Advertisment

ଅଷ୍ଟ୍ରେଲିଆ ପାଇଁ ଆଉ ଟି-୨୦ ଖେଳିବେନି ମିଚେଲ ଷ୍ଟାର୍କ

ଟି-୨୦ରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ ଭାବେ ନିଜର ଅଭିଯାନ ଶେଷ କରିଛନ୍ତି ଷ୍ଟାର୍କ।

Mitchell Starc

Mitchell Starc

Advertisment

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅପ୍ରତ୍ୟାଶିତ ଢଙ୍ଗରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଛନ୍ତି। ଏବେ ସେ କେବଳ ଟେଷ୍ଟ ଓ ଦିନିକିଆ କ୍ରିକେଟ ଉପରେ ଫୋକସ କରିବେ ବୋଲି କହିଛନ୍ତି। ୩୫ ବର୍ଷୀୟ ଷ୍ଟାର୍କ ଗତବର୍ଷ ଟି-୨୦ ବିଶ୍ୱକପ ପରଠାରୁ କ୍ରିକେଟର ଏହି ଛୋଟିଆ ଫର୍ମାଟରେ ନଜର ଆସି ନଥିଲେ। ୨୦୨୬ ଟି-୨୦ ବିଶ୍ୱକପକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ସେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି।

Advertisment

ଟି-୨୦ରେ ଅଷ୍ଟ୍ରେଲିଆ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ ଦଖଲକାରୀ ଭାବେ ନିଜର ଅଭିଯାନ ଶେଷ କରିଛନ୍ତି ଷ୍ଟାର୍କ। ତାଙ୍କ ଉପରେ କେବଳ ଆଡାମ ଜାମ୍ପା ରହିଛନ୍ତି। ୨୦୧୨ରେ ପାକିସ୍ତାନ ବିପକ୍ଷ ଟି-୨୦ରୁ ଅଭିଯାନ ଆରମ୍ଭ କରିଥିବା ଷ୍ଟାର୍କ ୬୫ଟି ମ୍ୟାଚରେ ୭୯ଟି ୱିକେଟ ନେଇଛନ୍ତି।

ସେ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବା ପରେ ୬ ଥର ଏହି ଫର୍ମାଟର ବିଶ୍ୱକପ ହୋଇଥିଲା। ଏହା ମଧ୍ୟରୁ ୫ଟିରେ ସେ ନଜର ଆସିଥିଲେ। ୨୦୧୬ରେ ଆହତ ସମସ୍ୟା ଯୋଗୁ ଟି-୨୦ ବିଶ୍ୱକପ ଖେଳି ପାରି ନଥିଲେ ଷ୍ଟାର୍କ। ୨୦୨୧ରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ଜିତିଥିବା ବେଳେ ଏଥିରେ ଷ୍ଟାର୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisment

ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିବା ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ଦିନିକିଆ ଓ ଟେଷ୍ଟ କ୍ରିକେଟ ଖେଳିବେ। ସେହିପରି ଟି-୨୦ ଫର୍ମାଟରେ ଆୟୋଜିତ ଆଇପିଏଲ ଓ ଅନ୍ୟ ଲିଗ କ୍ରିକେଟ ମଧ୍ୟ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି।

ଷ୍ଟାର୍କଙ୍କ ଅବସର ପୂର୍ବରୁ ଗତବର୍ଷ ଡାଭିଡ ୱାର୍ଣ୍ଣର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଚଳିତ ବର୍ଷ ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ ଦିନିକିଆ କ୍ରିକେଟକୁ ଅଲବିଦା କହିଥିଲେ।

T20 World Cup T20 Cricket Australia Mitchell Starc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe