Advertisment

T20 World Cup: ଫାଇନାଲରେ ଭାରତ, ମହମ୍ମଦ ଆମୀରଙ୍କୁ ମିଳିଲା ‘ଭଣ୍ଡ ବାବା’ ଆଖ୍ୟା

ଏକଦା ମ୍ୟାଚ୍‌ ଫିକ୍ସଂ ଯୋଗୁ ଜେଲ ଯାଇଥିବା ଆମୀର ଚଳିତ ବିଶ୍ୱକପରେ ଭାରତକୁ ନେଇ ଅନେକ ପୂର୍ବାନୁମାନ କରିଥିଲେ। ଭାରତ ସୁପର ୮ରୁ ଆଗକୁ ଯାଇ ପାରିବ ନାହିଁ। ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଠାରୁ ଭାରତ ହାରିବ ଭଳି ଅନେକ କଥା କହିଥିଲେ।

amir

ଅକ୍ଷର ଓ ଆମୀର

Advertisment

ଚଳିତ ଟି-୨୦ ବିଶ୍ୱକପ(T20 World Cup)ର ଫାଇନାଲରେ ପ୍ରବେଶ କରିଛି ଭାରତ। ସେମି ଫାଇନାଲରେ ଭାରତ ୭ ରନରେ ଇଂଲଣ୍ଡକୁ ହରାଇ ଟ୍ରଫି ଟକ୍କର ପାଇଁ ଟିକେଟ ହାସଲ କରିଛି। ଏହାକୁ ନେଇ ଭାରତରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବା ବେଳେ ସୋଶାଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମୀର।

Advertisment

ଏକଦା ମ୍ୟାଚ୍‌ ଫିକ୍ସଂ ଯୋଗୁ ଜେଲ ଯାଇଥିବା ଆମୀର ଚଳିତ ବିଶ୍ୱକପରେ ଭାରତକୁ ନେଇ ଅନେକ ପୂର୍ବାନୁମାନ କରିଥିଲେ। ଭାରତ ସୁପର ୮ରୁ ଆଗକୁ ଯାଇ ପାରିବ ନାହିଁ। ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଠାରୁ ଭାରତ ହାରିବ ଭଳି ଅନେକ କଥା କହିଥିଲେ। ଏହାପୂର୍ବରୁ ସେ ସୁପର ୮ରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ହାରିବ ବୋଲି କହିଥିବା ବେଳେ ଏହା ସତ ହୋଇଥିଲା। ଏହାପରେ ପାକିସ୍ତାନର ଗୋଟିଏ ଗଣମାଧ୍ୟମ ତାଙ୍କୁ ସଠିକ ପୂର୍ବାନୁମାନ କରିପାରୁଥିବା ବାବାର ଆଖ୍ୟା ଦେଇଥିଲା।

ଏଥିରେ ସେ ଉତ୍ସାହିତ ହୋଇ ସେ ଭାରତ ସେମି କିମ୍ବା ଫାଇନାଲ ଯାଇ ପାରିବ ନାହିଁ ବୋଲି ଦମ୍ଭୋକ୍ତି କରିଥିଲେ। ଭାରତ ପ୍ରଥମେ ୱେଷ୍ଟଇଣ୍ଡିଜକୁ ହରାଇ ସେମି ଓ ପରେ ଇଂଲଣ୍ଡକୁ ହରାଇ ଫାଇନାଲକୁ ଯାଇଛି। ଏହାପରେ ‌ଆମୀରଙ୍କୁ ଭଣ୍ଡ ବାବାର ଆଖ୍ୟା ଦେଇଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ନବଜୋତ ସିଂହ ସିଦ୍ଧୁ। ଏଥିସହ ସେ ଆମୀରଙ୍କୁ ତୀବ୍ର କଟାକ୍ଷ ମଧ୍ୟ କରିଛନ୍ତି। 

Advertisment

ସିଦ୍ଧୁ କହିଛନ୍ତି, “ଆମ ଆଖପାଖରେ ଥିବା ଲୋକମାନଙ୍କର ନକଲି ଆକଳନ ଗୋଟିଏ ବଡ଼ ଅଭ୍ୟାସରେ ପରିଣତ ହୋଇଛି। ଯଦି ଏହା ସତ ସାବ୍ୟସ୍ତ ହେଉଛି, ତା’ହେଲେ ଭଲ। ଯଦି ଏହା ଭୁଲ ହେଲା, ତା’ହେଲେ ସେମାନେ ଏହାକୁ ହାଲୁକା ଭାବେ ନେଉଛନ୍ତି। ଯଦି କାମ କରିଗଲା, ତା’ହେଲେ ସେମାନେ ଏହାକୁ ତୀର ଭାବେ ବିବେଚନା କରନ୍ତି। ଯଦି ଭୁଲ ହେଲା, ସେମାନେ କହନ୍ତି ଏହା କେବଳ ଗୋଟିଏ ଅନୁମାନ ଥିଲା। ଏସବୁ ସତ୍ତ୍ୱେ ସେମାନେ ନିଜକୁ କୌଣସି ବୁଦ୍ଧିମାନ ବାବା ଭାବେ ପ୍ରଦର୍ଶନ କରିବାକୁ ଆଦୌ ପଛାଉ ନାହାନ୍ତି। 

ମୋ ମତରେ ଏପରି ଲୋକମାନେ କେବଳ ଭଣ୍ଡ ବାବା। ପ୍ରଥମେ ସେମାନେ କହିଲେ ଭାରତ ନକଆଉଟକୁ ଯୋଗ୍ୟତା ଅର୍ଜନ କରିପାରିବ ନାହିଁ। ଭାରତ ସେମିରେ ପହଞ୍ଚି ପାରିବ ନାହିଁ। ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ସେମିକୁ ଯିବେ। କିନ୍ତୁ ଯେତେବେଳେ ସଞ୍ଜୁ ସାମସନ କମବ୍ୟାକ କଲେ ସେତେବେଳେ ଉଭୟ ଟିମ ନିଜର ଜିନିଷ ବାନ୍ଧିଲେ। ଏହାପରେ ସେମାନେ କହିଲେ ଇଂଲଣ୍ଡ ଜିତିବ। କିନ୍ତୁ ଇଂଲଣ୍ଡ ବି ବିଦା ହେଲା।

ମୋ କହିବା କଥା ହେଲା ଆକଳନ ଏସବୁକୁ ଧାର୍ଯ୍ୟ କରେ ନାହିଁ। ଯୁଦ୍ଧ କ୍ଷେତ୍ରରେ ମ୍ୟାଚର ନିର୍ଣ୍ଣୟ ହୁଏ। ଆମେ ଭିକ ମାଗି ଏପରି ମୁକୁଟ ପାଇନାହୁଁ। ପମ୍ପା ମାଠିଆ ହିଁ ବେଶୀ ଶବ୍ଦ କରେ। ଏହା ହିଁ ମୂଳ କଥା।” 

ପ୍ରଥମେ ଆମୀର ଆକଳନ କରିଥିଲେ ଯେ ଭାରତ ସେମିରେ ପ୍ରବେଶ କରିପାରିବ ନାହିଁ। ଏହାପରେ ସେ ସେମି ଫାଇନାଲରେ ଭାରତ ହାରିବ ଓ ଇଂଲଣ୍ଡ ମୁମ୍ବାଇରେ ଜିତିବ ବୋଲି କହିଥିଲେ। ଭାରତ ଜିତିବା ପରେ ଆମୀର କହିଛନ୍ତି ଯେ ଇଂଲଣ୍ତ ଅଧିନାୟକ ହ୍ୟାରୀ ବ୍ରୁକ ଗୁରୁତ୍ୱପୂର୍ଣ୍ଣ ସମୟରେ ସଞ୍ଜୁଙ୍କ କ୍ୟାଚ ଛାଡ଼ିବାରୁ ଦଳକୁ ପରାଜୟ ବରଣ କରିବାକୁ ପଡ଼ିଲା। 

ସେ କହିଛନ୍ତି, “ମୁଁ କ୍ରିକେଟ କଥା କହୁଛି। ଭାରତ ପୂରା ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଭଲ ଓ ପୂର୍ଣ୍ଣ କ୍ରିକେଟ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିଛି। ଏଥିପାଇଁ ଭାରତକୁ ଶ୍ରେୟ ମିଳିବା କଥା। ମୁଁ ଭଲ ଆକଳନ କରିଥିଲି। କିନ୍ତୁ କ୍ୟାଚ୍‌ ଛାଡ଼ିବା ମୋ ହାତରେ ନାହିଁ।

ଯଦି ଆପଣ ଜଣେ ଫର୍ମରେ ଥିବା ବ୍ୟାଟରଙ୍କ କ୍ୟାଚ ଛାଡ଼ିବେ, ତା’ହେଲେ ଏମିତି ଘଟଣା ଘଟିବ। ଦୁଇ ଟିମ ଭିତରେ କେବଳ ଯଶପ୍ରୀତ ବୁମ୍ରା ପାର୍ଥକ୍ୟ ସୃଷ୍ଟି କରିଥିଲେ। ଯଦି ସାମସନଙ୍କ କ୍ୟାଚକୁ ବ୍ରୁକ ଧରି ପକାଇ ଥାଆନ୍ତେ, ତା’ହେଲେ ଇଂଲଣ୍ତ ଗୋଟିଏ ଓଭର ପୂର୍ବରୁ ଭାରତ ଦେଉଥିବା ଟାର୍ଗେକୁ ଚେଜ କରି ଦେଇଥାଆନ୍ତା।” 

ଗୁରୁବାର ମ୍ୟାଚ୍‌ରେ ସଞ୍ଜୁଙ୍କ ୮୯ ଓ ଶିବମ ଦୁବେଙ୍କ ୪୩ ବଳରେ ଭାରତ ୭ ୱିକେଟ ହରାଇ ୨୫୩ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ପାଇଁ ଜ୍ୟାକବ ବେଥେଲ ୧୦୫ ରନର ଇନିଂସ ଖେଳିଥିଲେ। ତଥାପି ଇଂଲଣ୍ଡ ୭ ୱିକେଟ ହରାଇ କେବଳ ୨୪୭ ରନ କରିପାରିଥିଲା। 

T20 World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe