Advertisment

ପ୍ଲେ ଅଫ ପୂର୍ବରୁ ଏହି ୩ ବିଦେଶୀ ଖେଳାଳିଙ୍କୁ ନିଜ ସହ ସାମିଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ରିଚାର୍ଡ ଗ୍ଲୀସନ ଓ ଶ୍ରୀଲଙ୍କାର ଚରିଥ ଅସଲଙ୍କାଙ୍କ ସହ ମଧ୍ୟ ବଦଳି ଖେଳାଳି ନିୟମ ଅନୁସାରେ ଚୁକ୍ତି କରିଛି।

MI

MI

Advertisment

ଭାରତ-ପାକିସ୍ତାନ ବିବାଦ ଯୋଗୁ ଅଟକି ରହିଥିବା ଆଇପିଏଲ ୨୦୨୫ ପୁଣି ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଉ ମାତ୍ର କିଛି ମ୍ୟାଚ୍‌ ବାକି ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସହ ୩ ବିଦେଶୀ ଖେଳାଳିଙ୍କୁ ସାମିଲ କରିଛି। ଏମାନଙ୍କ ମଧ୍ୟରେ ଇଂଲଣ୍ଡର ଷ୍ଟାର ଖେଳାଳି ଜନ୍ନି ବେୟାରଷ୍ଟୋ ରହିଛନ୍ତି। ତାଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ରିଚାର୍ଡ ଗ୍ଲୀସନ ଓ ଶ୍ରୀଲଙ୍କାର ଚରିଥ ଅସଲଙ୍କାଙ୍କ ସହ ମଧ୍ୟ ବଦଳି ଖେଳାଳି ନିୟମ ଅନୁସାରେ ଚୁକ୍ତି କରିଛି।

Advertisment

ଏହି ୩ ଖେଳାଳିଙ୍କ ସହ ଦଳ ଚୁକ୍ତି କରିଥିଲେ ହେଁ ପ୍ଲେ ଅଫ ପୂର୍ବରୁ ଏମାନେ ମ୍ୟାଚ ଖେଳି ପାରିବେ ନାହିଁ। କାରଣ ଏବେ ଦଳ ସହ ଇଂଲଣ୍ଡର ୱିଲ ଜ୍ୟାକ୍ସ, ରୟାନ ରିକେଲଟନ ଓ କୋରବିନ ବୋଚ ରହିଛନ୍ତି। ଏମାନେ ନିଜ ଦେଶ ପାଇଁ ଖେଳିବାକୁ ଆଇପିଏଲର ଶେଷ ଲିଗ ମ୍ୟାଚ୍‌ ପରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରୁ ବାହାରି ଯିବେ। ଯଦି ମୁମ୍ବାଇ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରୁଛି, ତା’ହେଲେ ୩ ବିଦେଶୀ ଖେଳାଳି ୱିଲ ଜ୍ୟାକ୍ସ, ରୟାନ ରିକେଲଟନ ଓ କୋରବିନ ବୋଚଙ୍କ ସେବାରୁ ବଞ୍ଚିତ ହେବ। ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ବେୟାରଷ୍ଟୋ, ଅସଲଙ୍କା ଓ ଗ୍ଲୀସନଙ୍କ ସହ ଚୁକ୍ତି କରିଛି। ଏମାନେ ବଦଳ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ଯୋଗଦେବେ। 

ବୁଧବାର ମୁମ୍ବାଇର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହେବ। ସେହିପରି ସୋମବାର ଦଳ ଶେଷ ଲିଗ ମ୍ୟାଚ ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବ। ପଞ୍ଜାବ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରି ସାରିଛି। ଦିଲ୍ଲୀ ଓ ମୁମ୍ବାଇରୁ ଗୋଟିଏ ଦଳ ଟପ ୪କୁ ଯୋଗ୍ୟତା ଅର୍ଜନ କରିପାରିବ। ତେଣୁ ବୁଧବାର ମ୍ୟାଚ୍‌ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ୱିଲ ଜ୍ୟାକ୍ସଙ୍କ ବଦଳରେ ମୁମ୍ବାଇ ଜନ୍ନି ବେୟାରଷ୍ଟୋଙ୍କ ସହ ଚୁକ୍ତି କରିଛି। ସେ ୫.୨୫ କୋଟି ଟଙ୍କାରେ ମୁମ୍ବାଇରେ ସାମିଲ ହୋଇଛନ୍ତି। ଇଂଲଣ୍ଡ ପେଶର ଗ୍ଲୀସନଙ୍କୁ ୧ କୋଟି ଟଙ୍କାରେ ଓ ଅସଲଙ୍କାଙ୍କୁ ୭୫ ଲକ୍ଷ ଟଙ୍କାରେ ମୁମ୍ବାଇ ନିଜ ପାଖକୁ ଆଣିଛି।

IPL Mumbai Indians IPL 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe