Advertisment

ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇବା ଘଟଣା, ମୁହଁ ଖୋଲିଲେ ମିଚେଲ ମାର୍ଶ

ବିଜୟ ପରେ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଉଠାଇଥିବା ଫଟୋ ଭାଇରାଲ୍ ହୋଇଥିଲା।

ଅଦ୍ୟତନ ହୋଇଛି
Michel Marsh

Michel Marsh

Advertisment

ଦିନିକିଆ ବିଶ୍ୱକପ ଫାଇନାଲକୁ ୧୨ ଦିନ ବିତିଲାଣି। ଏବେ ବି ମ୍ୟାଚକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରିରହିଛି। ଏହି ସଂସ୍କରଣରେ ଅଷ୍ଟ୍ରେଲିଆ ଟାଇଟଲ୍ ହାତେଇ ଥିବାବେଳେ ବିବାଦରେ ପଡ଼ିଥିଲେ ଟିମ୍ ପ୍ଲେୟର ମିଚେଲ ମାର୍ଶ। ବିଜୟ ପରେ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ଥୋଇ ଉଠାଇଥିବା ଫଟୋ ଭାଇରାଲ୍ ହୋଇଥିଲା।

Advertisment

ଏହି ଫଟୋକୁ ନେଇ ଅନେକ ଭାରତୀୟ କ୍ରିକେଟ ପ୍ରେମୀ ମାର୍ଶଙ୍କୁ କଡ଼ା ସମାଲୋଚନା କରିଥିଲେ। ଏପରିକି ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ମୁହଁ ଖୋଲିଛନ୍ତି ମାର୍ଶ। ମାର୍ଶ ଏ ଉପରେ ଦେଇଥିବା ପ୍ରତିକ୍ରିୟା ଭାରତୀୟ ପ୍ରଶଂସକଙ୍କୁ ଆହୁରି ଉତକ୍ଷିପ୍ତ କରିପାରେ। କାରଣ ଏକ ସାକ୍ଷାତକାରରେ ମାର୍ଶ କହିଛନ୍ତି, 'ମୁଁ ଏପରି ଦ୍ୱିତୀୟ ଥର ମଧ୍ୟ କରିପାରେ।'

Sen.com.au କୁ ପ୍ରତିକ୍ରିୟା ଦେବା ସମୟରେ ମାର୍ଶ କହିଛନ୍ତି, "ଭାଇରାଲ୍ ହୋଇଥିବା ଫଟୋରେ ଅସମ୍ମାନ ବୋଲି ତ କିଛି ନାହିଁ। କହିବାକୁ ଗଲେ, ମୁଁ ଏ ଉପରେ ବେଶି କିଛି ଚିନ୍ତା କରିନି। ଯଦିଓ ସୋଶାଲ ମିଡିଆରେ ଏସବୁ ବନ୍ଦ ହୋଇଗଲାଣି ବୋଲି କହୁଛନ୍ତି, ତଥାପି ମୁଁ ସୋଶାଲ ମିଡିଆରେ ସେପରି କିଛି ଦେଖିନି। ଏମିତିରେ ବି ଏ ଫଟୋରେ କିଛି ନାହିଁ।"

Advertisment

ଆପଣ ଦ୍ୱିତୀୟ ଥର ଏପରି କରିବେ କି ପ୍ରଶ୍ନରେ ମାର୍ଶ କହିଛନ୍ତି, "ଯଦି ସାଧୁତାର ସହ କହିବି, ତେବେ ନିଶ୍ଚିତ ରୂପେ ହଁ...।" 

ICCC WC WC Mitchell Marsh Controversy World Cup Mitchell Marsh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe