/odisha-reporter/media/post_attachments/uploadimage/library/16_9/16_9_0/shami_1731410749.jpg)
shami
ଦୀର୍ଘ ଗୋଟିଏ ବର୍ଷ ହେଲା ଆହତ ସମସ୍ୟା ଯୋଗୁ ପ୍ରତିଯୋଗିତା ମୂଳକ କ୍ରିକେଟରୁ ଦୂରେଇ ରହିଥିବା ମହମ୍ମଦ ଶାମିଙ୍କ ପାଇଁ ଆଶ୍ୱସ୍ତି କରିବା ଭଳି ଖବର ମିଳିଛି। ବର୍ଷକ ପରେ ସେ ଫିଟ ହେବା ସହ ପ୍ରତିଯୋଗିତା ମୂଳକ କ୍ରିକେଟକୁ ଫେରିବାକୁ ଯାଉଛନ୍ତି।
ବୁଧବାର ଠାରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫିରେ ସେ ନଜର ଆସିବେ। ଶାମିଙ୍କୁ ବେଙ୍ଗଲ ଟିମରେ ସାମିଲ କରାଯାଇଛି। ସେ ଆସନ୍ତାକାଲି ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍ରେ ମୈଦାନକୁ ଓହ୍ଲାଇବେ।
ଶାମି ଫିଟ ହୋଇସାରିଥିବାରୁ ତାଙ୍କୁ ମ୍ୟାଚ୍ ଖେଳିବା ପାଇଁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ ତରଫରୁ ଅନୁମତି ଦିଆଯାଇଛି। ବେଶ କିଛି ଦିନ ହେବ ଶାମିଙ୍କ କମବ୍ୟାକୁ ନେଇ ସମସ୍ତେ ଆଶାବାଦୀ ଥିଲେ। ସେ ରଣଜୀ ଟ୍ରଫିରେ ନଜର ଆସିବେ ବୋଲି ସମସ୍ତେ ଆଶା କରିଥିଲେ। ଏବେ ଶାମି ସତକୁ ସତ ପ୍ରତିଯୋଗିତାମୂଳକ କ୍ରିକେଟ ଖେଳିବାକୁ ଯାଉଛନ୍ତି।
ଭାରତ ଆସନ୍ତା ୨୨ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ଖେଳିବ। ଏହାପୂର୍ବରୁ ଶାମି ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ଗୋଟିଏ ଭଲ ସଙ୍କେତ।
ଶାମିଙ୍କୁ ଆହତ କାରଣରୁ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ସାମିଲ କରାଯାଇ ନଥିଲା। ଏବେ ଯଦି ସେ ରଣଜୀ ମୁକାବିଲାରେ ଦମଦାର ପ୍ରଦର୍ଶନ ସହ ଫିଟନେସରେ ପ୍ରମାଣ ଦେଇପାରିବେ, ତା’ହେଲେ ତାଙ୍କୁ ଅଷ୍ଟ୍ରେଲିଆ ମଧ୍ୟ ପଠାଯିବାର ସମ୍ଭାବନା ରହିଛି।
ବେଙ୍ଗଲ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଭାରତୀୟ କ୍ରିକେଟ ଓ ବେଙ୍ଗଲ ରଣଜୀ ଟ୍ରଫି ଟିମ ପାଇଁ ଗୋଟିଏ ଭଲ ଖବର ଆସିଛି। ଷ୍ଟାର ପେସର ମହମ୍ମଦ ଶାମି ବେଙ୍ଗଲ ପାଇଁ ପ୍ରତିଯୋଗିତା ମୂଳକ କ୍ରିକେଟକୁ କମବ୍ୟାକ କରିବାକୁ ଯାଉଛନ୍ତି। ସେ ରଣଜୀ ଟ୍ରଫିର ଏଲିଟି ଗ୍ରୁପ ସିର ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚ୍ରେ ନଜର ଆସିବେ। ବୁଧବାର ଠାରୁ ଇନ୍ଦୋରରେ ଏହି ମ୍ୟାଚ୍ ଆରମ୍ଭ ହେଉଛି।
ଗତବର୍ଷ ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ଫାଇନାଲ ପରେ ଶାମି ପ୍ରତିଯୋଗିତାମୂଳକ କ୍ରିକେଟରୁ ଦୂରେଇ ରହିଥିଲେ। ଏବେ ସେ ମଧ୍ୟପ୍ରଦେଶ ବିପକ୍ଷରେ ବେଙ୍ଗଲର ଦ୍ରୁତ ବୋଲିଂ ବାହିନୀକୁ ଆହୁରି ଶକ୍ତିଶାଳୀ କରିବେ। ବେଙ୍ଗଲ ଟିମରେ ଶାମିଙ୍କ ଉପସ୍ଥିତି କେବଳ ଗୋଟିଏ ବଡ଼ ବୁଷ୍ଟ ନୁହେଁ, ବରଂ ଏହା ପୂରା ଟିମର ମନୋବଳକୁ ମଧ୍ୟ ବୃଦ୍ଧି କରିବ ବୋଲି ବେଙ୍ଗଲ କ୍ରିକେଟ ଆସୋସିଏସନ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
