Advertisment

ଏବେ ଭାରତ ପାଳି ବୋଲି କାହିଁକି କହିଲେ ଜାଭେଦ ମିଆଁଦାଦ

ଏସିଆ କପ ଖେଳିବାକୁ ଭାରତ ସିଧାସଳଖ ପାକିସ୍ତାନ ଯିବ ନାହିଁ କହିଥିବା ବେଳେ ଇସଲାମାବାଦ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ନୂଆଦିଲ୍ଲୀ ଆସିବ ନାହିଁ ବୋଲି ଧମକାଉଛି।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ଏସିଆ କପକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି। ଏସିଆ କପ ଖେଳିବାକୁ ଭାରତ ସିଧାସଳଖ ପାକିସ୍ତାନ ଯିବ ନାହିଁ କହିଥିବା ବେଳେ ଇସଲାମାବାଦ ମଧ୍ୟ ଦିନିକିଆ ବିଶ୍ୱକପ ଖେଳିବାକୁ ନୂଆଦିଲ୍ଲୀ ଆସିବ ନାହିଁ ବୋଲି ଧମକାଉଛି। କିନ୍ତୁ ଏଯାଏ ଏହି ପ୍ରସଙ୍ଗରେ କିଛି ବି ସ୍ପଷ୍ଟ ହୋଇନି। ଏସବୁ ଭିତରେ ପାକସ୍ତାନ ସମ୍ଭବତଃ କୋଲକାତା କିମ୍ବା ଚେନ୍ନାଇରେ ବିଶ୍ୱକପ ମ୍ୟାଚ୍‌ ଖେଳିବାକୁ ରାଜି ହୋଇପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

ତେବେ ପାକିସ୍ତାନର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ ଏହି ବିବାଦ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି। ଭାରତ ଗସ୍ତରେ ଯିବା ପାଇଁ ପାକିସ୍ତାନର କୌଣସି ଅସୁବିଧା ନାହିଁ। ଏବେ ପାକିସ୍ତାନରେ ଟୁର୍ଣ୍ଣାମେଣ୍ଟ ଖେଳିବାର ପାଳି ଭାରତର ବୋଲି ସେ କହିଛନ୍ତି। ଗୋଟିଏ ପାକିସ୍ତାନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, “ସୁରକ୍ଷା କଥା ଭୁଲି ଯାଅ। ଆମର ବିଶ୍ୱାସ ଅଛି ଯେ ଯଦି ମୃତ୍ୟୁ ଆସିବାର ଅଛି, ତା’ହେଲେ ମୃତ୍ୟୁ ସୁନିଶ୍ଚିତ।

ଜୀବନ ଓ ମୃତ୍ୟୁ ସବୁ କିଛି ଆଲ୍ଲାହଙ୍କ ହାତରେ ଅଛି। ଯଦି ସେମାନେ(ଭାରତ) ଆମକୁ ଆଜି ଡାକିବେ, ତା’ହେଲେ ଆମେ ନିଶ୍ଚିତ ଖେଳିବାକୁ ଯିବୁ। କିନ୍ତୁ ସେମାନେ ମଧ୍ୟ ଆସିବା ଉଚିତ। ଶେଷଥର ପାଇଁ ଆମେ ଯାଇଥିଲୁ। କିନ୍ତୁ ସେବେଠାରୁ ସେମାନେ ଆସି ନାହାନ୍ତି। ତେଣୁ ଏବେ ସେମାନଙ୍କ ପାଳି।”

Advertisment

୨୦୧୨ ଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ପ୍ରକାରର ଦ୍ୱିପାକ୍ଷିକ ସିରିଜ ଖେଳାଯାଇ ନାହିଁ। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ଯୋଗୁ ଉଭୟ ଦଳ କେବଳ ଆଇସିସିର ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ୨୦୨୩ରେ ପାକିସ୍ତାନ ଏସିଆ କପ ଆୟୋଜନ କରିବାର ଅଧିକାର ପାଇଛି। ସେହିପରି ଭାରତକୁ ୨୦୨୩ ଦିନିକିଆ ବିଶ୍ୱକପ ଆୟୋଜନ କରିବାର ଅଧିକାର ମିଳିଛି।

Indian Cricket Team Cricket Asia Cup Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe