Advertisment

ଆହତ ସମସ୍ୟାକୁ ନେଇ ବଡ଼ ତଥ୍ୟ ଦେଲେ ମହମ୍ମଦ ଶାମି, ଯିବେ କି ଅଷ୍ଟ୍ରେଲିଆ?

ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଏବେ ସଂପୂର୍ଣ୍ଣ ଭାବେ ଯନ୍ତ୍ରଣା ମୁକ୍ତ ହୋଇଥିବା ଦାବି କରିଛନ୍ତି। ଏଥିସହ ସେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି।

shami

shami

Advertisment

ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଫିଟନେସକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସେ ଖେଳିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

Advertisment

ଏସବୁ ଭିତରେ ନିଜର ଫିଟନେସକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି ନିଜେ ଶାମି। ଦିନିକିଆ ବିଶ୍ୱକପ ପରେ ଆହତ ହୋଇଥିବା ଶାମି ଏବେ ସଂପୂର୍ଣ୍ଣ ଭାବେ ଯନ୍ତ୍ରଣା ମୁକ୍ତ ହୋଇଥିବା ଦାବି କରିଛନ୍ତି। ଏଥିସହ ସେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି।

ବେଙ୍ଗାଲୁରୁରେ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ପରେ ଶାମି ନେଟ୍ସରେ ଫୁଲ ଦମରେ ବୋଲିଂ କରିଛନ୍ତି। ସେ ନିଜ ଫିଟନେସର ପ୍ରମାଣ ସମସ୍ତଙ୍କୁ ଦେଖାଇବାକୁ ଚେଷ୍ଟା କରିଛନ୍ତି।

Advertisment

ବେଙ୍ଗାଲୁରୁ ଟେଷ୍ଟର ଦିନକ ପୂର୍ବରୁ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଦ୍ରୁତ ବୋଲର ଶମା ଆଣ୍ଠୁରେ ହୋଇଥିବା ଫୁଲା ସମସ୍ୟାର ସମ୍ନା କରୁଛନ୍ତି। ଏଥିପାଇଁ ଗତବର୍ଷ ସେ ସମ୍ମୁଖୀନ ହୋଇଥିବା ଗୋଇଠି ସମସ୍ୟାରୁ ମୁକୁଳିବା ପାଇଁ ସମୟ ଲାଗୁଥିବା ରୋହିତ କହିଥିଲେ।

ଏହାପରେ ଶାମି ଜୋରଦାର ଅଭ୍ୟାସ କରି ସେ ଫିଟ ଥିବା ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ସୋମବାର ସେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଯେ “ରବିବାର ମୁଁ ଯେଉଁ ଭଳି ବୋଲିଂ କରିଛି, ସେଥିରା ମୁଁ ବହୁତ ଖୁସି। ଏହାପୂର୍ବରୁ ମୁଁ ଅଧା ରନ ଅପରୁ ବୋଲିଂ କରୁଥିଲି। ହେଲେ ଗତକାଲି ମୁଁ ଫୁଲ ରନଅପ ନେଇଥିଲି ଓ ୧୦୦% ଦେଇ ବୋଲିଂ କରିଥିଲି। ଏହାର ଫଳ ବେଶ ଭଲ ଆସିଛି।

ମୁଁ ବର୍ତ୍ତମାନ ପୂରା ଯନ୍ତ୍ରଣା ମୁକ୍ତ ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବାକୁ ମୁଁ ଯାଇ ପାରିବି କି ନାହିଁ, ତା’କୁ ନେଇ ବେଶ ଚର୍ଚ୍ଚା ହେଉଛି। କିନ୍ତୁ ଏଥିପାଇଁ ବେଶ ସମୟ ରହିଛି।”

ଅଷ୍ଟ୍ରେଲିଆ ଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ଶାମିଙ୍କ ଭଳି ଜଣେ ଅଧା ଠିକ ହୋଇଥିବା ବୋଲରଙ୍କୁ ନେବା ଠିକ ହେବ ନାହିଁ ବୋଲି ମଧ୍ୟ ରୋହିତ କହିଥିଲେ। ହେଲେ ଶାମି ଏବେ ଫିଟ ଥିବା କହିଛନ୍ତି।

ଫର୍ମ ପାଇବା ପାଇଁ ଶାମି ବେଙ୍ଗଲ ପାଇଁ କିଛି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିବାକୁ ଆଗ୍ରହ ଦେଖାଇଥିଲେ। ସେ କହିଛନ୍ତି, “ମୋର ଫୋକସ ଫିଟନେସ ଉପରେ ରହିଛି। ଅଷ୍ଟ୍ରେଲିଆ ସିରିଜ ବେଳକୁ ମୁଁ କେମିତି ସଶକ୍ତ ହୋଇଥିବି, ତା’ ଉପରେ କାମ କରୁଛି। ଅଷ୍ଟ୍ରେଲିଆରେ କେମିତି ବୋଲିଂ ଆଟାକ ଆମକୁ ଦରକାର ପଡ଼ିବ, ସେକଥା ମୁଁ ଭାବୁଛି। ଅଷ୍ଟ୍ରେଲିଆ ଯିବା ପୂର୍ବରୁ ମୁଁ ରଣଜୀରେ କିଛି ମ୍ୟାଚ୍‌ ଖେଳିବାକୁ ଚାହୁଁଛି।”

ଶାମି ଶେଷ ଥର ପାଇଁ ବିଶ୍ୱକପ ଫାଇନାଲରେ ନଜର ଆସିଥିଲେ। ସେ ସର୍ବାଧିକ ୱିକେଟ ଦଖଲକାରୀ ବୋଲରର ମାନ୍ୟତା ପାଇଥିଲେ। ହେଲେ ଆହତ ସମସ୍ୟା ଯୋଗୁ ତାଙ୍କୁ କ୍ରିକେଟ ଦୂରେଇ ରହିବାକୁ ପଡ଼ିଥିଲା।

Mohammad Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe