Mithali
ନୂଆଦିଲ୍ଲୀ: ଭାରତୀୟ ମହିଳା ଟିମର ଦିନିକିଆ ଅଧିନାୟକ ମିତାଲି ରାଜ ଆଉ ବଡ଼ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ ମ୍ୟାଚ୍ ଖେଳିବାକୁ ଓହ୍ଲାଇବା ମାତ୍ରେ ତାଙ୍କ ନାଁ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି। ଏବେ ସେ ମହିଳା ବିଶ୍ୱକପରେ କ୍ୟାପ୍ଟେନ ଭାବେ ସର୍ବାଧିକ ଥର ଅବତୀର୍ଣ୍ଣ ହେବାର କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ମିତାଲିଙ୍କ ନେତୃତ୍ୱରେ ଭାରତ ୨୪ତମ ବିଶ୍ୱକପ ମ୍ୟାଚ୍ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ଏହି ମ୍ୟାଚ୍ରେ ଓନପର ସ୍ମୃତି ମନ୍ଧାନା ଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେଉଛନ୍ତି।
ବିଶ୍ୱକପ ଇତିହାସରେ ଏହାପୂର୍ବରୁ ଅଷ୍ଟ୍ରେଲିଆର ବେଲିଣ୍ଡା କ୍ଲାର୍କ ୨୩ ଥର ବିଶ୍ୱକପରେ କ୍ୟାପ୍ଟେନ ହେବାର ରେକର୍ଡ କରିଥିଲେ। ହେଲେ ଆଜି ମିତାଲି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି। ମିତାଲି ୨୩ଟି ବିଶ୍ୱକପ ମ୍ୟାଚ୍ରୁ ୧୪ଟିରେ ଜିତିଥିବା ବେଳେ ୮ଟିରେ ହାରିଛନ୍ତି। ସେହିପରି ଗୋଟିଏର ରେଜଲ୍ଟ ପ୍ରକାଶ ପାଇନି। ଆଜି ମିତାଲି ୨୪ତମ ମ୍ୟାଚ୍ରେ କ୍ୟାପ୍ଟେନ୍ସି କରୁଛନ୍ତି। ମ୍ୟାଚ୍ ଜିତି ସେ ବିରଳ ରେକର୍ଡକୁ ଅଧିକ ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଉଥିବା ବିଶ୍ୱକପରେ ଭାରତ ଏଯାଏ ୨ଟି ମ୍ୟାଚ୍ ଖେଳିଛି। ଏହା ମଧ୍ୟରୁ ଗୋଟିଏ ଜିତିଥିବା ବେଳେ ଗୋଟିରେ ହାରିଛି। ଆଜି ଦଳ ୱେଷ୍ଟଇଣ୍ଡି ବିପକ୍ଷ ତୃତୀୟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତୀୟ ମହିଳା ଦଳ ପାକିସ୍ତାନକୁ ହରାଇଥିଲା। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୬୨ ରନ୍ରେ ହାରିଛି। ତେଣୁ ଆଜିର ମ୍ୟାଚ୍ ଭାରତ ପାଇଁ ଜିତିବା ବେଶ ଗୁରୁତ୍ୱପୂର୍ଣ୍ଣ।
ଆଜିର ମ୍ୟାଚ୍ରେ ଭାରତର ସ୍ଥିତ ମଧ୍ୟ ବେଶ ଦୃଢ଼ ରହିଛି। ଓପନର ସ୍ମୃତି ମନ୍ଧାନଙ୍କ ଶତକ ବଳରେ ୩୯ ଓଭର ସୁଦ୍ଧା ୩ ୱିକେଟ ହରାଇ ୨୨୯ ରନ୍ କରିଛି। ଖବର ଲେଖା ହେବା ବେଳକୁ ସ୍ମୃତି ମନ୍ଧାନା ୧୦୨ ଓ ହରମନପ୍ରୀତ କୌର ୫୮ ରନ୍ କରି ଅପରାଜିତ ରହିଛନ୍ତି। ଅଧିନାୟକ ମିତାଲି ରାଜି ୫, ୟାସ୍ତିକା ଭାଟିଆ ୩୧ ଓ ଦୀପ୍ତି ଶର୍ମା ୧୫ ରନ୍ କରି ଆଉଟ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Mithali.jpg)