Advertisment

ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ, ୨୪.୭୫ କୋଟିରେ ବିକ୍ରି ହେଲେ

ଷ୍ଟାର୍କ ୮ ବର୍ଷ ପରେ ପୁଣି ଆଇପିଏଲରେ ନଜର ଆସିବେ। ସେ ୨୦୧୫ରେ ଶେଷ ଥର ପାଇଁ ଆରସିବି ପାଇଁ ମ୍ୟାଚ ଖେଳିଥିଲେ। ୨୦୧୮ ଅକ୍ସନରେ ମଧ୍ୟ ସେ ସାମିଲ ହୋଇଥିଲେ।

AUS

AUS

Advertisment

ଆଇପିଏଲ ଇତିହାସରେ ନୂଆ ତଥା ଐତିହାସିକ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି।

Advertisment

ଷ୍ଟାର୍କ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ବନିଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନିଥିଲେ। ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟି ଟଙ୍କାରେ କିଣିଥିଲା।

ହେଲେ ଷ୍ଟାର୍କ ତାଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଷ୍ଟାର୍କଙ୍କୁ ନେବା ପାଇଁ ଗୁଜରାଟ ଟାଇଟନ୍ସ ଓ କୋଲକାତା ମଧ୍ୟରେ ଜୋରଦାର ଟକ୍କର ଲାଗିଥିଲା। ରେକର୍ଡ ପରେ ରେକର୍ଡ ସୃଷ୍ଟି ହୋଇଥିଲା। ଗୁଜରାଟ ୨୪.୫୦ କୋଟି ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ଷ୍ଟାର୍କଙ୍କୁ କୋଲକାତା ୨୪.୭୫ କୋଟି ଟଙ୍କାରେ କିଣିଛି।

Advertisment

ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ ଗତ ସଂସ୍କରଣରେ ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ତାଙ୍କୁ ୧୮.୫୦ ଲକ୍ଷ ଟଙ୍କା ଦେଇ ଗତଥର ପଞ୍ଜାବ କିଙ୍ଗସ କିଣିଥିଲା। ହେଲେ ଆଜି ଦୁବାଇରେ ଚାଲିଥିବା ଅକ୍ସନରେ କମିନ୍ସ ତାଙ୍କ ରେକର୍ଡକୁ ଭାଙ୍ଗି ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ବନିଥିଲେ। କିନ୍ତୁ କମିନ୍ସଙ୍କୁ ମଧ୍ୟ ତାଙ୍କରି ଦେଶର ଷ୍ଟାର୍କ ପଛରେ ପକାଇ ଦେଇଛନ୍ତି।

ନିକଟରେ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ ଜିତିଥିଲା। ଏଥିରେ ଷ୍ଟାର୍କ ମଧ୍ୟ ରହିଥିଲେ। ତେଣୁ ସେ ରେକର୍ଡ ପରିମାଣର ଟଙ୍କାରେ ବିକ୍ରି ହେବେ ବୋଲି ସମସ୍ତେ ଆଶା କରିଥିଲେ। ସତକୁ ସତ ଷ୍ଟାର୍କ ସବୁ ବଡ଼ବଡ଼ ଖେଳାଳିଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି।

ଷ୍ଟାର୍କ ୮ ବର୍ଷ ପରେ ପୁଣି ଆଇପିଏଲରେ ନଜର ଆସିବେ। ସେ ୨୦୧୫ରେ ଶେଷ ଥର ପାଇଁ ଆରସିବି ପାଇଁ ମ୍ୟାଚ ଖେଳିଥିଲେ। ୨୦୧୮ ଅକ୍ସନରେ ମଧ୍ୟ ସେ ସାମିଲ ହୋଇଥିଲେ।

ତାଙ୍କୁ କେକେଆର ୯.୪ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଆହତ କାରଣରୁ ସେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳି ପାରି ନଥିଲେ। ଏବେ ସେହି କେକେଆର ପକ୍ଷରୁ ଷ୍ଟାର୍କ ଖେଳିବାକୁ ଯାଉଛନ୍ତି।

IPL IPL Dubai IPL Auction Mitchell Starc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe