/odisha-reporter/media/post_attachments/uploadimage/library/16_9/16_9_0/Rohit_1702721947.jpg)
Rohit
ଆଇପିଏଲର ଅନ୍ୟତମ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଏବେ ଗୋଟିଏ ଜଟିଳ ସମସ୍ୟାରେ ପଡ଼ିଛି। ମୁମ୍ବାଇ ୨୦୨୪ ଆଇପିଏଲ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରିବା ପରେ ଫ୍ୟାନ୍ସମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ପାଣ୍ଡ୍ୟାଙ୍କୁ ଅଧିନାୟକ ପଦ ମିଳିଇଥିବାରୁ ରୋହିତ ଶର୍ମାଙ୍କ କ୍ୟାପ୍ଟେନ ପଦ ଯାଇଛି। ଏହାକୁ ନେଇ ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସର ଫ୍ୟାନ୍ସ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଥିସହ ପାଣ୍ଡ୍ୟା ନୂଆ ଅଧିନାୟକ ହେବାର ଘଣ୍ଟାକ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଛି।
ପୂର୍ବରୁ ମୁମ୍ବାଇକୁ ଏକ୍ସରେ ଅନୁସରଣ କରୁଥିବା ଲକ୍ଷାଧିକ ଫ୍ୟାନ୍ସ ଏବେ ପ୍ରାଞ୍ଚାଇଜକୁ ଅନଫଲୋ କରିଛନ୍ତି। ରୋହିତ ଶର୍ମା ଅଧିନାୟକ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ଅନୁଗାମୀଙ୍କ ସଂଖ୍ୟା ୮.୬ ମିଲିୟନ ଥିଲା। କିନ୍ତୁ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯିବାର ଘଣ୍ଟାକ ମଧ୍ୟରେ ଏହା ୮.୨ ମିଲିୟନକୁ ଖସି ଆସିଛି।
ରୋହିତ ଶର୍ମା ୨୦୧୩ରୁ ମୁମ୍ବାଇର ଅଧିନାୟକ ରହି ଆସିଥିଲେ। ୧୦ ବର୍ଷ ମଧ୍ୟରେ ସେ ପ୍ରାଞ୍ଚାଇଜକୁ ୫ଥର ଆଇପିଏଲ ଟ୍ରଫି ଦେଇଛନ୍ତି। ଏହି ବିଶାଳ ସଫଳତା ସତ୍ତ୍ୱେ ୨୦୨୪ ଆଇପିଏଲ ପୂର୍ବରୁ ରୋହିତଙ୍କ ବଦଳରେ ମୁମ୍ବାଇ ଇଣ୍ଡିଆନ୍ସ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ ପଦ ଦେଇଛି।
୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ପରେ ରୋହିତ ଆଉ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। ଆଗାମୀ ଦିନରେ ସେ ଭାରତ ପାଇଁ ଟି-୨୦ ଖେଳିବେ କି ନାହିଁ, ତା’କୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି। ଦିନିକିଆ ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ କ୍ରିକେଟରୁ ଦୂରେଇ ରହିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବେଳେ କମବ୍ୟାକ କରିବେ। ଏହାପରେ ଆଇପିଏଲ ଖେଳିବେ। କିନ୍ତୁ ତାଙ୍କୁ ୨୦୨୪ରେ ପାଣ୍ଡ୍ୟାଙ୍କ କ୍ୟାପ୍ଟେନ୍ସିରେ ଖେଳିବାକୁ ପଡ଼ିବ।
୨୦୨୨ ଓ ୨୦୨୩ ଆଇପିଏଲରେ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ମଙ୍ଗ ସମ୍ଭାଳିଥିଲେ। ୨୦୨୨ରେ ଗୁଜରାଟ ଆଇପିଏଲ ଟ୍ରଫି ମଧ୍ୟ ଜିତିଥିଲା। କିନ୍ତୁ ୨୦୨୩ ଡିସେମ୍ବର ୧୯ ଅକ୍ସନ ପୂର୍ବରୁ ମୁମ୍ବାଇ ୧୫ କୋଟି ଟଙ୍କା ବଳରେ ଗୁଜରାଟରୁ ପାଣ୍ଡ୍ୟାଙ୍କୁ ଟ୍ରେଡ ନିୟମ ବଳରେ ଆଣିଥିଲା। ଶୁକ୍ରବାର ମୁମ୍ବାଇ ତାଙ୍କୁ ଅଧିନାୟକ ପଦ ମଧ୍ୟ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
