Advertisment

ଫାଇନାଲରେ ଡୁପ୍ଲେସିସ୍ ଧମାକା, କେକେଆରକୁ ୧୯୩ ରନର ଟାର୍ଗେଟ୍ ଦେଲା ଚେନ୍ନାଇ

ଦୁବାଇ: ଆଇପିଏଲର ଫାଇନାଲରେ ବର୍ଷିଲା ଚେନ୍ନାଇ ସୁପର୍ କିଙ୍ଗସ୍ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍। ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଛି। ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ୍ ଉଥାପ୍ପା ଓ ମୋଇନ୍ ଅଲୀ […]

ଅଦ୍ୟତନ ହୋଇଛି
ଫାଇନାଲରେ ଡୁପ୍ଲେସିସ୍ ଧମାକା, କେକେଆରକୁ ୧୯୩ ରନର ଟାର୍ଗେଟ୍ ଦେଲା ଚେନ୍ନାଇ

faf

Advertisment

ଦୁବାଇ: ଆଇପିଏଲର ଫାଇନାଲରେ ବର୍ଷିଲା ଚେନ୍ନାଇ ସୁପର୍ କିଙ୍ଗସ୍ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍। ଫାଫ୍ ଡୁପ୍ଲେସିସଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ କୋଲାକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ୨୦ ଓଭରରେ ୩ ୱିକେଟ୍ ହରାଇ ୧୯୨ ରନ୍ କରିଛି। ଫଳରେ ଫାଇନାଲ ମୁକାବିଲା ଜିତିବା ପାଇଁ କେକେଆରକୁ ୧୯୩ ରନ୍ କରିବାକୁ ପଡ଼ିବ। ଚେନ୍ନାଇ ପକ୍ଷରୁ ଡୁପ୍ଲେସିସ୍ ସର୍ବାଧିକ ୮୬ ରନ୍ କରିଥିବା ବେଳେ ଋତୁରାଜ ଗାଏକ୍ୱାଡ, ରବିନ୍ ଉଥାପ୍ପା ଓ ମୋଇନ୍ ଅଲୀ ଉପଯୋଗୀ ଯୋଗଦାନ କରିଛନ୍ତି।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମୁକାବିଲାରେ କେକେଆର୍ ଟସ୍ ଜିତି ପ୍ରଥବେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ଦଳ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନଥିଲେ। ଆମନ୍ତ୍ରଣ ପାଇଁ ଚେନ୍ନାଇ ପକ୍ଷରୁ ଓପନ୍ କରିବାକୁ ଆସିଥିବା ଡୁପ୍ଲେସିସ୍ ଓ ଗାଏକ୍ୱାଡ୍ ଆରମ୍ଭରୁ ଦୁଇ ଓଭର ସତର୍କତାର ସହ ବ୍ୟାଟିଂ କରିଥିଲେ। କିନ୍ତୁ ଦୁହେଁ ଧୀରେ ଧୀରେ ରନ୍ ଗତି ବଢ଼ାଇଥିଲେ।

ଦୁହେଁ ପ୍ରଥମ ୱିକେଟ ପାଇଁ ୬୧ ରନର ଭାଗିଦାରୀ କରିଥିଲେ। ଗାଏକ୍ୱାଡ୍ ୩୨ (୨୭ ବଲ, ୩ ଚୌକା, ୧ ଛକା) ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ରବିନ୍ ଉଥାପ୍ପା ପୁଣିଥରେ ଖେଳିଥିଲେ ଆକ୍ରମଣାତ୍ମକ ଇନିଂସ୍। ସେ ମାତ୍ର ୧୫ ବଲରେ ୩୧ ରନର (୩ ଛକା) ଧୂଆଁଧାର ଇନିଂସ୍ ଖେଳିଥିଲେ, ଯାହା ବଳରେ ଚେନ୍ନାଇର ରନ୍ ଗତି ବଢ଼ିଥିଲା। ଉଥାପ୍ପାଙ୍କୁ ମଧ୍ୟ ନରିନ୍ ନିଜର ଶିକାର ବନାଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ।

Advertisment

ମୋଇନ୍ ଅଲୀ ମଧ୍ୟ ଠିକଣା ସମୟରେ କ୍ଲିକ୍ କରିଥିଲେ ଏବଂ ଖେଳିଥିଲେ ବିସ୍ଫୋରକ ଇନିଂସ୍। ଡୁପ୍ଲେସିସ୍ ଓ ମୋଇନ୍ ମିଶି ଦଳକୁ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ଡୁପ୍ଲେସିସ୍ ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ। ସେ ୫୯ ବଲରେ ୭ ଚୌକା ଓ ୩ ଛକା ସହ ୮୬ ଓ ମୋଇନ୍ ୨୦ ବଲରେ ୨ ଚୌକା ଓ ୩ ଛକା ସହ ୩୭ ରନ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ୨ଟି ଓ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe