Advertisment

ଭାଇରାଲ୍ ହେଉଛି ମାର୍ଶଙ୍କ ଭବିଷ୍ୟବାଣୀ; 'ଫାଇନାଲରେ ଅଷ୍ଟ୍ରେଲିଆ ୪୫୦/୨, ଭାରତ...'

ମିଚେଲ୍ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ବୋଲି ପୂର୍ବାନୁମାନ କରି ସାରିଥିଲେ।

ଅଦ୍ୟତନ ହୋଇଛି
Virat Kohli, Rohit Sharma, Mitchel Marsh

Virat Kohli, Rohit Sharma, Mitchel Marsh

Advertisment

ରାତି ପାହିଲେ ବିଶ୍ୱକପ୍ ମୁକାବିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ୍ ମାର୍ଶଙ୍କ ଏକ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ମିଚେଲ୍ ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ବୋଲି ପୂର୍ବାନୁମାନ କରି ସାରିଥିଲେ।

Advertisment

କେବଳ ଫାଇନାଲ୍ ପାଇଁ ଟିମ୍ ନୁହେଁ, କିଏ କେତେ ରନ୍ କରିବ ଏବଂ କେଉଁ ଟିମ୍ ବିଶ୍ୱକପ୍ ଟ୍ରଫି ହାତେଇବ ତାହା ମଧ୍ୟ ଆକଳନ କରିଥିଲେ ମିଚେଲ୍। କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚେଲ ମାର୍ଶ ପୂର୍ବାନୁମାନ କରିଥିଲେ ଯେ, ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିବ ଏବଂ ଭାରତ ସହ ମୁକାବିଲା କରି ନିଜ ମାଟିରେ ପରାସ୍ତ କରିବ।

Advertisment

ମାର୍ଶ ଏକ ବିଚିତ୍ର ଭବିଷ୍ୟବାଣୀ କରି କହିଥିଲେ, "ଫାଇନାଲରେ ଅଷ୍ଟ୍ରେଲିଆ ୪୫୦/୨ ସ୍କୋର କରିବ ଏବଂ ଭାରତକୁ ୬୫ ରନରେ ଅଲଆଉଟ୍ କରିବ।"

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ୯ଟି ଲିଗ୍ ମ୍ୟାଚ୍ ବିଜୟୀ ସହ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଫାଇନାଲ ଟିକେଟ୍ ପାଇଛି। ଏହି ସମୟରେ ମାର୍ଶଙ୍କ ଭବିଷ୍ୟବାଣୀକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। 

World Cup CWC Final Mitchell Marsh Prediction Mitchell Marsh ICC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe