Advertisment

ବିଶ୍ୱକପ ଅଧାରୁ ହଠାତ୍‌ ସ୍ୱଦେଶ ଫେରିଗଲେ ଅଷ୍ଟ୍ରେଲିଆର ମିଚେଲ ମାର୍ଶ

ନଭେମ୍ବର ୧ରେ ମାର୍ଶ ବ୍ୟକ୍ତିଗତ କାରଣ ପାଇଁ ହଠାତ୍‌ ସ୍ୱଦେଶ ଚାଲି ଯାଇଛନ୍ତି। ୩୨ ବର୍ଷୀୟ ମାର୍ଶ କେବେ ଫେରିବେ, ତା’ର ଖବର କାହା ପାଖରେ ନାହିଁ। ତେଣୁ ସେ ସମ୍ଭବତଃ ଆଉ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ନଜର ଆସିବେ ନାହିଁ ବୋଲି କୁହାଯାଉଛି।

Marsh

Marsh

Advertisment

ଭାରତରେ ଚାଲିଥିବା ବିଶ୍ୱକପରେ ଅଷ୍ଟ୍ରେଲିଆକୁ ଝଟକା ପରେ ଝଟକା। ପ୍ରଥମେ ଗ୍ଲେନ ମ୍ୟାକ୍ସୱେଲ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ଏବେ ଦଳର ଆଉ ଜଣେ ପ୍ରମୁଖ ଖେଳାଳି ମିଚେଲ ମାର୍ଶ ହଠାତ୍‌ ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି।

Advertisment

ନଭେମ୍ବର ୧ରେ ମାର୍ଶ ବ୍ୟକ୍ତିଗତ କାରଣ ପାଇଁ ହଠାତ୍‌ ସ୍ୱଦେଶ ଚାଲି ଯାଇଛନ୍ତି। ୩୨ ବର୍ଷୀୟ ମାର୍ଶ କେବେ ଫେରିବେ, ତା’ର ଖବର କାହା ପାଖରେ ନାହିଁ। ତେଣୁ ସେ ସମ୍ଭବତଃ ଆଉ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ନଜର ଆସିବେ ନାହିଁ ବୋଲି କୁହାଯାଉଛି।

କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ଯେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ ବ୍ୟକ୍ତିଗତ କାରଣ ପାଇଁ ବିଳମ୍ବିତ ରାତିରେ ଭାରତରୁ ସ୍ୱଦେଶ ଫେରିଛନ୍ତି। ସେ ସ୍କ୍ୱାଡକୁ କେବେ ଫେରିବେ, ଖୁବଶୀଘ୍ର ଏହାର ସୂଚନା ଦିଆଯିବ। ଏବେ ବିସ୍ତୃତ ସୂଚନା ଦିଆଯାଇ ପାରିବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି।

Advertisment

ନଭେମ୍ବର ୪ରେ ଅଷ୍ଟ୍ରେଲିଆର ମୁକାବିଲା ଇଂଲଣ୍ଡ ସହ ହେବ। ଏହାପରେ ୭ ତାରିଖରେ ଦଳ ଆଫଗାନିସ୍ତାନକୁ ଭେଟିବ। ମାର୍ଶ ନଥିବାରୁ ମାର୍କସ ଷ୍ଟୋଇନିସ ତାଙ୍କ ସ୍ଥାନରେ ଖେଳିବେ। ସେହିପରି ଷ୍ଟିଭ ସ୍ମିଥ ୩ନଂରେ ବ୍ୟାଟିଂ କରିବେ।

ମାର୍ଶ ଚଳିତ ବିଶ୍ୱକପରେ ଏଯାଏ ୬ଟି ମ୍ୟାଚ ଖେଳିଥିବା ବେଳେ ୩୭.୫୦ ହାରରେ ୨୨୫ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍‌ ୯୧.୪୬ ରହିଛି। ବାଂଲାଦେଶ ବିପକ୍ଷରେ ସେ ଗୋଟିଏ ଶତକ ମଧ୍ୟ ହାସଲ କରିଥିଲେ। ଏହାପୂର୍ବରୁ ମ୍ୟାକ୍ସୱେଲ ମଧ୍ୟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି କୁହାଯାଇଥିଲା। 

ICC ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe