Advertisment

ଗର୍ଜିଲା ଈଶାନ ଓ ସୂର୍ଯ୍ୟଙ୍କ ବ୍ୟାଟ୍‌, ତଥାପି ପ୍ଲେ-ଅଫ ବହୁଦୂର

ଅବୁଧାବି: ଚଳିତ ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟ୍‌ ଗର୍ଜିଛି। ହେଲେ ଦଳର ପ୍ଲେ ଅଫ ଆଶା ଏବେ ବି ଅନେକ ଦୂରରେ ରହିଛି। କାରଣ ପ୍ଲେ ଅଫ ଖେଳିବାକୁ ହେଲେ ମୁମ୍ବାଇକୁ ବୃହତ୍ତ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବାକୁ ପଡ଼ିବ। ତେଣୁ ଏହା କେତେ ଦୂର ସମ୍ଭବ, ତା’ହା ମ୍ୟାଚ୍‌ ଶେଷ ହେବା ପରେ ଜଣାପଡ଼ିଛି। ସୂର୍ଯ୍ୟ କୁମାରଙ୍କ ୮୨ ଓ […]

ଗର୍ଜିଲା ଈଶାନ ଓ ସୂର୍ଯ୍ୟଙ୍କ ବ୍ୟାଟ୍‌, ତଥାପି ପ୍ଲେ-ଅଫ ବହୁଦୂର

MI1

Advertisment

ଅବୁଧାବି: ଚଳିତ ଆଇପିଏଲର ଶେଷ ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟ୍‌ ଗର୍ଜିଛି। ହେଲେ ଦଳର ପ୍ଲେ ଅଫ ଆଶା ଏବେ ବି ଅନେକ ଦୂରରେ ରହିଛି। କାରଣ ପ୍ଲେ ଅଫ ଖେଳିବାକୁ ହେଲେ ମୁମ୍ବାଇକୁ ବୃହତ୍ତ ବ୍ୟବଧାନରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇବାକୁ ପଡ଼ିବ।

Advertisment

ତେଣୁ ଏହା କେତେ ଦୂର ସମ୍ଭବ, ତା’ହା ମ୍ୟାଚ୍‌ ଶେଷ ହେବା ପରେ ଜଣାପଡ଼ିଛି। ସୂର୍ଯ୍ୟ କୁମାରଙ୍କ ୮୨ ଓ ଈଶାନଙ୍କ ୮୪ ରନ୍‌ ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ୨୩୫ ରନ୍‌ କରିଛି। ଏହାର ଅର୍ଥ ହାଇଦ୍ରାବାଦକୁ ଦଳ ୬୫ କିମ୍ବା ତା’ ଠାରୁ କମ ରନ୍‌ରେ ରୋକିବାକୁ ପଡ଼ିବ। ନହେଲେ କୋଲକାତା ନାଇଟ ରାଇଡର୍ସ ପ୍ଲେ ଅଫରେ ପ୍ରବେଶ କରିବ।

ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ବଡ଼ ସ୍କୋର ଦରକାର ଥିବାରୁ ରୋହିତ ଓ ଈଶାନ ବିସ୍ଫୋରକ ଆରମ୍ଭ କରିଥିଲେ। ବିଶେଷ କରି ଈଶାନ ବଡ଼ବଡ଼ ଶଟ ଖେଳି ଚାଲିଥିଲେ। ମାତ୍ର ୫ ଓଭର୍‌ରେ ଦଳ ୮୦ ରନ୍‌ ଯୋଡ଼ିବା ସହ ଈଶାନ ୧୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

Advertisment

କିନ୍ତୁ ଦଳୀୟ ସ୍କୋର ୮୦ରେ ଥିବା ବେଳେ ରୋହିତ ୧୮ ରନ୍‌ କରି ରଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା (୧୦) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ। ହେଲେ ଈଶାନ ତାଙ୍କ ଜଲୱା ଦେଖାଇ ଚାଲିଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ୯ ଓଭର୍‌ରେ ୧୨୪ରେ ପହଞ୍ଚାଇ ଦେଇଥିଲେ।

ଏହି ସମୟରେ ଉମରନ ମାଲିକ ତାଙ୍କୁ ଆଉଟ କରି ହାଇଦ୍ରାବାଦକୁ ତୃତୀୟ ସଫଳତା ଦେଇଥିଲେ। ଆଉଟ ହେବା ପୂର୍ବରୁ ଈଶାନ ୩୨ ବଲ୍‌ରେ ୧୧ ଚୌକା ଓ ୪ ଛକା ବଳରେ ୮୪ ରନ୍‌ର ଇନିଂସ ଖେଳିଥିଲେ। କାଏରନ ପୋର୍ଲାଡ ୧୩ ରନ କରି ଆଉଟ ହୋଇଥିବା ବେଳେ ଜିମ୍ମି ନୀଶାମ ଖାତା ଖୋଲି ପାରି ନଥିଲେ। ଉଭୟଙ୍କୁ କ୍ରମାଗତ ଦୁଇଟି ବଲରେ ଅଭିଷେକ ଶର୍ମା ଆଉଟ କରିଥିଲେ।

ତେବେ ଚଳିତ ଆଇପିଏଲରେ ରନ୍‌ କରିବାକୁ ସଂଘର୍ଷ କରୁଥିବା ସୂର୍ଯ୍ୟ କୁମାର ଯାଦବ ନିଜର ଯାଦୁ ଦେଖାଇଥିଲେ। ସେ କ୍ରମାଗତ ଭାବେ ପଡ଼ିଆର ୪ ପାଖକୁ ଶଟ ଖେଳି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ଏଥିସହ ଅର୍ଦ୍ଧଶତକ ବି ହାସଲ କରିଥିଲେ। ତାଙ୍କୁ ପ୍ରଥମେ କୃନାଲ ପାଣ୍ଡ୍ୟା(୯) ଓ ପରେ ନାଥକ କୁଲଟର ନାଇଲ(୩) କିଛି ସମୟ ପାଇଁ ସାଥ ଦେଇଥିଲେ।

ସୂର୍ଯ୍ୟ କୁମାର ଶେଷ ଓଭରରେ ଆଉଟ ହେବା ପୂର୍ବରୁ ୪୦ ବଲ୍‌ରେ ୮୨ ରନ୍‌ କରିଥିଲେ। ଏହି ଇନିଂସରେ ସେ ୧୩ଟି ଚୌକା ଓ ୩ଟି ଛକା ମାରିଛନ୍ତି। ଶେଷ ଦୁଇ ବଲରୁ ଯଶପ୍ରୀତ ବୁମ୍ରା ୫ ରନ୍‌ ଆଦାୟ କରିବାରୁ ମୁମ୍ବାଇ ୯ ୱିକେଟରେ ୨୩୫ ରନ କରିଥିଲା।

ହାଇଦ୍ରାବାଦ ପକ୍ଷରୁ ଜେସନ ହୋଲ୍ଡର ୪ଟି ୱିକେଟ ନେଇଥିବା ବେଳେ ରଶିଦ ଖାନ ଓ ଅଭିଷେକ ଶର୍ମା ୨ଟି ଲେଖାଏ ସଫଳତା ହାସଲ କରିଛନ୍ତି। ସେହିପରି ଉମରନ ମାଲିକ ଗୋଟିଏ ୱିକେଟ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe