Advertisment

ରବୀନ୍ଦ୍ର ଓ ମିଚେଲଙ୍କ ଭାଗିଦାରୀକୁ ଭାଙ୍ଗିଲେ ଶାମି, ଟମ ଲାଥମଙ୍କୁ ଆଉଟ କଲେ କୁଲଦୀପ

୩୭ ତମ ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମଙ୍କୁ ଆଉଟ କରିଛନ୍ତି କୁଲଦୀପ ଯାଦବ। ସେ ମାତ୍ର ୫ ରନ କରି ଅଉଟ ହୋଇଛନ୍ତି।

author-image
Hemant Lenka
Ranchin

Ranchin

ଶେଷରେ ଭାରତକୁ ମିଳିଛି ସଫଳତା। ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ମହମ୍ମଦ ଶାମି ଭାରତକୁ ଦେଇଛନ୍ତି ତୃତୀୟ ୱିକେଟ। ସେ ରଚିନ ରବୀନ୍ଦ୍ର ଓ ଡାରେଲ ମିଚେଲଙ୍କ ମଧ୍ୟରେ ଚାଲିଥିବା ଭାଗିଦାରୀକୁ ଭାଙ୍ଗିଛନ୍ତି। ତୃତୀୟ ୱିକେଟ ପାଇଁ ମିଚେଲଙ୍କ ସହ ୧୫୯ ରନ ଯୋଡ଼ିବା ପରେ ରବୀନ୍ଦ୍ର ପ୍ୟାଭିଲିୟନ ଫେରିଛନ୍ତି। ସେହିପରି ୩୭ ତମ ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ଟମ ଲାଥମଙ୍କୁ ଆଉଟ କରିଛନ୍ତି କୁଲଦୀପ ଯାଦବ। ସେ ମାତ୍ର ୫ ରନ କରି ଅଉଟ ହୋଇଛନ୍ତି। 

Advertisment

ଆଜି ୧୨ ରନରେ ରବୀନ୍ଦ୍ରଙ୍କୁ ଜୀବନ ଦାନ ମିଳିଥିଲା। ଇନିଂସର ୧୧ତମ ଓଭର୍‌ରେ ମହମ୍ମଦ ଶାମିଙ୍କୁ କଟ ମାରିବାକୁ ଯାଇ ରବୀନ୍ଦ୍ର ପଏଣ୍ଟ ଅଞ୍ଚଳରେ କ୍ୟାଚ୍‌ ଦେଇଥିଲେ। କିନ୍ତୁ ସେଠାରେ ଫିଲ୍ଡିଂ କରିଥିବା ରବୀନ୍ଦ୍ର ଜାଡେଜା ଏହାକୁ ଧରିବାକୁ ସକ୍ଷମ ହୋଇ ନଥିଲେ। ଏହାପରେ ସେ ଦଳୀୟ ସ୍କୋରକୁ ଆଗକୁ ନେବା ସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲା। କିନ୍ତୁ ୩୪ ତମ ଓଭର୍‌ରେ ସେ ଶାମିଙ୍କୁ ଛକା ମାରିବାକୁ ଯାଇ ଲଙ୍ଗଅନ୍‌ରେ ଫିଲ୍ଡିଂ କରିଥିବା ଶୁବମନ ଗିଲଙ୍କ ହାତରେ ଧରାପଡ଼ିଛନ୍ତି। ଆଉଟ ହେବା ପୂର୍ବରୁ ସେ ୮୭ ବଲରେ ୭୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।  

ରବୀନ୍ଦ୍ର ଆଉଟ ହୋଇଥିଲେ ମଧ୍ୟ ଏବେ ବି କ୍ରିଜ୍‌ରେ ମିଚେଲ ଅଛନ୍ତି। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେବାରେ ଲାଗିଛନ୍ତି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ଏକଦା ୧୯ ରନରେ ଦୁଇଟି ୱିକେଟ ହରାଇଥିଲା। କିନ୍ତୁ ଏହାପରେ ରବୀନ୍ଦ୍ର ଓ ମିଚେଲ ସ୍ଥିତି ସମ୍ଭାଳିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୩୭ ଓଭର୍‌ରେ ଗୋଟିଏ ୱିକେଟ ହରାଇ ୨୦୫ ରନ କରିଛି। ମିଚେଲ ୯୫ ରନ କରି ବ୍ୟାଟିଂ କରୁଛନ୍ତି। 

ICC ICC Men’s Cricket World Cup 2023 ICC World Cup 2023 India Vs New Zealand