ଶେଷ ଦିନିକିଆ ଜିତିବା ପାଇଁ ଭାରତକୁ ୩୫୩ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

କଙ୍ଗାରୁ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୫୨ ରନ କରିଛି।

Team India

ଭାରତୀୟ ଟିମ

Hemant Lenka
  • Published: Wednesday, 27 September 2023
  • Updated: 27 September 2023, 05:38 PM IST

Sports

Latest News

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜକୁ ଆଗୁଆ ୨-୦ରେ କବଜା କରି ସାରିଥିବା ଭାରତକୁ ଶେଷ ମ୍ୟାଚ୍‌ ଜିତିବା ପାଇଁ ୩୫୩ ରନର ଟାର୍ଗେଟ ମିଳିଛି। ରାଜକୋଟରେ ଖେଳା ଯାଉଥିବା ଶେଷ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା କଙ୍ଗାରୁ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୩୫୨ ରନ କରିଛି।

ତେଣୁ ବିଶ୍ୱକପ ପୂର୍ବରୁ ଶେଷ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ବ୍ୟାଟର ଏହାକୁ କେମିତି ଚେଜ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଶୁବମନ ଗିଲ କିମ୍ବା ଈଶାନ କିଶନ ଖେଳୁ ନଥିବାରୁ ରୋହିତ ଶର୍ମା ଓ ବିରାଟ କୋହଲି ଇନିଂସ ଆରମ୍ଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର ଡାଭିଡ ୱାର୍ଣ୍ଣର ଓ ମିଚେଲ ମାର୍ଶ ବିସ୍ଫୋରକ ଆରମ୍ଭ କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୮ ଓଭରରେ ୭୮ ରନ ଯୋଡ଼ି ଥିଲେ। ଏତିକି ବେଳେ ୩୪ ବଲରେ ୫୬ ରନ କରିଥିବା ୱାର୍ଣ୍ଣରଙ୍କୁ ପ୍ରସିଦ୍ଧ କୃଷ୍ଣ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

Also Read

କିନ୍ତୁ ମାର୍ଶ ଓ ଷ୍ଟିଭ ସ୍ମିଥ ପୁଣି ଗୋଟିଏ ବଡ଼ ଭାଗିଦାରୀ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୭୮ରୁ ନେଇ ୨୧୫ରେ ପହଞ୍ଚାଇ ଦେଇଥିଲେ। ସ୍ମିଥ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଭାଗିଦାରୀରେ ଉଭୟ ବଡ଼ବଡ଼ ଶଟ ଖେଳିଥିଲେ।

୨୮ ଓଭର ସୁଦ୍ଧା ଦଳୀୟ ସ୍କୋର ୨୧୫ ଥିବା ବେଳେ ମାର୍ଶ ମଧ୍ୟ ନିଜର ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଏତିକି ବେଳେ କୁଲଦୀପ ଯାଦବ ୯୬ ରନ କରିଥିବା ମାର୍ଶଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ସ୍ମିଥ ୭୪ ରନ କରିଥିବା ବେଳେ ମହମ୍ମଦ ସିରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। 

୨୭ ରନ ଭିତରେ ଅଷ୍ଟ୍ରେଲିଆ ଦୁଇ ସେଟ ବ୍ୟାଟରଙ୍କୁ ହରାଇବାରୁ ରନ ହାର ସାମାନ୍ୟ ଧିମା ପଡ଼ି ଯାଇଥିଲା। ଆଲେକ୍ସ କେରୀ(୧୧) ଓ ଗ୍ଲେନ ମ୍ୟାକ୍ସୱେଲ(୫)ଙ୍କୁ ଯଶପ୍ରୀତ ବୁମ୍ରା ଆଉଟ କରି ଅଷ୍ଟ୍ରେଲିଆର ସମସ୍ୟାକୁ ଦୁଇ ଗୁଣିତ କରି ଦେଇଥିଲେ।

କିନ୍ତୁ ମାର୍ନସ ଲାବୁଶେନ ହାର ମାନିବା ମୁଡରେ ନଥିଲେ। ସେ କାଉଣ୍ଟର ଆଟାକ କରି ପ୍ରଥମେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ପ୍ରଥମେ କାମେରନ ଗ୍ରୀନ(୯) ଓ ଶେଷରେ ଅଧିନାୟକ କମିନ୍ସ(ଅପରାଜିତ ୧୯) ପୂରା ସାଥ ଦେଇଥିଲେ।

ଅର୍ଦ୍ଧଶତକ ପରେ ଲାବୁଶେନ କିଛି ବଡ଼ ଶଟ ଖେଳିବା ସହ ଦଳୀୟ ସ୍କୋରକୁ ୩୪୦ ପାର କରାଇଥିଲେ। ତେବେ ୪୯ତମ ଓଭରର ଶେଷ ବଲରେ ସେ ୬କା ମାରିବାକୁ ଚେଷ୍ଟା କରି ବୁମ୍ରାଙ୍କ ବଲରେ ଆଉଟ ହୋଇଥିଲେ।

ଆଉଟ ହେବା ପୂର୍ବରୁ ଲାବୁଶେନ ୫୮ ବଲରେ ୭୨ ରନର ଇନିଂସ ଖେଳିଛନ୍ତି। ଶେଷ ଓଭାରରେ କମିନ୍ସ ଓ ମିଚେଲ ଷ୍ଟାର୍କ ମିଳିତ ଭାବେ ସିରାଜଙ୍କ ଓଭରରୁ ମୋଟ ୭ ରନ ଆଦାୟ କରିବାରୁ ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ ହରାଇ ୩୫୨ ରନ କରିବାକୁ ସକ୍ଷମ ହୋଇଥିଲା।

ଭାରତ ପକ୍ଷରୁ ବୁମ୍ରା ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story