Advertisment

ବିରାଟଙ୍କୁ ଶୂନରେ ଆଉଟ କରି ଏହି ରେକର୍ଡ କଲେ ମୋଇନ ଅଲୀ, ଦେଖନ୍ତୁ ଭିଡିଓ

ଚେନ୍ନାଇ: ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚେନ୍ନାଇର ଚେପକରେ ଆରମ୍ଭ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ଥିଲେ ହେଁ ଅଧିନାୟକ ବିରାଟ କୋହଲି ସମସ୍ତଙ୍କୁ ନିରାଶ କରିଛନ୍ତି। ଆଜି ବିରାଟ ଖାତା ଖୋଲିବା ପୂର୍ବରୁ ମୋଇନ ଅଲୀଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଛନ୍ତି। ନିଜ ଟେଷ୍ଟ କ୍ୟାରିୟର୍‌ରେ ୧୧ଥର ଶୂନରେ ଆଉଟ ହୋଇଥିବା ବିରାଟଙ୍କ ୱିକେଟ ଦଖଲ କରି ଆଜି ମୋଇନ ଅଲୀ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। […]

author-image
Hemant Lenka
ବିରାଟଙ୍କୁ ଶୂନରେ ଆଉଟ କରି ଏହି ରେକର୍ଡ କଲେ ମୋଇନ ଅଲୀ, ଦେଖନ୍ତୁ ଭିଡିଓ

Virat

ଚେନ୍ନାଇ: ଆଜି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚେନ୍ନାଇର ଚେପକରେ ଆରମ୍ଭ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ସ୍ଥିତିରେ ଥିଲେ ହେଁ ଅଧିନାୟକ ବିରାଟ କୋହଲି ସମସ୍ତଙ୍କୁ ନିରାଶ କରିଛନ୍ତି। ଆଜି ବିରାଟ ଖାତା ଖୋଲିବା ପୂର୍ବରୁ ମୋଇନ ଅଲୀଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଛନ୍ତି। ନିଜ ଟେଷ୍ଟ କ୍ୟାରିୟର୍‌ରେ ୧୧ଥର ଶୂନରେ ଆଉଟ ହୋଇଥିବା ବିରାଟଙ୍କ ୱିକେଟ ଦଖଲ କରି ଆଜି ମୋଇନ ଅଲୀ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

Advertisment

ସେ ବିଶ୍ୱର ପ୍ରଥମ ସ୍ପିନର ଭାବେ ବିରାଟଙ୍କୁ ଟେଷ୍ଟ ମ୍ୟାଚ୍‌ରେ ଶୂନରେ ଆଉଟ କରିବାର ରେକର୍ଡ କରିଛନ୍ତି। ବିରାଟ ଏହାପୂର୍ବରୁ ୧୦ଥର ଟେଷ୍ଟ ମ୍ୟାଚ୍‌ରେ ଶୂନରେ ଆଉଟ ହୋଇଥିଲେ ହେଁ କେବେ ହେଲେ କୌଣସି ସ୍ପିନରଙ୍କ ଶିକାର ବନି ନଥିଲେ। ହେଲେ ଆଜି ମୋଇନ ଅଲୀ ବିରାଟଙ୍କ ଶୂନରେ ଆଉଟ କରିଦେଇଛନ୍ତି।

ସବୁଠାରୁ ଗୁରୁତ୍ୱପଳର୍ଣ୍ଣ କଥା ହେଲା, ବିରାଟଙ୍କୁ ଅଲୀ ପକାଇଥିବା ବଲ୍‌ଟିକୁ ସେ ଆଦୌ ବୁଝି ପାରି ନଥିଲେ। ସେ କ୍ଲିନବୋଲ୍ଡ ହୋଇଯାଇଥିଲେ ହେଁ କିଛି ସମୟରେ ଆଶ୍ଚର୍ଯ୍ୟ ହୋଇ ନନ୍‌ଷ୍ଟ୍ରାଇକରେ ଥିବା ରୋହିତ ଶର୍ମାଙ୍କୁ କ’ଣ ହେଲା ବୋଲି ପଚାରିଥିଲେ। ଶେଷରେ ଟିଭି ଅମ୍ପାୟାର ବିରାଟ କେମିତି ବୋଲ୍ଡ ହେଲେ, ତା’ର ରିପ୍ଲେ ମଧ୍ୟ ପଡ଼ିଆରେ ଲାଗିଥିବା ବଡ଼ ସ୍କ୍ରିନରେ ଦେଖାଇଥିଲେ।

Advertisment


ଅନ୍ୟପକ୍ଷରେ ବିରାଟ ଟେଷ୍ଟରେ ୧୧ ଥର ଶୂନରେ ଆଉଟ ହୋଇଥିବା ବେଳେ ଦିନିକିଆରେ ୧୩ଥର ଓ ଟି-୨୦ରେ ୨ ଥର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। କୋହଲି ତାଙ୍କ ଶେଷ ୯ଟି ଟେଷ୍ଟ ଇନିଂସର ମାତ୍ର ୨୨.୧୧ ହାରରେ ରନ୍‌ କରିଛନ୍ତି। ସେହିପରି ଶେଷ ୩୩ଟି ଅନ୍ତର୍ଜାତୀୟ ଇନିଂସ୍‌ରେ ସେ କୌଣସି ଶତକ ହାସଲ କରିନାହାନ୍ତି। ୨୦୧୯ ମସିହା ନଭେମ୍ବର ୨୩ରେ ବିରାଟ ଶେଷଥର ପାଇଁ ବାଂଲାଦେଶ ବିପକ୍ଷରେ ଶତକ ହାସଲ କରିଥିଲେ।