Advertisment

ଇଂଲିଶ ବୋଲରଙ୍କୁ କନ୍ଦାଇଲେ ଶାମି ଓ ବୁମ୍ରା

ଲଣ୍ଡନ: ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି ଟିମ୍ ଇଣ୍ଡିଆ ଦୁଇ ପେସର୍ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା। ଦୁହେଁ ନା କେବଳ ଭଲ ବ୍ୟାଟିଂ କରିଛନ୍ତି ବରଂ ଲର୍ଡ୍ସ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଅଗ୍ରଣୀ ମଧ୍ୟ ଦେଇଛନ୍ତି। ଯାହା ଫଳରେ ଭାରତ ଦ୍ୱିତୀୟ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ରହିଛି। ମ୍ୟାଚର ପଞ୍ଚମ ତଥା ଶେଷ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୮ ୱିକେଟ୍ ହରାଇ ୮୬ ରନ୍ କରିଛି। ଏଥିସହ ଭାରତ ୨୫୯ […]

author-image
Ranjit Kumar Jena
ଇଂଲିଶ ବୋଲରଙ୍କୁ କନ୍ଦାଇଲେ ଶାମି ଓ ବୁମ୍ରା

shami

ଲଣ୍ଡନ: ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ ଦେଖାଇଛନ୍ତି ଟିମ୍ ଇଣ୍ଡିଆ ଦୁଇ ପେସର୍ ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା। ଦୁହେଁ ନା କେବଳ ଭଲ ବ୍ୟାଟିଂ କରିଛନ୍ତି ବରଂ ଲର୍ଡ୍ସ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ବଡ଼ ଅଗ୍ରଣୀ ମଧ୍ୟ ଦେଇଛନ୍ତି। ଯାହା ଫଳରେ ଭାରତ ଦ୍ୱିତୀୟ ଟେଷ୍ଟରେ ମଜଭୁତ୍ ସ୍ଥିତିରେ ରହିଛି। ମ୍ୟାଚର ପଞ୍ଚମ ତଥା ଶେଷ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତ ୮ ୱିକେଟ୍ ହରାଇ ୮୬ ରନ୍ କରିଛି। ଏଥିସହ ଭାରତ ୨୫୯ ରନ୍‌ର ବଡ଼ ଲିଡ୍ ହାସଲ କରିଛି। ଭାରତ ହାତରେ ଆଉ ମାତ୍ର ୨ ୱିକେଟ୍ ବାକି ରହିଛି।

Advertisment

ଭାରତ ପକ୍ଷରୁ ଆଜି ଋଷଭ ପନ୍ତ ନିରାଶ କରିଥିବା ବେଳେ ଈଶାନ୍ତ ଶର୍ମା ଉପଯୋଗୀ ଯୋଗଦାନ କରିଥିଲେ। ତେବେ ଶାମି ଓ ବୁମ୍ରା ଯେଉଁଭଳି ବ୍ୟାଟିଂ କଲେ, ତାହା ପ୍ରଶଂସାଯୋଗ୍ୟ। ଦୁହେଁ ନବମ ୱିକେଟ୍ ପାଇଁ ୭୭ ରନର ପାର୍ଟନରଶିପ୍ କରିଛନ୍ତି। ଶାମି ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ ମାରିଛନ୍ତି। ଶାମି ମାତ୍ର ୫୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ତାଙ୍କୁ ଭରପୂର ସାଥ୍ ଦେଇଛନ୍ତି ବୁମ୍ରା। ଶାମି ୫୨ (୬୭ ବଲ୍, ୫ ଚୌକା, ୧ ଛକା) ଓ ବୁମ୍ରା ୩୦ (୫୮ ବଲ୍, ୨ ଚୌକା) ରନ୍ କରି ଅପରାଜିତ ଅଛନ୍ତି।

ସୋମବାର ପଞ୍ଚମ ଦିବସରେ ଭାରତ ତା’ର ପୂର୍ବଦିନର ସ୍କୋର ୧୮୧/୬ରୁ ଖେଳ ଆରମ୍ଭ କରିଥିଲା। ପନ୍ତ ଆଜି ନିଜ ସ୍କୋରରେ ଆଉ ୮ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଥିଲେ। ତାଙ୍କୁ ଓଲି ରବିନସନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଈଶାନ୍ତ ଶର୍ମା ବହୁମୂଲ୍ୟ ୧୬ ରନ୍‌ର ଯୋଗଦାନ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଈଶାନ୍ତଙ୍କୁ ମଧ୍ୟ ରବିନସନ୍ ଆଉଟ୍ କରି ଭାରତକୁ ଅଷ୍ଟମ ଝଟକା ଦେଇଥିଲେ।

Advertisment

୨୦୯ ରନରେ ୮ ୱିକେଟ୍ ହରାଇବା ପରେ ଭାରତ ସଂକଟରେ ପଡ଼ିଯାଇଥିଲା। ଇଂଲଣ୍ଡ ମଧ୍ୟ ଭାରତର ଶେଷ ଦୁଇ ୱିକେଟ୍ ସଅଳ ନେଇ କମ୍ ଟାର୍ଗେଟ୍ ପାଇ ମ୍ୟାଚକୁ ଜିତିବା ଆଶାରେ ଥିଲା। କିନ୍ତୁ ଶାମି ଓ ବୁମ୍ରା ଇଂଲଣ୍ଡର ସବୁ ରଣନୀତିକୁ ପଣ୍ଡ କରିଦେଇଥିଲେ। ଦୁହେଁ ଇଂଲଣ୍ଡର ବୋଲରଙ୍କୁ କହି କହି ଆଟାକ୍ କରିଥିଲେ।

ଇଂଲଣ୍ଡର ପେସର୍ ମାନେ ବିଶେଷକରି ବୁମ୍ରାଙ୍କୁ ବାଉନ୍ସ ଦ୍ୱାରା ଆଉଟ୍ କରିବାକୁ ଚାହିଁଥିଲେ। କିନ୍ତୁ ବୁମ୍ରା ଯେଉଁଭଳି ଭାବେ ଇଂଲଣ୍ଡର ପ୍ରତିଟି ଆଟାକକୁ ସାମ୍ନା କଲେ, ତାହା ଦେଖି ଡ୍ରେସିଂ ରୁମରେ ଭାରତୀୟ ଖେଳାଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଶାମି ଇଂଲଣ୍ଡର ସ୍ପିନ୍ ଅଲରାଉଣ୍ଡର୍ ମୋଇନ୍ ଅଲୀଙ୍କୁ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୩ଟି, ରବିନସନ୍ ଓ ମୋଇନ୍ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।