‘ବ୍ୟାଟ୍ସମ୍ୟାନ୍’ ଶବ୍ଦ। ଅର୍ଥାତ୍ ପୁରୁଷ ଓ ମହିଳାଙ୍କ ପାଇଁ ‘ବ୍ୟାଟ୍ସମ୍ୟାନ୍’ ବଦଳରେ ଜେଣ୍ଡର ନ୍ୟୁଟ୍ରାଲ୍ ‘ବ୍ୟାଟର’ ଶବ୍ଦର ବ୍ୟବହାର କରାଯିବ। ଏମସିସି କମିଟି ଦ୍ୱାରା ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି। ଏହି ପରିବର୍ତ୍ତନ ଶୀଘ୍ର ଲାଗୁ କରାଯିବ ବୋଲି ଏମସିସି କହିଛି।

Advertisment

ଏମସିସି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଜେଣ୍ଡର ନ୍ୟୁଟ୍ରାଲ୍ (ଯେଉଁଥିରେ କୌଣସି ପୁରୁଷ କିମ୍ବା ମହିଳାଙ୍କୁ ଗୁରୁତ୍ୱ ଦିଆଯାଇନଥିବ)ର ଶବ୍ଦର ବ୍ୟବହାର ସମସ୍ତଙ୍କ ପାଇଁ ସମାନ ହେବ। ଏହା ଦ୍ୱାରା କ୍ରିକେଟର ମାନ୍ୟତା ଆହୁରି ମଜଭୁତ୍ ହେବ। ଏହି ପରିବର୍ତ୍ତନ ଏ ଦିଗରେ ପୂର୍ବରୁ ଚାଲିଥିବା ବିକାଶମୂଳକ କାମର ଏକ ଅଂଶ। ଏହା ମଧ୍ୟ ଏମସିସିର ବୈଷୟିକ ଦାୟିତ୍ୱର ଏକ ଜରୁରୀ ଅଂଶବିଶେଷ।

ମହିଳା କ୍ରିକେଟ୍ ବିଶ୍ୱର ସବୁ ସ୍ତରରେ ଅଦ୍ଭୁତପୂର୍ବ ବିକାଶ କରିଛି। ତେଣୁ ମହିଳା ଏବଂ ଯୁବତୀମାନଙ୍କୁ କ୍ରିକେଟ୍ ଖେଳିବାକୁ ଉତ୍ସାହିତ କରିବା ପାଇଁ ଅଧିକରୁ ଅଧିକ ‘ଜେଣ୍ଡର ନ୍ୟୁଟ୍ରାଲ୍' ଶବ୍ଦ ଗ୍ରହଣ କରିବା କଥା କୁହାଯାଉଥିଲା। ଅନେକ ସଂଗଠନ ଓ ଗଣମାଧ୍ୟମ ସଂସ୍ଥା ପୂର୍ବରୁ 'ବ୍ୟାଟର୍' ଶବ୍ଦ ବ୍ୟବହାର କରିଆସୁଛନ୍ତି।

Advertisment

ଏମସିସି କହିଛି, ୨୦୧୭ରେ ହୋଇଥିବା ‘ରିଡ୍ରାଫ୍ଟ’ରେ ଆଇସିସି ଓ ମହିଳା କ୍ରିକେଟର କିଛି ମହତ୍ତ୍ୱପୂର୍ଣ୍ଣ ଅଧିକାରୀଙ୍କ ପରାମର୍ଶ ପରେ ସହମତି ହୋଇଥିଲା ଯେ ଖେଳର ନିୟମ ଅନୁଯାୟୀ ଶବ୍ଦ ‘ବ୍ୟାଟ୍ସମ୍ୟାନ୍’ ହିଁ ରହିବ। ଏହି ନିୟମ ଅନୁସାରେ ଆଜି ଘୋଷିତ ହୋଇଥିବା ପରିବର୍ତ୍ତନରେ ‘ବ୍ୟାଟର୍’ ଓ ‘ବ୍ୟାଟର୍ସ’ ଶବ୍ଦ କ୍ରିକେଟ୍ ଜଗତରେ ବହୁଳ ବ୍ୟବହାରକୁ ପ୍ରତିଫଳିତ କରିଛି। ବ୍ୟାଟର୍ ଶବ୍ଦର ବ୍ୟବହାର ହେଉଛି ଏକ ପ୍ରାକୃତିକ ପ୍ରଗତି, ଯାହା ନିୟମରେ 'ବୋଲର' ଏବଂ 'ଫିଲ୍ଡର୍ସ' ଶବ୍ଦ ସହ ସମାନ।