Advertisment

କାମ ଦେଉନି ଇଞ୍ଜେକସନ, ଆଇପିଏଲ ଖେଳିବେନି ମହମ୍ମଦ ଶାମି

ପ୍ରଥମେ ଇଞ୍ଜେକସନ ଦ୍ୱାରା ଗୋଇଠି ସମସ୍ୟା ସମାଧାନ ହୋଇଯିବ ବୋଲି ଶାମି ଆଶା ରଖିଥିଲେ। କିନ୍ତୁ ଇଞ୍ଜେକସନ କାମ ଦେଉ ନଥିବାରୁ ଏବେ ତାଙ୍କର ଅପରେସନ ହେବ।

Shami

Shami

Advertisment

ସମ୍ଭବତଃ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୭ତମ ସଂସ୍କରଣ ହେବ। ଏହାପୂର୍ବରୂ ଗୁଜରାଟ ଟାଇଟନ୍ସକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟା ଯୋଗୁ ଆଇପିଏଲ ଖେଳିବେନି ଷ୍ଟାର ବୋଲର ମହମ୍ମଦ ଶାମି।

Advertisment

ଗୋଇଠି ଜନିତ ସମସ୍ୟା ଯୋଗୁ ବ୍ରିଟେନରେ ତାଙ୍କର ସର୍ଜରୀ ହେବ। ତେଣୁ ସେ ଆଇପିଏଲ ଖେଳିବେ ନାହିଁ। ପ୍ରଥମେ ଇଞ୍ଜେକସନ ଦ୍ୱାରା ଗୋଇଠି ସମସ୍ୟା ସମାଧାନ ହୋଇଯିବ ବୋଲି ଶାମି ଆଶା ରଖିଥିଲେ। କିନ୍ତୁ ଇଞ୍ଜେକସନ କାମ ଦେଉ ନଥିବାରୁ ଏବେ ତାଙ୍କର ଅପରେସନ ହେବ।

ଆହତ ଯୋଗୁ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ବାଦ ପଡ଼ିଥିବା ୩୩ ବର୍ଷୀୟ ଶାମି ଶେଷଥର ପାଇଁ ଦିନିକିଆ ବିଶ୍ୱକପ ଫାଇନାଲରେ ନଜର ଆସିଥିଲେ। ଏହାପରେ ବିଶ୍ରାମ ଓ ପରେ ଆହତ ସମସ୍ୟା ଯୋଗୁ ସେ ଜାତୀୟ ଟିମ ବାହାରେ ରହିଛନ୍ତି।

Advertisment

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଜାନୁଆରୀ ଶେଷ ସପ୍ତାହରେ ସ୍ୱତନ୍ତ୍ର ଗୋଇଠି ଇଞ୍ଜେକସନ ନେବାକୁ ଶାମି ବ୍ରିଟେନରେ ଥିଲେ। ୩ ସପ୍ତାହ ପରେ ସେ ହାଲୁଆ ରନିଂ କରିପାରିବେ ଓ ଆଗକୁ ପୂରା ଦମରେ ଫିଟନେସ ଟେଷ୍ଟ ଦେବାକୁ ସକ୍ଷମ ହେବେ ବୋଲି ତାଙ୍କୁ କୁହାଯାଇଥିଲା।

କିନ୍ତୁ ଇଞ୍ଜେକସନ କାମ ଦେଉନି। ଏବେ ତାଙ୍କ ପାଖରେ ସର୍ଜରୀ କରିବାର ବିକଳ୍ପ ଛଡ଼ା ଆଉ କିଛି ନାହିଁ। ତେଣୁ ସେ ସର୍ଜରୀ ପାଇଁ ଖୁବଶୀଘ୍ର ଲଣ୍ଡନ ଯିବେ। ଏଥିପାଇଁ ସେ ଆଇପିଏଲ ଖେଳିପାରିବେ ନାହିଁ।”

ବିଶ୍ୱକପରେ ମହମ୍ମଦ ଶାମି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ଆହତ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ସେ ୨୪ଟି ୱିକେଟ ଦଖଲ କରିଥିଲେ। ନିକଟରେ ଅର୍ଜୁନ ସମ୍ମାନରେ ସମ୍ମାନୀତ ହୋଇଥିବା ଶାମି ଭାରତ ପାଇଁ ଟେଷ୍ଟରେ ୨୨୯, ଦିନିକିଆରେ ୧୯୫ ଓ ଟି-୨୦ରେ ୨୪ଟି ୱିକେଟ ଦଖଲ କରିଛନ୍ତି।

Bcci IPL Mohammed Shami IPL 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe