Advertisment

ବର୍ଷା ଛାଡ଼ିବା ପରେ ଆରମ୍ଭ ହେଲା ମ୍ୟାଚ୍‌, ଦକ୍ଷିଣ ଆଫ୍ରିକାକୁ ମିଲର-କ୍ଲାସେନ ଭରସା

ବର୍ଷା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪ ରନ କରି ୪ ୱିକେଟ ହରାଇଥିଲା। ବର୍ଷା ଛାଡ଼ିବା ପରେ ଦଳ ୪୪/୪ରୁ ଖେଳ ଆଗକୁ ନେଉଛି।

Miller

Miller

Advertisment

ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବ୍ୟାଟିଂ ବିପର୍ଯ୍ୟୟ ପରେ ହଠାତ୍‌ କୋଲକାତାର ଇଡେନ ଗାର୍ଡେନ୍ସରେ ବର୍ଷା ହୋଇଥିଲା। ଏଥିପାଇଁ ମ୍ୟାଚ୍‌କୁ ବନ୍ଦ ରଖାଯାଇଥିଲା। କିନ୍ତୁ ବର୍ଷା ଛାଡ଼ିବା ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଛି।

Advertisment

ବର୍ଷା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪୪ ରନ କରି ୪ ୱିକେଟ ହରାଇଥିଲା। ବର୍ଷା ଛାଡ଼ିବା ପରେ ଦଳ ୪୪/୪ରୁ ଖେଳ ଆଗକୁ ନେଉଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକାକୁ ଏବେ ଡାଭିଡ ମିଲର ଓ ହେନରିଚ୍‌ କ୍ଲାସେନ ସମ୍ଭାଳିଛନ୍ତି।

ସେମାନେ ସୁଯୋଗ ଦେଖି କାଉଣ୍ଟର ଆଟାକ ମଧ୍ୟ କରୁଛନ୍ତି। ଏଥିସହ ୫ମ ୱିକେଟ ପାଇଁ ପ୍ରାୟ ୫୦ରୁ ଅଧିନ ରନର ଭାଗିଦାରୀ ମଧ୍ୟ କରି ସାରିଲେଣି। ବିଶେଷ କରି ମିଲର ବଡ଼ବଡ଼ ଖେଳି ଦକ୍ଷିଣ ଆଫ୍ରିକା କ୍ୟାମ୍ପାରେ ନୂଆ ଆଶା ସୃଷ୍ଟି କରିଛନ୍ତି। ତାଙ୍କୁ କ୍ଲାସେନ ସାଥ ଦେଉଛନ୍ତି। ସେ ମଧ୍ୟ ୨୭ତମ ଓଭର ବୋଲିଂ କରୁଥିବା ଆଡାମ ଜାମ୍ପାଙ୍କୁ କ୍ରମାଗତ ୨ଟି ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। 

Advertisment

ରିପୋର୍ଟ ଲେଖା ହେବା ବେଳକୁ ଦକ୍ଷିଣ ଆଫ୍ରିକା ୨୮ ଓଭର୍‌ରେ ୪ ୱିକେ ହରାଇ ୧୦୦ ରନ କରି ନେଇଛି। ମିଲର ୪୦ ଓ କ୍ଲାସେନ ୩୬ ରନ କରିଛନ୍ତି। 

ICC ICC World Cup 2023 CWC 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe