Advertisment

ଅଭିନେତା ଟିମକୁ ହରାଇ ଟ୍ରଫି ଜିତିଲା ମିଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟରି ୱାର୍କ’ ଓ ‘କର ଫାଉଣ୍ଡେସନ୍‌’ ମିଳିତ ସହଯୋଗରେ ସ୍ଥାନୀୟ ୟୁନିଟ୍‌-୬ସ୍ଥିତ ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ ‘ସେଲିବ୍ରିଟି ଚ୍ୟାରିଟି ଟେନିସ୍ ବଲ୍ କ୍ରିକେଟ୍‌’ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ କ୍ଲବ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଟୁର୍ଣ୍ଣାମେଣ୍ଟରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା ‘ରକ୍ତଦାନ ଜୀବନ ଦାନ’, ‘ଗଛ ଲଗାନ୍ତୁ, […]

ଅଭିନେତା ଟିମକୁ ହରାଇ ଟ୍ରଫି ଜିତିଲା ମିଡିଆ

bmc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ 'ୟୁଥ୍ ଫର୍ ଭଲ୍ୟୁଣ୍ଟରି ୱାର୍କ’ ଓ 'କର ଫାଉଣ୍ଡେସନ୍‌’ ମିଳିତ ସହଯୋଗରେ ସ୍ଥାନୀୟ ୟୁନିଟ୍‌-୬ସ୍ଥିତ ପ୍ରଗତି ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ 'ସେଲିବ୍ରିଟି ଚ୍ୟାରିଟି ଟେନିସ୍ ବଲ୍ କ୍ରିକେଟ୍‌’ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ କ୍ଲବ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। ଟୁର୍ଣ୍ଣାମେଣ୍ଟରେ ସମାଜର ବିଭିନ୍ନ ବର୍ଗରୁ ପ୍ରତିଷ୍ଠା ଲାଭ କରିଥିବା ନେତା, ଅଭିନେତା, ସାମ୍ବାଦିକ, ସମାଜସେବୀ ପ୍ରମୁଖ ସାମାଜିକ ସ୍ଲୋଗାନ୍ ଯଥା 'ରକ୍ତଦାନ ଜୀବନ ଦାନ', 'ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ', 'ସଡ଼କ ସୁରକ୍ଷା, ଜୀବନ ରକ୍ଷା', 'ମାନବ ସେବା ହିଁ ମାଧବ ସେବା' ଆଦି ଲେଖାଥିବା ଟି ଶାର୍ଟ ପିନ୍ଧି ମ୍ୟାଚ୍ ଖେଳିଥିଲେ।

Advertisment

ରବିବାର ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଭୁବନେଶ୍ୱର ମିଡ଼ିଆ ସ୍ପୋର୍ଟସ କ୍ଲବ୍ ଅଭିନେତା ଏକାଦଶକୁ ହରାଇ ଏହି ସଫଳତା ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଭିନେତା ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬୮ ରନ କରିଥିବାବେଳେ ମିଡ଼ିଆ କ୍ଲବ ୬ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହା ପୂର୍ବରୁ ପ୍ରଥମ ମ୍ୟାଚରେ ସମାଜସେବୀ ଦଳକୁ ମିଡ଼ିଆ ଓ ଦ୍ୱିତୀୟ ମ୍ୟାଚରେ ଲିଡର୍ସଙ୍କୁ ଅଭିନେତା ଦଳ ହରାଇ ଫାଇନାଲରେ ସ୍ଥନ ପକ୍କା କରିଥିଲା।

ଏହି ଅବସରରେ ପୂର୍ବତନ ରଣଜୀ କ୍ରିକେଟର୍ ସତ୍ୟରଞ୍ଜନ ଶତପଥୀ (ଜିତୁ), ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ଉପସଭାପତି ମହମ୍ମଦ ଅଲିମ୍‌, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା କର ଫାଉଣ୍ଡେସନର ଅଧ୍ୟକ୍ଷ ଚନ୍ଦନ କର, ସମାଜସେବୀ ରୁଦ୍ର ସାମନ୍ତରାୟ, ସତ୍ୟଭାମା ଦେବୀ କଲେଜର ଅଧ୍ୟକ୍ଷା ନିରଜା ଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ହାସ୍ୟାଭିନେତା ହାଡ଼ୁଭାଇ, ଚୌଧୁରୀ ଜୟପ୍ରକାଶ, ଶଙ୍କର ପ୍ରଧାନ, ଭିକାରୀ ଭାଇ, ରବି କୁମାର, ଜ୍ଞାନ ବାରିକ ପ୍ରମୁଖ ଅଂଶଗ୍ରହଣ କରି ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

Advertisment

ଉଦ୍‌ଯାପନୀ ଉତ୍ସବରେ ଭର୍ସାଟାଇଲ୍ ଅଭିନେତା ହର ରଥ ଓ ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ପ୍ରଗତି ସ୍ପୋର୍ଟିଂର ସଦସ୍ୟ ଟୁନା ସାହୁ ସହଯୋଗ କରିଥିଲେ। ଅଭିନେତା ଦୁଷ୍ମନ୍ତ ପଣ୍ଡା, ସୁର ତ୍ରିପାଠୀ, ମୁକେଶ, ରାକେଶ, ଅଙ୍କିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ୟୁଥ୍ ଫର୍ ଭଲ୍ୟୁାରୀ ୱାର୍କ ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ଧନ୍ୟବାଦ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe