Advertisment

ବୃଥା ଗଲା ରୋହିତଙ୍କ ଶତକ, ୨୦ ରନରେ ଜିତିଲା ଚେନ୍ନାଇ

ମହେନ୍ଦ୍ର ସିଂହ ଧୋନିଙ୍କ ୨୦ ରନ୍ ଆଗରେ ଫିକା ପଡିଯାଇଛି ରୋହିତ ଶର୍ମାଙ୍କ ଶତକୀୟ ପାଳି।

author-image
Debibandita Barick
MS Dhoni & Rohit Sharma

MS Dhoni & Rohit Sharma

ଗତକାଲି ୱାଙ୍ଖେଡ଼େରେ ମୁମ୍ବାଇ-ଚେନ୍ନାଇ ମଧ୍ୟରେ ଦେଖିବାକୁ ମିଳିଛି ଏକ ରୋମାଞ୍ଚକର ମୁକାବିଲା। ମହେନ୍ଦ୍ର ସିଂହ ଧୋନିଙ୍କ ୨୦ ରନ୍ ଆଗରେ ଫିକା ପଡିଯାଇଛି ରୋହିତ ଶର୍ମାଙ୍କ ଶତକୀୟ ପାଳି। ୨୦୬ ରନର ଟାର୍ଗେଟକୁ ପିଛା କରି ୧୮୬ ରନରେ ଅଟକି ଯାଇଛି ମୁମ୍ବାଇ। ଫଳରେ ଏହି ମୁକାବିଲାକୁ ୨୦ ରନରେ ଜିତି ନେଇଛି ଚେନ୍ନାଇ ସୁପର କିଙ୍ଗସ୍।

Advertisment

ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା। ପ୍ରାରମ୍ଭରୁ ଅଜିଙ୍କ୍ୟ ରାହାଣେଙ୍କ ମୂଲ୍ୟବାନ ୱିକେଟ ହରାଇଥିଲା ଦଳ। ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯିବା ପରେ ରଚିନ ରବୀନ୍ଦ୍ରଙ୍କ ସାଥ୍ ଦେଇଥିଲେ ଋତୁରାଜ ଗାଏକ୍ୱାଡ। କିନ୍ତୁ କିଛି ସମୟ ପରେ ୨୧ ରନ୍ କରି ପାଭିଲିଅନ ଫେରିଥିଲେ ରଚିନ। ଏହାପରେ ଜମିଥିଲା ଗାଏକ୍ୱାଡ ଓ ଶିବମ ଦୁବେଙ୍କ ଯୋଡ଼ି।

ଉଭୟ ଦର୍ଶନୀୟ ସର୍ଟ୍ସ ଖେଳି ୯୦ ରନର ଭାଗିଦାରୀ ଯୋଡ଼ିଥିଲେ। ଦଳୀୟ ସ୍କୋର୍ ୧୫୦ ହୋଇଥିବା ବେଳେ ଋତୁରାଜ ୬୯(୪୦) ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ଡାରିଲ ମିଚେଲ ମଧ୍ୟ ୧୭(୧୪) ରନ୍ କରି ପାଭିଲିଅନ ଫେରିଥିଲେ। କିନ୍ତୁ ଶେଷ ଚାରି ବଲରେ ରୋମାଞ୍ଚ ଭରିଥିଲେ ମହେନ୍ଦ୍ର ସିଂହ ଧୋନି।

Advertisment

ତିନୋଟି ଛକା ଓ ୨ ରନ୍ ବଳରେ ୨୦ ରନର ଭାଗିଦାରୀ ଯୋଡ଼ିଥିଲେ ଧୋନୀ। ଆଉ ଏହି ୨୦ ରନ୍ ହିଁ ମୁମ୍ବାଇ ପାଇଁ ଭାରି ପଡିଥିଲା। ଅପରାଜିତ ରହି ରୋହିତ ଶର୍ମା ୧୦୫ ରନ୍ କରିଥିଲେ ମଧ୍ୟ ଦଳକୁ ୨୦ ରନରେ ପରାଜିତ ହେବାକୁ ପଡିଛି। 

ରୋହିତ ଶର୍ମାଙ୍କ ବ୍ୟତୀୟ ଇଶାନ କିଶାନ ୨୩(୧୫), ତିଲକ ବର୍ମା ୩୧(୨୦) ରନ୍ କରିଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ମୁମ୍ବାଇର ଚାରିଟି ମୂଲ୍ୟବାନ ୱିକେଟ ନେଇଥିଲେ ମଥିସା ପତିରାଣା। ଘାତକ ବୋଲିଂ ପାଇଁ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ପତିରାଣା।

IPL Rohit Sharma MS Dhoni IPL 2024 MI VS CSK