Advertisment

Ashes series: ଇତିହାସ ରଚିଲେ ମିଚେଲ ଷ୍ଟାର୍କ, ପଛରେ ପଡ଼ିଲେ ୱାସିମ ଆକ୍ରମ

୧୪ ବର୍ଷ ତଳେ ଟେଷ୍ଟ କ୍ରିକେଟରେ ଷ୍ଟାର୍କ ସମାନ ଭେନ୍ୟୁରେ ଡେବ୍ୟୁ କରିଥିଲେ। ଏବେ ୩୫ ବର୍ଷୀୟ ଷ୍ଟାର୍କ ସେହି ସ୍ଥାନରେ ହିଁ ଆକ୍ରମଙ୍କୁ ପଛରେ ପକାଇ ଦେଇଛନ୍ତି। ଷ୍ଟାର୍କ ନିଜର ୧୦୨ତମ ଟେଷ୍ଟରେ ଏପରି ସଫଳତା ପାଇଛନ୍ତି।

author-image
Hemant Lenka
Starc

ଷ୍ଟାର୍କ ଓ ଆକ୍ରମ

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଟେଷ୍ଟ କ୍ରିକେଟରେ ସେ ବିଶ୍ୱର ସବୁଠାରୁ ସଫଳ ବାମହାତୀ ବୋଲର ହୋଇଯାଇଛନ୍ତି। ଅଷ୍ଟ୍ରେଲୀୟ ସ୍ପିଡଷ୍ଟାର ଷ୍ଟାର୍କ ଏବେ ପାକିସ୍ତାନର କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମଙ୍କ ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

Advertisment

ବାମହାତୀ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାରେ ଆକ୍ରମ ଏଯାଏ ରହିଥିଲେ। ସେ ୪୧୪ଟି ୱିକେଟ ନେଇଥିଲେ। କିନ୍ତୁ ଗାବାରେ ଖେଳା ଯାଉଥିବା ଆଶେସ ସିରିଜର ପିଙ୍କ ବଲ ଟେଷ୍ଟରେ ଷ୍ଟାର୍କ ଏହାକୁ ଅତିକ୍ରମ କରି ଯାଇଛନ୍ତି। ଆଜି ସେ ଇଂଲଣ୍ଡର ହ୍ୟାରୀ ବ୍ରୁକଙ୍କୁ ଆଉଟ କରିବା କ୍ଷଣି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। 

୧୪ ବର୍ଷ ତଳେ ଟେଷ୍ଟ କ୍ରିକେଟରେ ଷ୍ଟାର୍କ ସମାନ ଭେନ୍ୟୁରେ ଡେବ୍ୟୁ କରିଥିଲେ। ଏବେ ୩୫ ବର୍ଷୀୟ ଷ୍ଟାର୍କ ସେହି ସ୍ଥାନରେ ହିଁ ଆକ୍ରମଙ୍କୁ ପଛରେ ପକାଇ ଦେଇଛନ୍ତି। ଷ୍ଟାର୍କ ନିଜର ୧୦୨ତମ ଟେଷ୍ଟରେ ଏପରି ସଫଳତା ପାଇଛନ୍ତି। ଆକ୍ରମଣ ୧୦୪ ମ୍ୟାଚ୍‌ରେ ୪୧୪ ୱିକେଟ ନେଇଥିବା ବେଳେ ଷ୍ଟାର୍କ ୧୦୨ତମ ମ୍ୟାଚରେ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି। 

Advertisment

ଆଶେସ ସିରିଜର ପ୍ରଥମ ମ୍ୟାଚ୍‌(Test Cricket)ରେ ଷ୍ଟାର୍କ ୫୮ ରନ ଦେଇ ପର୍ଥରେ ୭ ୱିକେଟ ନେଇଥିଲେ। ପ୍ରଥମ ଇନିଂସରେ ୭ ୱିକେଟ ପାଇଥିବା ଷ୍ଟାର୍କ ଦ୍ୱିତୀୟ ଇନିଂସରେ ଆଉ ୩ ସଫଳତା ପାଇଥିଲେ। ଆଜି ଠାରୁ ଗାବାରେ ପିଙ୍କ ବଲରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଏଯାଏ ଷ୍ଟାର୍କ ୩ଟି ସଫଳତା ପାଇଛନ୍ତି।

ଆଜିର ସଫଳତା ପରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲକାରୀଙ୍କ ମଧ୍ୟରେ ଷ୍ଟାର୍କ ୧୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କର ଅତି ନିକଟରେ ଶନ ପୋଲକ(୪୨୧) ଓ ହରଭଜନ ସିଂହ(୪୧୭) ରହିଛନ୍ତି। ତାଲିକାର ୧ନଂ ପୂର୍ବ ଭଳି ୮୦୦ ୱିକେଟ ସହ ମୁଥିଆ ମୁରଲୀଧରନ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଶେନ ୱାର୍ଣ୍ଣ(୭୦୮) ଓ ଇଂଲଣ୍ଡର ଜେମ୍ସ ଆଣ୍ଡରସନ(୭୦୪) ରହିଛନ୍ତି। 

ତେବେ ବାମହାତୀ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲକାରୀ ବନି ଯାଇଛନ୍ତି ଷ୍ଟାର୍କ। ସେ(Mitchell Starc) ୧ ନମ୍ବରରେ ଥିବା ବେଳେ ୱାସିମ ଆକ୍ରମ ଦ୍ୱିତୀୟ, ଚାମିଣ୍ଡା ଭାସ(୩୫୫) ତୃତୀୟ, ଟ୍ରେଣ୍ଟ ବୋଲ୍ଟ(୩୧୭) ୪ର୍ଥ ଓ  ଭାରତର ଜାହିର ଖାନ(୩୧୧) ୫ମ ସ୍ଥାନରେ ଅଛନ୍ତି। 

Test Cricket Mitchell Starc