/odisha-reporter/media/post_attachments/uploads/2022/05/Toss-2.jpg)
Toss
ମୁମ୍ବାଇ: ପ୍ଲେ ଅଫ ରେସ୍ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମ୍ୟାଚ୍ରେ ଟସ୍ ହାରିଛି ସନରାଇଜର୍ସ ହାଇଦ୍ରାବାଦ। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କେନ ୱିଲିୟମସନଙ୍କ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବ।
ଆଜିର ମ୍ୟାଚ୍ ହାଇଦ୍ରାବାଦ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଦଳ ମ୍ୟାଚ ଜିତିଲେ ପ୍ଲେ ଅଫ ଦୌଡ଼ରେ ନିଜକୁ ରଖି ପାରିବ। ନଚେତ ରେସ୍ରୁ ବାଦ ପଡ଼ିବ। ମୁମ୍ବାଇ ପାଇଁ ଆଜିର ମ୍ୟାଚ୍ କେବଳ ସମ୍ମାନର ଲଢ଼େଇ। କାରଣ ମୁମ୍ବାଇ ବହୁ ପୂର୍ବରୁ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିସାରିଛି।
ହାଇଦ୍ରାବାଦ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ହାରିଥିଲା। ଏହାପରେ ଲଗାତର ୫ଟି ମ୍ୟାଚ୍ ଜିତିବା ପରେ ଏବେ କ୍ରମାଗତ ୫ଟି ମ୍ୟାଚ୍ ହାରିଛି। ଦଳ ୧୦ ପଏଣ୍ଟ ପାଇ ଟେବୁଲର ୮ମ ସ୍ଥାନରେ ରହିଛି। ଆଜି ଦଳ ବୃହତ ବ୍ୟବଧାନରେ ଜିତିଲେ ପ୍ଲେ ଅଫ ରେସ୍ ରହିବ। ତେଣୁ ଆଜି ଦଳକୁ ଯେମିତି ହେଲେ ବି ଜିତିବାକୁ ପଡ଼ିବ।
ସେହିପରି ଆରମ୍ଭରୁ ୮ଟି ମ୍ୟାଚ୍ ହାରିଥିବା ମୁମ୍ବାଇ ଶେଷ ୫ ଲଢ଼େଇରୁ ୩ଟିରେ ଜିତିଛି। ଶେଷ ମୁକାବିଲାରେ ମୁମ୍ବାଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ହରାଇଥିଲା। ଆଜି ୱାଙ୍ଖଡେରେ ମ୍ୟାଚ୍ ଖେଳା ଯାଉଛି। ଏହା ମୁମ୍ବାଇର ହୋମ ଗ୍ରାଉଣ୍ଡ।ତେଣୁ ଦଳ ଏହି ମ୍ୟାଚ୍କୁ ଜିତିବା ପାଇଁ ଜୋରଦାର ଉଦ୍ୟମ କରିବ।
ମୁମ୍ବାଇ ଆଜିର ମ୍ୟାଚ୍ରେ ଦୁଇଟି ପରିବର୍ତ୍ତନ କରିଛି। ହ୍ରିତିକ ଶୋକୀନ ଓ କୁମାର କାର୍ତ୍ତିକେୟ ଆଜିର ମ୍ୟାଚ୍ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ଦୁଇ ଯୁବକ ଖେଳାଳି ମୟଙ୍କ ମାର୍କଣ୍ଡେ ଓ ସଞ୍ଜୟ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ସେହିପରି ହାଇଦ୍ରାବାଦ ଆଜିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଦୁଇଟି ପରିବର୍ତ୍ତନ କରିଛି।
🚨 Toss Update 🚨@mipaltan have elected to bowl against @SunRisers.
Follow the match ▶️ https://t.co/U2W5UAg3bi#TATAIPL | #MIvSRHpic.twitter.com/j4ImZEgAvJ
— IndianPremierLeague (@IPL) May 17, 2022
ଶଶାଙ୍କ ସିଂହ ଓ ମାର୍କୋ ଜାନେସନ ଆଜିର ମ୍ୟାଚରୁ ବାଦ ପଡ଼ିଛନ୍ତି। ଏମାନଙ୍କ ବଦଳରେ ପ୍ରିୟମ ଗର୍ଗ ଓ ଆଫଗାନିସ୍ତାନର ଫଜଲ ଫାରୁକିଙ୍କୁ ସାମିଲ କରାଯାଇଛି। ଆଜି ପ୍ରିୟମ ଗର୍ଗଙ୍କ ସହ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିବେ। କ୍ରମାଗତ ଫେଲ ମାରୁଥିବା ଅଧିନାୟକ କେନ ୱିଲିୟମସନ ୩ନଂରେ ବ୍ୟାଟିଂ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
