Advertisment

ଇଂଲଣ୍ଡ ବିପକ୍ଷ ଟି-୨୦ ପାଇଁ ଘୋଷଣା ହେଲା ଦଳ: ଅକ୍ଷର ଉପ ଅଧିନାୟକ, ଫେରିଲେ ଶାମି

ଦଳର କମାଣ ପୂର୍ବଭଳି ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି। ତେବେ ତାଙ୍କ ଡେପୁଟି ଭାବେ ପ୍ରଥମଥର ପାଇଁ ଅକ୍ଷର ପଟେଲଙ୍କୁ ଦାୟିତ୍ୱ ଦିଆଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
shami

shami

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଦୀର୍ଘ ଦେଢ଼ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ମହମ୍ମଦ ଶାମି। ଆହତ ସମସ୍ୟାରୁ ମୁକୁଳିବାରେ ପରେ ଶାମି ପ୍ରଥମଥର ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି। ଶେଷଥର ପାଇଁ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଶାମି ନଜର ଆସିଥିଲେ। ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ କରିବାରୁ ଶାମିଙ୍କୁ ଭାରତୀୟ ଟିମରୁ ଡକରା ମିଳିଛି।

Advertisment

ଦଳର କମାଣ ପୂର୍ବଭଳି ସୂର୍ଯ୍ୟ କୁମାର ଯାଦବଙ୍କ ହାତରେ ରହିଛି। ତେବେ ତାଙ୍କ ଡେପୁଟି ଭାବେ ପ୍ରଥମଥର ପାଇଁ ଅକ୍ଷର ପଟେଲଙ୍କୁ ଦାୟିତ୍ୱ ଦିଆଯାଇଛି। ରବୀନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେବା ପରେ ଅକ୍ଷର ଦଳର ପ୍ରମୁଖ ସଦସ୍ୟ ଭାବେ ରହିଛନ୍ତି। ତେଣୁ ତାଙ୍କୁ ବିସିସିଆଇ ଉପ ଅଧିନାୟକ କରିଛି। ବାଂଲାଦେଶ ବିପକ୍ଷରେ ଡେବ୍ୟୁ କରିଥିବା ନୀତୀଶ କୁମାର ରେଡ୍ଡୀ ମଧ୍ୟ ଦଳରେ ରହିଛନ୍ତି।

ଶାମିଙ୍କ ସହ ଦ୍ରୁତ ବୋଲିଂର ଦାୟିତ୍ୱ ଅର୍ଶଦୀପ ସିଂହଙ୍କ ସହ ହର୍ଷିତ ରାଣା ସ୍କ୍ୱାଡରେ ଅଛନ୍ତି। ଏମାନଙ୍କ ସହ ମିଡିୟମ ପେସର ଅଲରାଉଣ୍ଡର ଭାବେ ନୀତୀଶ କୁମାରଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ସ୍ପିନ ବୋଲର ଭାବେ ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ ଓ ୱାଶିଂଟନ ସୁନ୍ଦର ଅଛନ୍ତି। ଦଳରେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। 

Advertisment

ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଋଷଭ ପନ୍ତଙ୍କୁ ଟି-୨୦ରେ ସାମିଲ କରା ନଯିବାକୁ ସମସ୍ତଙ୍କୁ ଚକିତ କରିଛି। ସେ ଟିମରେ ସାମିଲ ହୋଇଥିଲେ ଉପ ଅଧିନାୟକ ପଦ ପାଇଥାଆନ୍ତେ ବୋଲି କୁହାଯାଇଛି। କିନ୍ତୁ ବିସିସିଆଇ ତାଙ୍କୁ ଚାମ୍ପିୟନ୍ସ ଟ୍ରଫି ପାଇଁ ସମ୍ଭବତଃ ଫିଟ ରଖିବାକୁ ଚାହୁଁଛି। ଏହି କାରଣରୁ ତାଙ୍କୁ ଟି-୨୦ ସ୍କ୍ୱାଡରେ ସ୍ଥାନ ଦିଆଯାଇନାହିଁ। 

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭଳି ପନ୍ତ ମଧ୍ୟ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ବେଳକୁ ଦଳକୁ ଫେରିବେ ବୋଲି ଜଣାପଡ଼ିଛି। 

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ(ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ(ଉପ ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ।

ଆଜି ବିସିସିଆଇ ୨୨ ଜାନୁଆରୀରୁ କୋଲକାତାରେ ଆରମ୍ଭ ହେବାକୁ ୫ ଟିକିଆ ଟି-୨୦ ସିରିଜ ପାଇଁ ସ୍କ୍ୱାଡ ଘୋଷଣା କରିଛି। କିନ୍ତୁ ଚାମ୍ପିୟନ୍ସ ଟ୍ରଫି ଓ ଫେବୃଆରୀ ୬ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଖେଳାଳିଙ୍କ ନାଁ ଘୋଷଣା କରିନାହିଁ। 

India Vs England T20 Match T20 Cricket Mohammed Shami