ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ ପାଇଁ ଶାମି ଆସିଲେ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ଭାରତ ହୋମ୍‌ ଗ୍ରାଉଣ୍ଡରେ ଦୁଇଟି ଟି-ଟ୍ୱେଣ୍ଟି ସିରିଜ୍ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଏହି ଦୁଇଟି ସିରିଜ୍ ଖେଳିବ। ସେଥିପାଇଁ ବିସିସିଆଇ ପକ୍ଷରୁ ଆଜି ଦଳ ଘୋଷଣା କରାଯାଇଛି। ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରାଯିବା ପରେ ପରେ ଏହି ଦୁଇ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଥିଲା। ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ […]

sami

sami

Niranjan Mishra
  • Published: Monday, 12 September 2022
  • Updated: 12 September 2022, 08:02 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ଭାରତ ହୋମ୍‌ ଗ୍ରାଉଣ୍ଡରେ ଦୁଇଟି ଟି-ଟ୍ୱେଣ୍ଟି ସିରିଜ୍ ଖେଳିବାକୁ ଯାଉଛି। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଏହି ଦୁଇଟି ସିରିଜ୍ ଖେଳିବ। ସେଥିପାଇଁ ବିସିସିଆଇ ପକ୍ଷରୁ ଆଜି ଦଳ ଘୋଷଣା କରାଯାଇଛି। ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରାଯିବା ପରେ ପରେ ଏହି ଦୁଇ ସିରିଜ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଥିଲା।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ପେସ୍ ବୋଲର ମହମ୍ମଦ ଶାମିଙ୍କୁ ଷ୍ଟାଣ୍ଡବାୟରେ ରଖାଯାଇଥିବା ବେଳେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ କିନ୍ତୁ ତାଙ୍କୁ ଦଳରେ ସାମିଲ କରାଯାଇଛି। ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତର ଶୋଚନୀୟ ପରାସ୍ତ ପରେ ମହମ୍ମଦ ଶାମିଙ୍କୁ ଦଳରେ ରଖିଥିଲେ ଭଲ ହୋଇଥା’ନ୍ତା ବୋଲି ମତ ପ୍ରକାଶ ପାଇଥିଲା।

ଅଷ୍ଟ୍ରେଲିଆ ବିରୋଧରେ ଟି-୨୦ ଖେଳିବାକୁ ଘୋଷଣା ହୋଇଥିବା ଭାରତୀୟ ଟିମ୍‌ରେ ରୋହିତ ଶର୍ମା (କ୍ୟାପଟେନ୍), କେଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ରିଷଭ ପନ୍ତ (ୱିକେଟ କିପର), ଦୀନେଶ କାର୍ତ୍ତିକ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତ ବୁମ୍ରା ଅଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ସେପ୍ଟେମ୍ବର ୨୦ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୨୩ ତାରିଖରେ ନାଗପୁରରେ ଓ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ଟି ୨୫ ତାରିଖରେ ହାଇଦ୍ରାବାଦରେ ଖେଳା ଯିବ।

ସେହିପରି ଦକ୍ଷିଣ ଆଫ୍ରିକା ବିରୋଧରେ ଟି-୨୦ ଖେଳିବାକୁ ଘୋଷଣା ହୋଇଥିବା ଭାରତୀୟ ଟିମ୍‌ରେ ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୁର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ରିଷଭ ପନ୍ତ(ୱିକେଟ କିପର), ଦୀନେଶ କାର୍ତ୍ତିକ(ୱିକେଟ କିପର), ଆର. ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ଶାମି, ହର୍ଷଲ ପଟେଲ, ଦୀପକ ଚହର ଓ ଯଶପ୍ରୀତି ବୁମ୍ରା ଅଛନ୍ତି।

ଦକ୍ଷିଣ ଆଫ୍ରିକା ବିରୋଧରେ ବି ଟିମ୍ ଇଣ୍ଡିଆ ତିନିଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବ। ସେପ୍ଟେମ୍ବର ୨୮ ତାରିଖରେ ତିରଅନନ୍ତପୁରମ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ  ଆସନ୍ତା ମାସ ୨ ତାରିଖରେ ଗୌହାଟୀ ଓ ୪ ତାରିଖରେ ଇନ୍ଦୋରରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଖେଳାଯିବ।

ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିରୋଧରେ ୩ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିବ। ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ବେଳେ  ଦ୍ୱିତୀୟ ମ୍ୟାଚ୍ ୯ ତାରିଖରେ ରାଞ୍ଚିରେ ଓ ତୃତୀୟ ମ୍ୟାଚ୍ ୧୧ ତାରିଖରେ ଦିଲ୍ଲୀରେ ଖେଳାଯିବ। କିନ୍ତୁ ଏଥିପାଇଁ ଦଳ ଘୋଷଣା କରାଯାଇନାହିଁ।

ଅଷ୍ଟ୍ରେଲିଆ ବିରୋଧରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ବାଦ୍ ଦିଆଯାଇଛି। ଟି-୨୦ ବିଶ୍ୱକପ୍‌ରେ ଷ୍ଟାଣ୍ଡବାୟ ପ୍ଲେୟାର ଥିବା ୪ ଜଣଙ୍କ ଭିତରୁ ଅନୁଭୂତି ସମ୍ପନ୍ନ ମହମ୍ମଦ ଶାମିଙ୍କ ସହିତ ଦୀପକ ଚହରଙ୍କୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଟିମ୍‌ରେ ସାମିଲ କରାଯାଇଛି। ତେବେ ଶାମିଙ୍କୁ କାହିଁକି ବିଶ୍ୱକପ୍ ଟି-୨୦ ଟିମ୍‌ରୁ ଚୟନକର୍ତ୍ତା ବାଦ୍ ଦେଲେ ଜଣାପଡ଼ିନି। ଏହା ଏବେ ଆଲୋଚନାର ବିଷୟ ହୋଇଛି।

ଅକ୍ଟୋବର ୧୬ ତାରିଖରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହେଉଥିବା ବେଳେ ଭାରତ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୨୩ରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହା ପୂର୍ବରୁ ଅକ୍ଟୋବର ୧୭ ଓ ୧୯ରେ ଭାରତ ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ନ୍ୟୁଜ୍‌ଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ବିରୋଧରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story