Advertisment

ଭାରତ ବିପକ୍ଷ ଟି-୨୦ ସିରିଜ ପାଇଁ ବାଂଲାଦେଶ ସ୍କ୍ୱାଡ: ଫେରିଲେ ମିରାଜ

ଅଭିଜ୍ଞ ସାକିବ ଅଲ ହାସନ ଟି-୨୦ରୁ ଅବସର ନେଇଥିବାରୁ ସେ ସ୍କ୍ୱାଡରେ ନାହାନ୍ତି। ସେହିପରି ନିକଟରେ ଆଇସିସି ଟି-୨୦ ବିଶ୍ୱକପ ଦଳରେ ଥିବା ସୌମ୍ୟ ସରକାର ଓ ତନବୀର ଅହମଦଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ।

author-image
Hemant Lenka
Miraz

Miraz

ଭାରତ ବିପକ୍ଷ ଟେଷ୍ଟରେ ଠିକଠାକ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ମେହିଦ ହାସନ ମିରାଜ ଦୀର୍ଘ ୧୪ ମାସ ପରେ ବାଂଲାଦେଶର ଟି-୨୦ ସ୍କ୍ୱାଡକୁ ଫେରିଛନ୍ତି। ଭାରତ ବିପକ୍ଷ ୩ ଟିକିଆ ଟି-୨୦ ସିରିଜ ପାଇଁ ବାଂଲାଦେଶ ଘୋଷଣା କରିଥିବା ୧୫ ଜଣିଆ ସ୍କ୍ୱାଡରେ ମିରାଜ ଅଛନ୍ତି। ମିରାଜଙ୍କ ବ୍ୟତୀତ ବାମହାତୀ ବ୍ୟାଟର ପରଭେଜ ହୁସେନ ଇମୋନ ଓ ବାମହାତୀ ସ୍ପିନର ରକିବୁଲ ହାସନଙ୍କୁ ମଧ୍ୟ ସ୍କ୍ୱାଡରେ ରଖାଯାଇଛି।

Advertisment

ଅଭିଜ୍ଞ ସାକିବ ଅଲ ହାସନ ଟି-୨୦ରୁ ଅବସର ନେଇଥିବାରୁ ସେ ସ୍କ୍ୱାଡରେ ନାହାନ୍ତି। ସେହିପରି ନିକଟରେ ଆଇସିସି ଟି-୨୦ ବିଶ୍ୱକପ ଦଳରେ ଥିବା ସୌମ୍ୟ ସରକାର ଓ ତନବୀର ଅହମଦଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ।

ବିଶ୍ୱକପ ସ୍କ୍ୱାଡରେ ରହିଥିବା ଅଧିକାଂଶ ଖେଳାଳି ଭାରତ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇଥିବା ଦଳରେ ରହିଛନ୍ତି। ପୂର୍ବଭଳି ଦଳର କାମଣ ନଜମୁଲ ହୁସେନ ସାଣ୍ଟୋ ନେବେ। ତାଙ୍କ ସହ ଦଳରେ ଅଭିଜ୍ଞ ମହମ୍ମଦୁଲ୍ଲା ଓ ଲିଟନ ଦାସ ମଧ୍ୟ ରହିଛନ୍ତି।

Advertisment

ବାଂଲାଦେଶ ସ୍କ୍ୱାଡ: ନଜମୁଲ ହୁସେନ ସାଣ୍ଟୋ(ଅଧିନାୟକ), ତାଞ୍ଜିଦ ହାସନ ତାମିମ, ପରଭେଜ ହୁସେନ ଇମୋନ, ତୱହିଦ ହୃଦୟ, ମହମ୍ମଦୁଲ୍ଲା, ଲିଟନ କୁମାର ଦାସ, ଜାକେର ଅଲୀ, ମେହିଦ ହାସନ ମିରାଜ, ଶାକ ମାହେଦି ହାସନ, ରିଶାଦ ହୁସେନ, ମୁସ୍ତାଫିଜୁର ରହମାନ, ତସ୍କିନ ଅହମଦ, ଶୋରିଫୁଲ ଇସଲାମ, ତାନଜିମ ହାସନ ସାକିବ ଓ ରକିବୁଲ ହାସନ।

T20 Match T20 Cricket India Vs Bangladesh