Advertisment

ଲର୍ଡ୍ସରେ ୩୯ ବର୍ଷର ରେକର୍ଡ ଭାଙ୍ଗିଲେ ଶାମି ଓ ବୁମ୍ରା

ଲଣ୍ଡନ: ଟେଷ୍ଟ ମ୍ୟାଚରେ କେତେବେଳେ ବାଜି ପଲଟିଯିବ, ତାହା କହିହେବ ନାହିଁ। ଲର୍ଡ୍ସ ଟେଷ୍ଟର ପ୍ରଥମ ଦିନ ଭାରତ ନାଁରେ ରହିଥିଲା। କିନ୍ତୁ ପରବର୍ତ୍ତୀ ତିନିଦିନ ଯାଏ ଭାରତ ହାତରୁ ଯେପରି ମ୍ୟାଚରୁ ଚାଲିଯାଇଥିଲା। ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡକୁ ବିଜୟର ପ୍ରବଳ ଦାବିଦାର କୁହାଯାଉଥିଲା। କିନ୍ତୁ ପଞ୍ଚମ ଦିନରେ ଏବେ ଇଂଲିଶ ଟିମ୍ ଉପରେ ପରାଜୟର ବିପଦ ଘନେଇଛି। ଆୟୋଜକ ଦଳ ମ୍ୟାଚ୍ ବଞ୍ଚାଇବାକୁ ପ୍ରୟାସ କରୁଛି। ତେବେ ଏସବୁ କିଛି ସମ୍ଭବ […]

ଲର୍ଡ୍ସରେ ୩୯ ବର୍ଷର ରେକର୍ଡ ଭାଙ୍ଗିଲେ ଶାମି ଓ ବୁମ୍ରା

bumrah-and-shami

Advertisment

ଲଣ୍ଡନ: ଟେଷ୍ଟ ମ୍ୟାଚରେ କେତେବେଳେ ବାଜି ପଲଟିଯିବ, ତାହା କହିହେବ ନାହିଁ। ଲର୍ଡ୍ସ ଟେଷ୍ଟର ପ୍ରଥମ ଦିନ ଭାରତ ନାଁରେ ରହିଥିଲା। କିନ୍ତୁ ପରବର୍ତ୍ତୀ ତିନିଦିନ ଯାଏ ଭାରତ ହାତରୁ ଯେପରି ମ୍ୟାଚରୁ ଚାଲିଯାଇଥିଲା। ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡକୁ ବିଜୟର ପ୍ରବଳ ଦାବିଦାର କୁହାଯାଉଥିଲା। କିନ୍ତୁ ପଞ୍ଚମ ଦିନରେ ଏବେ ଇଂଲିଶ ଟିମ୍ ଉପରେ ପରାଜୟର ବିପଦ ଘନେଇଛି। ଆୟୋଜକ ଦଳ ମ୍ୟାଚ୍ ବଞ୍ଚାଇବାକୁ ପ୍ରୟାସ କରୁଛି। ତେବେ ଏସବୁ କିଛି ସମ୍ଭବ କେବଳ ଭାରତର ଦୁଇ ବୋଲରଙ୍କ ଦ୍ୱାରା ହୋଇଛି। ସେହି ଦୁଇ ବୋଲର ହେଉଛନ୍ତି ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା।

Advertisment

ଦୁହେଁ ବୋଲିଂରେ ତ କମାଲ କରନ୍ତି, କିନ୍ତୁ ଆଜି ଦୁହେଁ ଯେଉଁଭଳି ଭାବେ ବ୍ୟାଟରେ ଯୋଗଦାନ ଦେଲେ, ତାହା ଅବିଶ୍ୱସନୀୟ। ଶାମି ଓ ବୁମ୍ରା ନବମ ୱିକେଟ୍ ପାଇଁ ୮୯ ରନର ଭାଗିଦାରୀ କରିଥିଲେ, ଯାହା ବଳରେ ଭାରତ ଇଂଲଣ୍ଡ ଆଗରେ ୨୭୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଛିଡ଼ା କରିପାରିଥିଲା। ବୁମ୍ରା ଓ ଶାମିଙ୍କ ଦ୍ୱାରା ହୋଇଥିବା ଏହି ପାର୍ଟନରଶିପ୍ ଭାରତ ପାଇଁ ଏକ ରେକର୍ଡ।

ଏହା ପୂର୍ବରୁ ଲର୍ଡ୍ସର ଐତିହାସିକ ମଇଦାନରେ ନବମ ୱିକେଟ୍ ପାଇଁ ସର୍ବାଧିକ ରନ୍ କପିଲ୍ ଦେବ ଓ ମଦନ ଲାଲ ଯୋଡ଼ିଥିଲେ। ୧୯୮୨ରେ ଦୁହେଁ ନବମ ୱିକେଟ୍ ପାଇଁ ୬୬ ରନର ଭାଗିଦାରୀ କରିଥିଲେ। ୧୯୫୨ରେ ଜି. ରାମଚନ୍ଦ୍ର ଓ ଏସ୍ ଶିନ୍ଦେ ମଧ୍ୟ ସମାନ ୱିକେଟ ପାଇଁ ୫୪ ରନ୍ ଯୋଡ଼ିଥିଲେ। ଶାମି ଓ ବୁମ୍ରା ମଧ୍ୟ ବିଦେଶ ମାଟିରେ ନବମ ୱିକେଟ୍ ପାଇଁ ସର୍ବାଧିକ ରନର ପାର୍ଟନରଶିପ୍ କରିଛନ୍ତି। ଏହା ପୂର୍ବରୁ ୧୯୯୧ରେ କିରନ୍ ମୋରେ ଓ ଭେଙ୍କଟପତି ରାଜୁ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନବମ ୱିକେଟ୍ ପାଇଁ ୭୭ ରନର ଭାଗିଦାରୀ କରିଥିଲେ।

Advertisment

ତେବେ ଟେଷ୍ଟ କ୍ରିକେଟରେ ଭାରତର ନବମ ୱିକେଟ୍ ପାଇଁ ସର୍ବାଧିକ ରନର ଭାଗିଦାରୀ ନନା ଯୋଶୀ ଓ ରମାକାନ୍ତ ଦେଶାଇ କରିଥିଲେ। ଦୁହେଁ ୧୯୬୦ରେ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ୧୪୯ ରନ୍ ଯୋଡ଼ିଥିଲେ।

ଆଜି ମ୍ୟାଚରେ ଶାମି ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମାରିଛନ୍ତି। ରୋଚକ କଥା ହେଉଛି ଶାମି ନିଜର ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଇଂଲଣ୍ଡ ବିପକ୍ଷରେ ମାରିଥିଲେ। ସେ ୨୦୧୪ରେ ନଟ୍ଟିଂହାମ୍ ଟେଷ୍ଟରେ ଅପରାଜିତ ୫୧ ରନ୍ କରିଥିଲେ। ଆଜି ସେ ମୋଇନ୍ ଅଲୀଙ୍କ ବଲରେ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe