Advertisment

ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ଶାମି

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି କମାଲ କରିଛନ୍ତି। ବୁମ୍ରା ୬ଟି ୱିକେଟ ନେଇଥିବା ବେଳେ ଶାମି ୩ଟି ସଫଳତା ପାଇଛନ୍ତି। ଉଭୟଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ପ୍ରଥମ ଦିନିକିଆରେ ୧୧୦ ରନରେ ଅଲଆଉଟ ହୋଇଯାଇଛି। ତେବେ ଶାମି ଆଜିର ମ୍ୟାଚ୍‌ରେ ନିଜ ଦିନିକିଆ କ୍ୟାରିୟର୍‌ରେ ୧୫୦ତମ ୱିକେଟ ଦଖଲ କରିଛନ୍ତି। ସେ ପ୍ରଥମେ ବେନ ଷ୍ଟୋକ୍ସଙ୍କୁ ଆଉଟ କରିଥିଲେ। ଏହାପରେ ଇଂଲିଶ […]

ପ୍ରଥମ ଭାରତୀୟ ଭାବେ ଏହି ରେକର୍ଡର ଅଧିକାରୀ ହେଲେ ଶାମି

shami

Advertisment

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି କମାଲ କରିଛନ୍ତି। ବୁମ୍ରା ୬ଟି ୱିକେଟ ନେଇଥିବା ବେଳେ ଶାମି ୩ଟି ସଫଳତା ପାଇଛନ୍ତି। ଉଭୟଙ୍କ ଘାତକ ବୋଲିଂ ଯୋଗୁ ଇଂଲଣ୍ଡ ପ୍ରଥମ ଦିନିକିଆରେ ୧୧୦ ରନରେ ଅଲଆଉଟ ହୋଇଯାଇଛି।

Advertisment

ତେବେ ଶାମି ଆଜିର ମ୍ୟାଚ୍‌ରେ ନିଜ ଦିନିକିଆ କ୍ୟାରିୟର୍‌ରେ ୧୫୦ତମ ୱିକେଟ ଦଖଲ କରିଛନ୍ତି। ସେ ପ୍ରଥମେ ବେନ ଷ୍ଟୋକ୍ସଙ୍କୁ ଆଉଟ କରିଥିଲେ। ଏହାପରେ ଇଂଲିଶ ଟିମ୍ ଅଧିନାୟକ ଜୋଶ ବଟଲରଙ୍କୁ ଆଉଟ କରି ନିଜ କ୍ୟାରିୟରର ୧୫୦ତମ ୱିକେଟ ଦଖଲ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ କ୍ରେଗ ଓଭରଟନ ମଧ୍ୟ ଶାମିଙ୍କ ଶିକାର ବନିଛନ୍ତି।

ଏବେ ଦିନିକିଆରେ ଶାମିଙ୍କ ୱିକେଟ ସଂଖ୍ୟା ୧୫୧ରେ ପହଞ୍ଚି ଯାଇଛି। ଶାମି ୧୫୦ତମ ୱିକେଟ ଦଖଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ସବୁଠାରୁ କମ ଦିନିକିଆରେ ୧୫୦ କିମ୍ବା ତା’ ଠାରୁ ଅଧିକ ୱିକେଟ ନେବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ଏହି ରେକର୍ଡ ଅଜିତ ଅଗରକରଙ୍କ ନାଁରେ ଥିଲା। ଅଗରକର ୯୭ଟି ଦିନିକିଆରେ ୧୫୦ତମ ୱିକେଟ ହାସଲ କରିଥିଲେ। ହେଲେ ୩୧ ବର୍ଷୀୟ ଶାମି ୮୦ଟି ମ୍ୟାଚ୍‌ରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Advertisment


ଏହାବାଦ ଶାମି ଆଫଗାନ ସ୍ପିନର ରଶିଦ ଖାନଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ତୃତୀୟ ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ତାଲିକାର ୧ନଂ ସ୍ଥାନରେ ଅଷ୍ଟ୍ରେଲିଆ ମିଚେଲ ଷ୍ଟାର୍କ(୭୭ଟି ମ୍ୟାଚ୍‌) ଓ ଦ୍ୱିତୀୟରେ ପାକିସ୍ତାନର ସାକିଲନ ମୁସ୍ତାକ(୭୮ ମ୍ୟାଚ୍‌) ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe