Advertisment

କାହିଁକି ନିଜ ରାଜ୍ୟ ପାଇଁ ଖେଳି ନାହାନ୍ତି ମହମ୍ମଦ ଶାମି? କଲେ ବଡ଼ ଖୁଲାସା

ଶାମି ରାତାରାତି ଏପରି ସଫଳତା ପାଇ ନାହାନ୍ତି। ତାଙ୍କୁ ଅନେକ ବଳିଦାନ ଦେବାକୁ ପଡ଼ିଛି।

Shami

Shami

Advertisment

ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଚର୍ଚ୍ଚାରେ ରହିଥିବା ମହମ୍ମଦ ଶାମିଙ୍କୁ ନେଇ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପରେ ଶାମି ୨୪ ୱିକେଟ ଦଖଲ କରିଥିଲେ। ସେ ବିଶ୍ୱକପର ୭ ମ୍ୟାଚ୍‌ରେ ୨୪ ୱିକେଟ ଦଖଲ କରି ସମସ୍ତଙ୍କୁ ନିଜ ଯାଦୁ ଦେଖାଇଛନ୍ତି।

Advertisment

ବିଶ୍ୱକପ ଆରମ୍ଭରୁ ଶାମି ପ୍ଲେଇଂ ଇଲେଭେନରେ ନଥିଲେ। କିନ୍ତୁ ୪ର୍ଥ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବାରୁ ୫ମ ମ୍ୟାଚ୍‌ରୁ ଶାମିଙ୍କୁ ସୁଯୋଗ ମିଳିଥିଲା। ସେ କ୍ରମାଗତ ଭାବେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେମି ଫାଇନାଲରେ ୭ ୱିକେଟ ମଧ୍ୟ ଦଖଲ କରିଥିଲେ।

ଶାମି ରାତାରାତି ଏପରି ସଫଳତା ପାଇ ନାହାନ୍ତି। ତାଙ୍କୁ ଅନେକ ବଳିଦାନ ଦେବାକୁ ପଡ଼ିଛି। ଉତ୍ତର ପ୍ରଦେଶରେ ଜନ୍ମ ହୋଇଥିବା ଶାମି ନିଜ ରାଜ୍ୟରୁ କ୍ରିକେଟ ଖେଳି ନାହାନ୍ତି। ସେ ବେଙ୍ଗଲ ପଟରୁ ଘରୋଇ ମ୍ୟାଚ ଖେଳି ଭାରତୀୟ ଟିମରେ ସୁଯୋଗ ପାଇଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ତାଙ୍କୁ କ୍ରିକେଟ ଖେଳିବାକୁ କେହି ସୁଯୋଗ ଦେଇ ନଥିଲେ।

Advertisment

ସୁଯୋଗ ଦେବା ପାଇଁ ତାଙ୍କ ଭାଇ ଏକଦା ଉତ୍ତର ପ୍ରଦେଶର ଚୟକର୍ତ୍ତାଙ୍କ ପାଖରେ ପହଞ୍ଚିଥିଲେ। ଟ୍ରାଏଲ ପାଇଁ ଅନୁମତି ମାଗିଥିଲେ। ହେଲେ ମୁଖ୍ୟ ଚୟନକର୍ତ୍ତା ତାଙ୍କ ଭାଇଙ୍କୁ ଏମିତି କିଛି କଥା କହିଥିଲେ, ଯାହା ଏବେ ଶାମି ଖୁଲାସା କରିଛନ୍ତି।

ଶାମି କହିଛନ୍ତି, “ମୋ ଭାଇ ମୁଖ୍ୟଚୟନକର୍ତ୍ତାଙ୍କ ପାଖକୁ ଯାଇଥିଲେ। ସେ ମୋ ଭାଇକୁ କହିଥିଲେ ଯେ ତୁମେ ଯଦି ମୋ ଚେୟାରକୁ ହଲାଇ ପାରିବ, ତା’ହେଲେ ପିଲା (ଶାମି) ସିଲେକ୍ଟ ହୋଇଯିବ। ବହୁତ ଭଲ ଭାବେ ହଲାଇବାକୁ ପଡ଼ିବ। ନଚେତ ମୁଁ ଦୁଃଖିତ। ଏହା ଶୁଣି ମୋ ଭାଇ ପୂରା ଚକିତ ହୋଇଯାଇଥିଲା।

ଏହାପରେ ସେ କହିଥିଲା, ଚେୟାର ହଲାଇବା କଥା ଭୁଲି ଯାଆନ୍ତୁ। ମୁଁ ଏହାକୁ ଓଲଟାଇ ଫିଙ୍ଗି ଦେବି। ମୋ ପାଖରେ ଓଲଟାଇ ଫିଙ୍ଗିବା ଭଳି ବଳ ରହିଛି। କିନ୍ତୁ ମୁଁ ସେମିତି କରିବାକୁ ଚାହୁଁନି। ଯଦି ମୋ ପାଖରେ ଦକ୍ଷତା ଅଛି, ତା’ହେଲେ ମୁଁ ନିଶ୍ଚିତ ସିଲେକ୍ଟ ହେବି।

ତେବେ ତାକୁ କୁହାଯାଇଥିଲା ଯେ ଦକ୍ଷତା ଥିବା ଲୋକଙ୍କର ବ୍ୟବହାର ଏଠାରେ ହୁଏ ନାହିଁ। ଏହା ଶୁଣି ମୋ ଭାଇ ଫର୍ମ ଚିରିବା ସହ ଆଜି ପରଠାରୁ ୟୁପି କ୍ରିକେଟରେ ଆମେ ସାମିଲ ହେବୁ ନାହିଁ ବୋଲି କହି ଚାଲି ଆସିଥିଲା। ସେଦିନ ହିଁ ୟୁପି କ୍ରିକେଟ ସହ ମୋର ଶେଷ ଦିନ ଥିଲା।”

ଶାମି ଆହୁରି କହିଛନ୍ତି, “ଏହାପରେ ମୁଁ ୧୪-୧୫ ବର୍ଷ ବୟସରେ କୋଲକାତା ଚାଲି ଆସିଲି। ମୁଁ ମୋ କୋଚଙ୍କ ସହ କଥା ହେଲି। ମୋତେ ଖେଳିବାର ଅଛି ବୋଲି ମୁଁ ପ୍ରତିଜ୍ଞା କରିଥିଲି। ମୁଁ କୋଲକାତାରେ ଅନେକ ଅଭିଜ୍ଞତା ପାଇଥିଲି। ୩ରୁ ୪ ବର୍ଷ ପରେ ମୁଁ ଅରୁଣ ଲାଲ ଏକାଡେମୀ ଯାଇଥିଲି।

ସେଠାରେ ସିମେଣ୍ଟ ପିଚ ଥିଲା। ରନ ଅପ ସ୍ଥାନ ମଧ୍ୟ ବହୁତ ଛୋଟ ଥିଲା। ମୁଁ ଏହା ଦେଖି ଚକିତ ହୋଇଯାଇଥିଲି। ତଥାପି ମୁଁ ବୋଲିଂ କରିଥିଲି। ସେମାନେ ମୋତେ ଲଞ୍ଚ ଦେଇଥିଲେ। ସେଠାରେ ଅଭ୍ୟାସ କରିବା ପରେ ମୋତେ ଗୋଟିଏ କ୍ଲବରୁ ଅଫର ମିଳିଥିଲା। କିନ୍ତୁ ସେମାନେ କିଛି ଟଙ୍କା ଦେଇ ନଥିଲେ। ତଥାପି ମୁଁ ଖେଳିବାକୁ ଲାଗିଥିଲି। ଏହାପରେ କ୍ଲବ ପକ୍ଷରୁ ୨୫ ହଜାର ଟଙ୍କା ମିଳିଥିଲା।”

Cricket Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe