Advertisment

ପାକିସ୍ତାନୀ କ୍ରିକେଟର ହସନଙ୍କ ଉପରେ ବର୍ଷିଲେ ମହମ୍ମଦ ଶାମି, କହିଲେ- ଫାଲତୁ କଥା କୁହନ୍ତୁ ନାହିଁ

‘କେବେ ତ ଅନ୍ୟମାନଙ୍କ ସଫଳତାରେ ଖୁସି ହୁଅନ୍ତୁ। ଏହା ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ନୁହେଁ। ଏହା ହେଉଛି ବିଶ୍ୱକପ୍‌।’

author-image
Jitendra Garnayak
Mohammed Shami and Hasan raza

Mohammed Shami and Hasan raza

ଚଳିତ ବିଶ୍ୱକପ୍ କ୍ରିକେଟରେ ଭାରତୀୟ ଦଳକୁ ଅଲଗା ବଲ୍ ଦିଆଯାଉଛି ଓ ଡିଆର୍‌ଏସ୍‌ଗୁଡ଼ିକ ମଧ୍ୟ ସେମାନଙ୍କ ସପକ୍ଷରେ ଦିଆଯାଉଛି ବୋଲି ପାକିସ୍ତାନୀ କ୍ରିକେଟର ହସନ ରଜା ଦାବି କରିଥିବା ବେଳେ ସୋଶାଲ ମିଡିଆ ଜରିଆରେ ତାଙ୍କ ଉପରେ ବର୍ଷିଛନ୍ତି ଟିମ୍ ଇଣ୍ଡିଆର ଫାଷ୍ଟ୍ ବୋଲର ମହମ୍ମଦ ଶାମି । 

Advertisment

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଏକାଉଣ୍ଟରେ ହସନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଟିକେ ଲାଜ କରନ୍ତୁ। ଫାଲତୁ କଥା ନ କହି ଖେଳ ଉପରେ ଧ୍ୟାନ ଦିଅନ୍ତୁ। କେବେ ତ ଅନ୍ୟମାନଙ୍କ ସଫଳତାରେ ଖୁସି ହୁଅନ୍ତୁ। ଏହା ସ୍ଥାନୀୟ ଟୁର୍ଣ୍ଣାମେଣ୍ଟ ନୁହେଁ। ଏହା ହେଉଛି ବିଶ୍ୱକପ୍‌। ଆପଣ ନିଜେ ଜଣେ ଖେଳାଳି ଥିଲେ। ୱାସିମ (ୱାସିମ ଆକ୍ରମ) ଭାଇ ବୁଝାଇଲେ। ତଥାପି ଆପଣ ବୁଝିଲେ ନାହିଁ। ଆପଣ ଆପଣଙ୍କର ନିଜର ୱାସିମ ଆକ୍ରମଙ୍କ ଉପରେ ଭରସା ନାହିଁ। ଆପଣ କେବଳ ନିଜକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ହସନ ରଜା କହିଥିଲା, ଆମେ ଦେଖୁଛୁ, ସେମାନେ (ଟିମ୍ ଇଣ୍ଡିଆ) ଭଲ ବ୍ୟାଟିଂ କରୁଛନ୍ତି। କିନ୍ତୁ ଯେତେବେଳେ ସେମାନେ ବୋଲିଂ କରୁଛନ୍ତି, ହଠାତ୍ ସବୁ କିଛି ବଦଳି ଯାଉଛି। ମହମ୍ମଦ ସିରାଜ ଓ ମହମ୍ମଦ ଶାମି ଯେଉଁଭଳି ଭାବେ ବଲ୍‌କୁ ସୁଇଂ କରୁଛନ୍ତି, ତାକୁ ଦେଖିଲେ ଲାଗୁଛି ଆଇସିସି ଅବା ବିସିସିଆଇ ସେମାନଙ୍କୁ କିଛି ଅଲଗା ବଲ୍ ଦେଉଛି। ସେହି ବଲ୍‌ଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକ। ଭାରତୀୟ ଦଳକୁ ଦିଆଯାଉଥିବା ବଲ୍‌ଗୁଡ଼ିକରେ ଅତିରିକ୍ତ କୋଟିଂ ଅଛି, ଯାହା ସୁଇଂରେ ସାହାଯ୍ୟ କରୁଛି। ସେହିଭଳି ୭-୮ଟି ଡିଆରଏସ୍‌ ଅତି ଦ୍ୱନ୍ଦ୍ୱାତ୍ମକ ଥିବା ବେଳେ ସେଗୁଡ଼ିକ ଭାରତ ସପକ୍ଷରେ ଯାଇଥିଲା। 

Advertisment

ହସନ ରଜାଙ୍କ ଏଭଳି ମନ୍ତବ୍ୟ ଉପରେ ଟିପ୍ପଣୀ ଦେଇ ଅନ୍ୟତମ ମହାନ ବୋଲର ତଥା ତାଙ୍କ ଦେଶର କ୍ରିକେଟର ୱାସିମ ଆକ୍ରମ କହିଥିଲେ ଯେ କିଛି ଦିନ ହେଲା ସେ ଏମିତି ଖବର ଶୁଣିବାକୁ ପାଉଛନ୍ତି। ସେମାନଙ୍କ କଥା ଶୁଣି ହସ ଲାଗୁଛି। ସେମାନଙ୍କର ମୁଣ୍ଡ ନାହିଁ। ଏଭଳି ମନ୍ତବ୍ୟ ଦେଇ ସେମାନେ କେବଳ ନିଜକୁ ନୁହେଁ, ଆମକୁ ମଧ୍ୟ ଲଜ୍ଜିତ କରୁଛନ୍ତି। 

Mohammed Shami